
ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଉପରେ ଲଗାଇଥିବା ଅଭିଯୋଗ ବି-ଟାଉନ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ନାନା ପାଟେକର ତାଙ୍କ ସହ ଜୋରଜବରଦସ୍ତି କରିବାକୁ ଚେଷ୍ଟା କରୁଥିବା ତନୁଶ୍ରୀ ଅଭିଯୋଗ କରିଛନ୍ତି।
ତେବେ ଫିଲ୍ମି ‘ଠଗ୍ସ’ର ଟ୍ରେଲର୍ ଲଞ୍ଚିଂ ଅବସରରେ ବିଗ୍ ବି ଅମିତାଭ ବଚ୍ଚନ ଓ ଅମିର ଖାନ୍ଙ୍କୁ ଏ ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିଲା।
ଏନେଇ ଅମିତାଭ ବଚ୍ଚନ କହିଛନ୍ତି,“ ମୁଁ ତନୁଶ୍ରୀ ଦତ୍ତା ନୁହେଁ କି ନାନା ପାଟେକର। ଏହି ପ୍ରସଙ୍ଗ ଉପରେ ମୁଁ ମତାମତ ଦେବାକୁ ଚାହୁଁ ନାହିଁ।”
ସେହପରି ଅମୀର ଖାନ୍ କହିଛନ୍ତି,“ କୌଣସି ଘଟଣା ସମ୍ପର୍କରେ ସଠିକ୍ ସୂଚନା ନ ଆସିବା ପର୍ଯ୍ୟନ୍ତ କିଛି କହିବା କଷ୍ଟକର। ଯଦି ଏପରି ହୋଇଥାଏ ତାହା ଅତ୍ୟନ୍ତ ଦୁଃଖଦ। ମୁଁ ଏହି ସମ୍ପର୍କରେ କିଛି କମେଣ୍ଟ କରି ପାରିବି ନାହିଁ। ଏହାର ତଦନ୍ତ ହେବା ଜରୁରୀ।”
from Odisha Reporter https://ift.tt/2xHRD41
No comments:
Post a Comment