
ନୂଆଦିଲ୍ଲୀ: ରାଫେଲ୍ ଯୁଦ୍ଧ ବିମାନ ଡିଲ୍କୁ ନେଇ ରାଜନୀତିକ ବାଦବିବାଦ ଚାଲିଥିବା ବେଳେ ବାୟୁସେନା ମୁଖ୍ୟ ବିଏସ୍ ଧନୱା ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାରତ ଉପରେ ଏବେ ବଡ଼ ବିପଦ ରହିଛି। ତେଣୁ ରାଫେଲ୍ ଯୁଦ୍ଧ ବିମାନ ହିଁ ଭାରତୀୟ ଯବାନଙ୍କ ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିପାରିବ।
ବିଶେଷ କରି ବାୟୁସେନା ଯୁଦ୍ଧ ସମୟରେ ସାମ୍ନା କରୁଥିବା ସମସ୍ୟାକୁ ରାଫେଲ୍ ଯୁଦ୍ଧ ବିମାନ ଓ ରୁଷିଆର ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ୍ ଦୂର କରିପାରିବ।

ଏବେ ଭାରତୀୟ ବାୟୁସେନା ପାଖରେ ତେଜସ୍ ଯୁଦ୍ଧ ବିମାନ ରହିଛି। କିନ୍ତୁ ଏହା ସବୁ ସମସ୍ୟାର ମୁକାବିଲା କରିପାରିବ ନାହିଁ। ଭାରତୀୟ ବାୟୁ ସେନା ତେଜସ୍ ବିମାନ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛି। କିନ୍ତୁ ରାଫେଲ୍ ଯୁଦ୍ଧ ବିମାନ ବାୟୁସେନାକୁ ଅଧିକ ସଶକ୍ତ କରିବ ବୋଲି ସେ କହିଛନ୍ତି।
ବାୟୁସେନା ମୁଖ୍ୟ ଆହୁରି କହିଛନ୍ତି, ଭାରତର ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚୀନ୍ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ଭାରତ ସର୍ବଦା ଏହି ଦୁଇ ରାଷ୍ଟ୍ରଙ୍କ ଆକ୍ରମଣ ବଳୟ ମଧ୍ୟରେ ରହିଛି। ଭାରତ ବ୍ୟତୀତ ବିଶ୍ୱର କୌଣସି ଏମିତି ଏକ ରାଷ୍ଟ୍ର ନାହିଁ, ଯିଏ ଏଭଳି ଏକ ପରିସ୍ଥିତିର ସମ୍ମୁଖୀନ ହେଉଥିବ। ଏପରି ସ୍ଥିତିରେ ଯଦି ବାୟୁସେନାର ଯୁଦ୍ଧ ସ୍କ୍ୱାର୍ଡନ୍ ସଂଖ୍ୟା ହ୍ରାସ ପାଇବ, ତା’ହେଲେ ଶତ୍ରଙ୍କୁ ମୁକାବିଲା କରିବା ସହଜ ହେବନାହିଁ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2MncMoy
No comments:
Post a Comment