ସର୍ଭେ ଫଳାଫଳ ସ୍ଥିର କରିବ କଂଗ୍ରେସ ପ୍ରାର୍ଥୀଙ୍କ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ସର୍ଭେ ଫଳାଫଳ ସ୍ଥିର କରିବ କଂଗ୍ରେସ ପ୍ରାର୍ଥୀଙ୍କ ନାଁ

ଭୁବନେଶ୍ୱର(ପ୍ରକାଶ ସେଠୀ):ଅଗଷ୍ଟ ଶେଷ ସୁଦ୍ଧା ୫୦ଜଣିଆ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ଜାରି କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଏବେ ଦ୍ୱନ୍ଦ୍ୱରେ। ତାଲିକାକୁ ନେଇ ଅଙ୍କକଷା ଛିଣ୍ଡୁନଥିବାବେଳେ ଆସନ୍ତା ସପ୍ତାହରେ ପିସିସି ନିର୍ବାଚନ କମିଟିର ବୈଠକ ପୁଣିଥରେ ବସିବାକୁ ଯାଉଛି।

ଏପଟେ କଂଗ୍ରେସ ହାଇକମାଣ୍ଡ ମଧ୍ୟ ରାଜ୍ୟରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଗୋପନୀୟ ଢଙ୍ଗରେ ସର୍ଭେ କରୁଥିବା ଜଣାପଡ଼ିଛି।ଏହି ସର୍ଭେ ଶେଷ ନହେବା ପର୍ଯ୍ୟନ୍ତ ପିସିସି ନିର୍ବାଚନ କମିଟିର ପ୍ରସ୍ତାବିତ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକାକୁ ଚୂଡ଼ାନ୍ତ ଅନୁମୋଦନ ମିଳିବା ସମ୍ଭାବନା କ୍ଷୀଣ ବୋଲି ସୂଚନା ମିଳିଛି।

ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବ ଘୋଷଣା ମୁତାବକ ୫୦ଜଣିଆ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ଏବେ ସହଜ ହେଉନାହିଁ। ଯଦିଓ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ନେଇ ବିଶେଷ ଦ୍ୱନ୍ଦ୍ୱ ନାହିଁ, ତଥାପି ପିସିସି ଦେବାକୁ ଥିବା ତାଲିକାରେ ଚୂଡ଼ାନ୍ତ ମୋହର ବାଜିବାକୁ ନେଇ ଅନିଶ୍ଚିତତା ଲାଗି ରହିଛି।

ପିସିସିର ଗୋଟିଏ ଗୋଷ୍ଠୀ ଦେଇଥିବା ଫର୍ମୂଲା ଅନୁସାରେ ଦଳର ବର୍ତ୍ତମାନର ସମସ୍ତ ୧୫ବିଧାୟକ ଏବଂ କମ୍ ବ୍ୟବଧାନରେ ପରାଜିତ ହୋଇଥିବା ପ୍ରାୟ ୨୫ଜଣ ପ୍ରାର୍ଥୀଙ୍କୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାରେ ଅଗ୍ରାଧିକାର ମିଳିବ।

କିନ୍ତୁ ଏହାକୁ ନେଇ ଦଳରେ ମତଭେଦ ଥିବାରୁ ପୁଣିଥରେ ପିସିସି ନିର୍ବାଚନ କମିଟି ବୈଠକ ବସିବ ଓ ତା’ପରେ ହିଁ ତାଲିକା ପ୍ରସ୍ତୁତ ହେବ। ତେବେ ଏହି ତାଲିକା ସେପ୍ଟେମ୍ବର ମାସରେ ଘୋଷଣା ହେବାର ସମ୍ଭାବନା କ୍ଷୀଣ।

ଅପରପକ୍ଷରେ କଂଗ୍ରେସ ହାଇକମାଣ୍ଡ ଓଡ଼ିଶା ସମେତ ଯେଉଁ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ସେଠାରେ ନିଜର ଯୁବ ଓ ଅଭିଜ୍ଞ ନେତାମାନଙ୍କ ମାଧ୍ୟମରେ ସର୍ଭେ ପ୍ରକ୍ରିୟା ଆରମ୍ଭ କରିଛି। ଯୁବ କଂଗ୍ରେସ ଅଧ୍ୟକ୍ଷ କେଶବଚନ୍ଦ୍ର ଯାଦବ ବିଭିନ୍ନ ରାଜ୍ୟରୁ ନିଜର ବିଶ୍ୱସ୍ତ ସହଯୋଗୀଙ୍କ ଏକ ଟିମ୍ ପ୍ରସ୍ତୁତ କରି ଓଡ଼ିଶା ପଠାଇଥିବା ସୂଚନା ମିଳିଛି।

ଗୋପନୀୟ ଢଙ୍ଗରେ ଚାଲିଛି ସର୍ଭେ

ଯେଉଁ ଯୁବ ନେତାମାନେ ସଚ୍ଚୋଟ ଓ ସଂଗଠନ ପ୍ରତି ସମର୍ପିତ ଅଛନ୍ତି ସେମାନଙ୍କୁ ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ କରାଯାଇଛି।ଏହି ନେତାମାନଙ୍କୁ ନିଜର ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ଢଙ୍ଗରେ କରିବାକୁ କୁହାଯାଇଛି। ସାଧାରଣ ଲୋକଙ୍କ ନିକଟକୁ ଯାଇ ନିଜର ପରିଚୟ ଗୋପନ ରଖି ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ସେମାନେ ଜନମତକୁ ଜାଣିବାକୁ ପ୍ରୟାସ କରୁଛନ୍ତି।

ଏପରିକି ସେମାନଙ୍କର ଯିବାଆସିବା ଓ ରହିବା ସମ୍ପର୍କରେ ଦଳର ସ୍ଥାନୀୟ ନେତାଙ୍କୁ ନଜଣାଇବାକୁ କଡ଼ା ତାଗିଦ୍ କରାଯାଇଛି।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, କଂଗ୍ରେସ ପକ୍ଷରୁ ଏହି ଯୁବନେତା କରୁଥିବା ସର୍ଭେରେ ମୁଖ୍ୟତଃ ୬ରୁ ୭ଟି ପ୍ରସଙ୍ଗ ଉପରେ ଲୋକଙ୍କ ମତାମତ ସଂଗ୍ରହ କରାଯାଉଛି।ବିଭିନ୍ନ ଛକ ଓ ଗାଁ ଗହଳିରେ ଲୋକଙ୍କ ପାଖକୁ ଯାଇ ସେମାନେ ନିଜର ପରିଚୟକୁ ସମ୍ପୂର୍ଣ୍ଣ ଗୋପନ ରଖି ନିର୍ବାଚନ ବିଷୟରେ ଆଲୋଚନା କରୁଛନ୍ତି।

ସର୍ଭେରେ ସେମାନେ ପଚାରୁଥିବା ପ୍ରଶ୍ନ ମଧ୍ୟରେ ରହିଛି – ବର୍ତ୍ତମାନର ବିଧାୟକ କେମିତି କାମ କରୁଛନ୍ତି? ବିଧାୟକଙ୍କ ପ୍ରତି ଜନଅସନ୍ତୋଷ ଅଛି କି ନାହିଁ? ଯଦି ବିଧାୟକଙ୍କ ପ୍ରତି ଅସନ୍ତୋଷ ରହିଛି ତା’ହେଲେ ସମ୍ପୃକ୍ତ ଅଂଚଳରେ ବିକଳ୍ପ ପାର୍ଟି ଓ ନେତା କିଏ ହୋଇପାରିବେ? କୌଣସି ସିଟରେ କଂଗ୍ରେସ କ୍ରମାଗତ ପରାଜିତ ହେବାର କାରଣ କ’ଣ? କଂଗ୍ରେସର ଗଡ଼ ଥାଇ ମଧ୍ୟ କେଉଁ କାରଣରୁ ସିଟ୍ ହାତରୁ ଖସିଥିଲା ? କଂଗ୍ରେସ ରାଜ୍ୟରେ କେଉଁସବୁ ପ୍ରସଙ୍ଗକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ଉଚିତ୍?

ଏସବୁ ପ୍ରଶ୍ନ ମାଧ୍ୟମରେ କଂଗ୍ରେସ ଟିମ୍ ଏବେ ରାଜ୍ୟବ୍ୟାପୀ ସର୍ଭେ କରୁଥିବା ସୂଚନା ମିଳିଛି।

ପିସିସି ପ୍ରାର୍ଥୀ ତାଲିକା କେବଳ ନାମକୁ ମାତ୍ର

ସୂତ୍ର ଅନୁସାରେ, ଦଳର ହାଇକମାଣ୍ଡ ପ୍ରାର୍ଥୀ ଚୟନ ଫର୍ମୂଲାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି।ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଆବେଦନ କରିବାକୁ ପଡ଼ୁଥିଲା। ଯାହା ବ୍ଲକ୍ ଓ ଜିଲ୍ଲା ସୁପାରିସ୍ ଓ ସମନ୍ୱୟ କମିଟିର ରିପୋର୍ଟ ସହ ପ୍ରଦେଶ କମିଟିକୁ ଆସୁଥିଲା।

କିନ୍ତୁ ଏବେ ସେଥିରେ ପରିବର୍ତନ କରାଯାଇଛି। ପ୍ରାର୍ଥୀଙ୍କୁ ଆବେଦନ କରିବାକୁ କହିବା ବଦଳରେ ବ୍ଲକ୍ ଓ ଜିଲ୍ଲା କମିଟିରୁ ଆସୁଥିବା ନାଁ ଉପରେ ପିସିସି ନିର୍ବାଚନ କମିଟି ବିଚାରବିମର୍ଶ କରିବ।

ଆବଶ୍ୟକ ପଡ଼ିଲେ ନିର୍ବାଚନ କମିଟି ସ୍ୱତଃ କୌଣସି ନେତାଙ୍କ ନାଁକୁ ତାଲିକାରେ ଯୋଡ଼ି କେନ୍ଦ୍ରୀୟ ସ୍କ୍ରିନିଂ କମିଟିକୁ ପଠାଇବ। ଏହି କମିଟିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓ ସଦସ୍ୟ, ପିସିସି ପ୍ରଭାରୀ ଓ ଅଧ୍ୟକ୍ଷ, ବିରୋଧୀ ଦଳ ନେତା ଉପସ୍ଥିତ ରହିବେ।

ବୈଠକରେ କଂଗ୍ରେସ ହାଇକମାଣ୍ଡ ନିଜେ କରୁଥିବା ସର୍ଭେ ରିପୋର୍ଟ ଉପରେ ଆଲୋଚନା କରି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2NDbmYl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages