କାହିଁକି ବଢ଼ୁଛି ତେଲ ଦର? କାରଣ କହିଲେ ଧର୍ମେନ୍ଦ୍ର: ଭୁବନେଶ୍ୱରରେ ପେଟ୍ରୋଲ ୭୭ ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

କାହିଁକି ବଢ଼ୁଛି ତେଲ ଦର? କାରଣ କହିଲେ ଧର୍ମେନ୍ଦ୍ର: ଭୁବନେଶ୍ୱରରେ ପେଟ୍ରୋଲ ୭୭ ଡେଇଁଲା

ନୂଆଦିଲ୍ଲୀ: ଲଗାତାର ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦର ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜବାବ ରଖିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେବା ଏବଂ ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ଘଟୁଥିବାରୁ ତେଲ ଦର ବଢ଼ୁଛି। ଏଥିପାଇଁ ଭାରତ ସରକାର ଚିନ୍ତିତ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ଦେଶବ୍ୟାପୀ ତୈଳ ଦର ଅହେତୁକ ବୃଦ୍ଧି ପାଇଛି। ଦେଶର ରାଜଧାନୀ ଦିଲ୍ଲୀରେ  ପେଟ୍ରୋଲ ଲିଟର ୧୬ ପଇସା ବୃଦ୍ଧି ପାଇଛି। ଦିଲ୍ଲୀର ଏବେ ପେଟ୍ରୋଲ ଲିଟର ପ୍ରତି ୭୮.୬୮ ଟଙ୍କା ରହିଛି। ସେହିପରି ଡିଜେଲ ଲିଟର ପ୍ରତି ୨୧ ପଇସା ବୃଦ୍ଧି ପାଇ ୭୦.୪୨ ଟଙ୍କା ଛୁଇଁଛି।  ଆର୍ଥିକ ରାଜଧାନୀ ମୁମ୍ବାଇରେ  ପେଟ୍ରୋଲ ୧୬ ପଇସା ବୃଦ୍ଧି ପାଇ  ଲିଟର ପ୍ରତି ୮୬.୦୯ ଟଙ୍କା ରହିଛି ଏବଂ ଡିଜେଲ ୨୨ ପଇସା ବୃଦ୍ଧି ପାଇ  ୭୪.୭୬ ଟଙ୍କା ରହିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ୧୬ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୭୭.୪୪ ଟଙ୍କାରେ ପହଞ୍ଚିଛି ଏବଂ ଡିଜେଲ ୨୩ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୭୫.୪୩ ଟଙ୍କା ଛୁଇଁଛି।

ତେବେ ତେଲ ଦର ବୃଦ୍ଧିକୁ ନେଇ ଧର୍ମେନ୍ଦ୍ର ଆମେରିକା ନୀତିକୁ ଦାୟୀ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ, ତୈଳ ଦରକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି ଏବଂ ଏହାର ଅନୁଧ୍ୟାନ କରୁଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଆମେରିକାର ଦୋହରା ନୀତି ପାଇଁ ସାରା ବିଶ୍ୱରେ ଡଲାର ତୁଳନାରେ ମୁଦ୍ରା ଦୁର୍ବଳ ହେବାରେ ଲାଗିଛି। ଭାରତରେ ମୁଦ୍ରା ପ୍ରଭାବିତ ହେବା କାରଣରୁ ତେଲ ଦର ବୃଦ୍ଧି ପାଉଛି। ସେପଟେ ତୈଳ ଦର ବୃଦ୍ଧିକୁ ନେଇ ବିଜେପିକୁ ଲଗାତାର କଂଗ୍ରେସ ଟାର୍ଗେଟ କରି ଆସୁଛି।

କଂଗ୍ରେସ କହିଛି ଯେ, ଅଶୋଧିତ ତୈଳର ସମାନ ମୂଲ୍ୟ ନେଇ ବାହାର ଦେଶରେ ତେଲ ଦର କମ୍‌ ଥିବା ବେଳେ ତାହା ଭାରତରେ କିଭଳି ବଢ଼ିଯାଉଛି? କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରଜେୱାଲା କହିଛନ୍ତି ଯେ, ତେଲ ଉପରେ ବାରମ୍ବାର ଉତ୍ପାଦ ଶୁଳ୍କ ଲାଗୁ କରି କେନ୍ଦ୍ର ସରକାର ସାଧାରଣ ଲୋକଙ୍କଠାରୁ ୧୧ ଲକ୍ଷ କୋଟି ଟଙ୍କା ଲୁଟିନେଲେଣି। ସେ କହିଛନ୍ତି ମୋଦି ସରକାର ବିଦେଶକୁ ଶସ୍ଥା ଦରରେ ପେଟ୍ରୋଲ ଏବଂ ଡିଜେଲ ବିକୁଛନ୍ତି। ଅଥଚ ଭାରତୀୟଙ୍କ ପାଇଁ ତାହା ମହଙ୍ଗା ହୋଇଛି। ସେ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଟିକସ ବୃଦ୍ଧି ଯୋଗୁ ତେଲ ଦର ବଢୁଛି।



from Odisha Reporter https://ift.tt/2NcNeyG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages