୧୦ରୁ ୧୫ ଦିନ ଯାଏ ଅପରାଧ ନଘଟାଇବାକୁ କାହିଁକି ହାତଯୋଡ଼ି ନିବେଦନ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

୧୦ରୁ ୧୫ ଦିନ ଯାଏ ଅପରାଧ ନଘଟାଇବାକୁ କାହିଁକି ହାତଯୋଡ଼ି ନିବେଦନ କଲେ ମୋଦି

ପାଟନା : କୁଖ୍ୟାତ ଅପରାଧୀମାନଙ୍କୁ ଅତିକମ୍‌ରେ ୧୦ରୁ ୧୫ ଦିନ ଯାଏ କୌଣସି ଅପରାଧ ନ ଘଟାଇବାକୁ ହାତଯୋଡ଼ି ନିବେଦନ କରିଛନ୍ତି ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି। ଶ୍ରୀ ମୋଦିଙ୍କ ଏପରି ଅଜବ ନିବେଦନକୁ ନେଇ ସୋଶାଲ୍‌ ମିଡିଆରେ ଏହାକୁ ଅନେକ ଲୋକ ସମାଲୋଚନା କରିଛନ୍ତି।

ବୋଧଗୟାଠାରେ ପିତୃପକ୍ଷ (ଏହି ସମୟରେ ହିନ୍ଦୁଧର୍ମାବଲମ୍ବୀ ସେମାନଙ୍କ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରନ୍ତି ) କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ନିବେଦନ କରିଥିଲେ।

ଶ୍ରୀ ମୋଦି କହିଥିଲେ “ମୁଁ ସମସ୍ତ ଅପରାଧୀମାନଙ୍କୁ ହାତଯୋଡ଼ି ଗୋଟିଏ କଥା ନିବେଦନ କରୁଛି। ସେମାନେ ଅନ୍ତତଃ ଏବେଠାରୁ ୧୦ରୁ ୧୫ ଦିନ ଯାଏ କୌଣସି ଅପରାଧ ଘଟାନ୍ତୁ ନାହିଁ।” ଶ୍ରୀ

ମୋଦିଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ତୁରନ୍ତ ଟ୍ୱିଟ୍‌ କରି ଏହାର ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଶ୍ରୀ ମୋଦି କେବଳ ପୂଜାପର୍ବାଣୀରେ ଅପରାଧୀଙ୍କୁ ଅପରାଧ ନ ଘଟାଇବାକୁ କହୁଛନ୍ତି। କିନ୍ତୁ ବଳକା ସମୟରେ ଲୁଟ୍‌, ହତ୍ୟା ଓ ଅପହରଣ କରନ୍ତୁ ବୋଲି ପରୋକ୍ଷରେ ସେମାନଙ୍କୁ ପ୍ରବର୍ତ୍ତାଉଛନ୍ତି। ଏଥିରୁ ବିହାର ସରକାର କେମିତି କାମ କରୁଛି, ତାହା ଜଣାପଡ଼ୁଛି ବୋଲି ସେ ଟ୍ୱିଟ୍‌ କରିଛନ୍ତି।

ତେଜସ୍ୱୀଙ୍କ ଏହି ଟ୍ୱିଟ୍‌କୁ ଅନେକ ଲୋକ ଶେୟାର୍ କରିବା ସହ ଶ୍ରୀ ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2IifpHS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages