ଧୋନି ପୁଣି ଟିମ ଇଣ୍ଡିଆ କ୍ୟାପଟେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଧୋନି ପୁଣି ଟିମ ଇଣ୍ଡିଆ କ୍ୟାପଟେନ୍

ଦୁବାଇ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଅଧିନାୟକ ପଦ ଛାଡ଼ିଥିବା ମହେନ୍ଦ୍ର ସିଂହ ଧୋନି ପୁଣି କେମିତି କ୍ୟାପ୍ଟେନ୍‌ ହେଲେ? ହଁ ଆପଣ ଠିକ୍‌ ଶୁଣିଛନ୍ତି, କ୍ରିକେଟ୍‌ର ଲିମିଟେଡ୍‌ ଫର୍ମାଟର ଅଧିନାୟକ ପଦ ଛାଡ଼ିବାର ଦୀର୍ଘ ୬୯୬ ଦିନ ପରେ ଧୋନି ପୁଣି ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଇଛନ୍ତି।

ଏଭଳି ଏକ ବିରଳ ସଂଯୋଗ ଏସିଆ କପ୍‌ରେ ଦେଖିବାକୁ ମିଳିଛି।

ଆଜି ଟିମ୍‌ ଇଣ୍ଡିଆ ତା’ର ଅନ୍ତିମ ସୁପର୍‌ ଫୋର୍‌ ମ୍ୟାଚ୍‌ ଆଫ୍‌ଗାନିସ୍ତାନ ବିପକ୍ଷରେ ଖେଳିବାକୁ ମଇଦାନକୁ ଓହ୍ଲାଇଛି। ଦଳ ପୂର୍ବରୁ ଫାଇନାଲ୍‌ରେ ପ୍ରବେଶ କରି ସାରିଥିବାରୁ ଟିମ୍‌ ମ୍ୟାନେଜ୍‌ମେଣ୍ଟ ଏକାଧିକ ଖେଳାଳିଙ୍କୁ ଆଜି ବିଶ୍ରାମ ଦେଇଛି। ବିଶେଷ କରି ଅଧିନାୟକ ରୋହିତ ଶର୍ମା ଓ ଉପ ଅଧିନାୟକ ଶିଖର ଧୱନ୍‌ ଆଜିର ମ୍ୟାଚ୍‌ ଖେଳୁ ନଥିବାରୁ ବରିଷ୍ଠତା ଭିତ୍ତିରେ ଧୋନିଙ୍କୁ କ୍ୟାପ୍ଟେନଶିପ୍‌ ଦାୟିତ୍ୱ ଦିଆଯାଇଛି।

ଧୋନି ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଧୋନି ଆଫ୍‌ଗାନିସ୍ତାନ ଅଧିନାୟକଙ୍କ ସହ ଟସ୍‌ ପକାଇବାକୁ ଆସିବା ବେଳେ ସମଗ୍ର ଦୁବାଇ ଷ୍ଟାଡିୟମ ବିଭିନ୍ନ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା।

ଧୋନି ୧୯୯ଟି ମ୍ୟାଚ୍‌ରେ ଭାରତ ପାଇଁ ଅଧିନାୟିକତ୍ୱ କରିଥିବା ବେଳେ ଏହି ପଦରୁ ଅବସର ନେଇଥିଲେ। ସେ ଅପ୍ରତ୍ୟାଶିତ ଭାବେ ୨୦୧୭ ଜାନୁଆରୀ ୪ରେ କ୍ୟାପ୍ଟେନ୍‌ ପଦକୁ ବାଏବାଏ କହିଥିଲେ। ଆଜି ସେ କ୍ୟାପ୍ଟେନ୍‌ ଭାବେ ନିଜର ୨୦୦ ତମ ମ୍ୟାଚ୍‌ ପାଇଁ ଟସ୍‌ ପକାଇଥିଲେ। କିନ୍ତୁ ଏହି ଟସ୍‌ ସେ ହାରି ଯାଇଛନ୍ତି। ଆଜିର ଟିମ୍‌ରେ ଧୋନିଙ୍କୁ ଛାଡ଼ିଦେଲେ ଆଉ କୌଣସି ବରିଷ୍ଠ ଖେଳାଳି ନାହାନ୍ତି।

ଟିମ୍‌ ଇଣ୍ଡିଆ ଆଫ୍‌ଗାନିସ୍ତାନନ ମ୍ୟାଚ୍‌ ପାଇଁ ୫ ଜଣ ଖେଳାଳିଙ୍କୁ ବିଶ୍ରାମ ଦେଇଛି। ରୋହିତ ଓ ଧୱନଙ୍କ ବ୍ୟତୀତ ଭୁବନେଶ୍ୱର କୁମାର, ଯଶପ୍ରୀତ୍‌ ବୁମରା ଓ ୟୁଜବେନ୍ଦର ଚହଲଙ୍କୁ ଫାଇନାଲ୍‌ ପାଇଁ ବିଶ୍ରାମ ଦିଆଯାଇଛି।

ଆଜି ସ୍ପିଡ୍‌ ବୋଲର୍‌ ଦୀପକ ଚହର ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରୁଛନ୍ତି। ସେହିପରି କେଏଲ୍‌ ରାହୁଲ, ମନୀଷ ପାଣ୍ଡେ, ଖଲୀଲ ଅହମ୍ମଦ ଓ ସିଦ୍ଧାର୍ଥ କୌଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।



from Odisha Reporter https://ift.tt/2PZlR9g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages