ସ୍ତ୍ରୀକୁ ଚଳନ୍ତା ଟ୍ରେନ୍‌ରୁ ଠେଲି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ସ୍ତ୍ରୀକୁ ଚଳନ୍ତା ଟ୍ରେନ୍‌ରୁ ଠେଲି ଦେଲେ

injured

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ଜେନାପୁର ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଚଳନ୍ତା ଟ୍ରେନ୍ରୁ ଠେଲି ଦେବାରୁ ତାଙ୍କର ବାମ ଗୋଡ଼ର ପାଦ ପୂରା କଟି ଯାଇଛି।

ସୂଚନା ଅନୁସାରେ, ବାଲେଶ୍ୱରରୁ ମଜୁରୀ କାମ ସାରି ଯାଜପୁର ରୋଡ୍କୁ ଟ୍ରେନ୍ରେ ଫେରିବା ବେଳେ ରବି ଦାସ ଓ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରବି ମଦ ପିଇଥିଲେ। ଟ୍ରେନ୍ଟି ଜେନାପୁର ଷ୍ଟେସନ୍ ପାଖରେ ପହଞ୍ଚିବା ସମୟର ରବି ତାଙ୍କ ସ୍ତ୍ରୀକୁ ଟ୍ରେନ୍‌ରୁ ଧକ୍କା ଦେଇ ତଳେ ପକାଇ ଦେଇଥିଲେ।

ସେଠାରେ ଉପସ୍ଥିତ ଲୋକେ ସାବିତ୍ରୀଙ୍କୁ ଉଦ୍ଧାର କରି ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ପାଦଟି ପୂରା କଟିଯାଇଛି।

ସାବିତ୍ରୀଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି।

ଦୁଇ ବର୍ଷ ତଳେ ସାବିତ୍ରୀ ନିଜର ପ୍ରଥମ ସ୍ୱାମୀଙ୍କୁ ଛାଡ଼ି ରବିଙ୍କୁ ବାହା ହୋଇଥିଲେ।
ସାବିତ୍ରୀଙ୍କ ଘର ଯାଜପୁର ରୋଡ୍‌ ମୁଣ୍ଡମାଳ ଆଦିବାସୀ ସାହିରେ ବୋଲି ଜଣାପଡ଼ିଛି। ସେହିପରି ରବିଙ୍କ ଘର ପଶ୍ଚିମବଙ୍ଗରେ।



from Odisha Reporter https://ift.tt/2Oozn9j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages