ଥମୁନି ଶିକ୍ଷକଙ୍କ ଆନ୍ଦୋଳନ: ଆଲୋଚନା ପାଇଁ ମନ୍ତ୍ରୀଙ୍କ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଥମୁନି ଶିକ୍ଷକଙ୍କ ଆନ୍ଦୋଳନ: ଆଲୋଚନା ପାଇଁ ମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨୭ ଦିନ ହେଲା ଶିକ୍ଷକମାନେ ରାଜଧାନୀର ରାଜରାସ୍ତାରେ ବସିଛନ୍ତି। ଯାହାଫଳରେ ସ୍କୁଲରେ ପାଠ ପଢ଼ା ଠପ୍‌ ହୋଇଯାଇଛି। ତଥାପି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିନି। ତେଣୁ ଶିକ୍ଷକମାନେ ବ୍ଲକ୍‌ ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି। ଆଗାମୀ ଦିନରେ ସେମାନେ ପ୍ରତ୍ୟେକ ପଞ୍ଚାୟତରେ ଶୋଭାଯାତ୍ରା କରି ରାଜ୍ୟ ସରକାରଙ୍କ ଶିକ୍ଷା ମାରଣ ନୀତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି।
 
ଏ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି-“ଶିକ୍ଷକମାନେ ରାସ୍ତାରେ ବସିବା ଅନୁଚିତ। ସମାଜରେ ସେମାନଙ୍କର ଗୁରୁ ଦାୟିତ୍ୱ ରହିଛି। ଶିକ୍ଷକଙ୍କ ନୈତିକ କର୍ତ୍ତବ୍ୟ ହେଉଛି ପାଠ ପଢ଼ାଇବା। ସେମାନଙ୍କ ଦାବି ସମ୍ପର୍କରେ ଖୁବ୍‌ଶୀଘ୍ର ସମାଧାନ ପାଇଁ ଚେଷ୍ଟା ଚାଲିଛି। ଦାବିକୁ ନେଇ ରାଜରାସ୍ତାରେ ଆଲୋଚନା ହୁଏନି। ଶିକ୍ଷକ ଓ ଶିକ୍ଷୟିତ୍ରୀ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ମାତାପିତା ଭଳି। ତେଣୁ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରି ଆଲୋଚନାକୁ ଆସନ୍ତୁ।”
ବୈଜୟନ୍ତଙ୍କ ସମର୍ଥନ  
ଅନ୍ୟପକ୍ଷରେ ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଏହି ଅବସରରେ ସେ କହିଛନ୍ତି-“ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଶିକ୍ଷାରେ ବହୁ ପଛରେ ପଡ଼ିଛି। ଶିକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାର ଅଛି। ଏଥିସହିତ ଶିକ୍ଷକ ଓ ଅଧ୍ୟାପକଙ୍କ ସମସ୍ୟା ସମାଧାନ କରିବା ମଧ୍ୟ ନିହାତି ଜରୁରୀ।” 


from Odisha Reporter https://ift.tt/2p5eRwh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages