
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବ୍ଲୁ ହ୍ୱେଲ୍ ପରେ ଏବେ ମୋମୋ ଗେମ୍ ନେଉଛି ମୁଣ୍ଡ। ଏହାର ପ୍ରଥମ ଶିକାର ହୋଇଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ର। ସେ ହେଉଛନ୍ତି ରାଉରକେଲା ରେଲ୍ୱେ କଲୋନୀର ଏସ୍. ଚେତନ କୁମାର।
ପୂରା ଘଟଣା ଏମିତି- ଏସ୍. ଚେତନ କୁମାର ଭୁବନେଶ୍ୱର ଏକ ଇଂଜିନିଅରିଂ କଲେଜର ତୃତୀୟ ବର୍ଷର କମ୍ପ୍ୟୁଟର ଇଞ୍ଜିନିୟରିଂର ଛାତ୍ର। ଗତ ୨୦ ତାରିଖରେ ସେ ହଷ୍ଟେଲ୍ ଛାଡି ଟ୍ରେନ୍ରେ ଚେନ୍ନାଇ ଚାଲି ଯାଇଥିଲେ। ୨୨ ତାରିଖରେ ସକାଳେ ସେ ରାଜୀବ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲ୍ର ୬ ତାଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ।
ଚେନ୍ନାଇ ପୁଲିସ ଚେତନଙ୍କ ମୋବାଇଲକୁ ଜବତ କରି ଘଟଣାର ତଦନ୍ତ କରି ଆରମ୍ଭ କରିଥିଲା। ମୋମୋ ଗେମ୍ର ପ୍ରଭାବରେ ସେ ଭୁବନେଶ୍ୱରରୁ ଆସି ଚେନ୍ନାଇରେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିଥିଲା।
ଆଜି ଚେତନଙ୍କ ମୃତ୍ୟୁର ୧୧ ଦିନ। ପରିବାର ଲୋକେ ପୁଅର ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, କଲେଜ କର୍ତ୍ତୃପକ୍ଷଙ୍କ ଖମ୍ଖିଆଲି କାର୍ଯ୍ୟ ଲାଗି ଚେତନର ଜୀବନ ଗଲା। ୨୦ ତାରିଖରୁ ପୁଅ ହଷ୍ଟେଲ ଛାଡିଥିଲେ ମଧ୍ୟ ପରିବାର ଲୋକଙ୍କୁ ଏନେଇ ଖବର ଦିଆଯାଇ ନଥିଲା। ତେବେ ଯୁବ ସମାଜ ଏହି ମୋମୋ ଗେମ୍ ଫାଶରେ ନପଡିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।ଚେତନଙ୍କ ବାପା ରାଉରକେଲା ରେଲୱେରେ ସିନିଅର ସେକ୍ସନ ଅଫିସର ଅଛନ୍ତି।
from Odisha Reporter https://ift.tt/2C73j4D
No comments:
Post a Comment