
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗେଷ୍ଟ ହାଉସ ଓ ଗୋଆ ମଉଜରେ କେଉଁ ପୁଲିସ ବାବୁ ଓ ଅଫିସର ଥିଲେ? ଜେରା ବେଳେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଆଗରେ ଏହି ତଥ୍ୟ ଓଗାଳିଛି ଗିରଫ ବ୍ୟବସାୟୀ ଦୀପ୍ତି ଦାସ।
ଗ୍ୟାଙ୍ଗଷ୍ଟର ଟିଟୋର ବ୍ଲାକ୍ ମନିକୁ ହ୍ୱାଇଟ୍ କରିବା ପାଇଁ ସୁଧ କାରବାରରେ ଟଙ୍କାର ବିନିଯୋଗ ହେଉଥିଲା। ବର୍ଷକୁ ୬୦ ପ୍ରତିଶତ ହାରରେ କଳାଟଙ୍କା ବିନିଯୋଗ କରାଯାଇ ହ୍ୱାଇଟ୍ ହେଉଥିଲା। ଟି-ଲିଙ୍କରେ ଗିରଫ ହୋଇଥିବା ଦୀପ୍ତି ଦାସ ଏହି ସୁଧ କାରବାର ବୁଝୁଥିଲା। ତେବେ କାହା କାହା ସହ ଓ କେତେ ଟଙ୍କାର ସୁଧ କାରବାର ହେଉଥିଲା, ତାହା ଜଣାପଡ଼ି ନାହିଁ।
ସେହିଭଳି ଟିଟୋର ସେକ୍ସ କାରବାର ଓ ଗୋଆ ଲିଙ୍କର ଖୁଲାସା କରିଛି ଦୀପ୍ତି ଦାସ। ତାର (ଦୀପ୍ତି) ଦୁଇ ଦୁଇଟି ଗେଷ୍ଟ ହାଉସରେ ସେକ୍ସ କାରବାର ହେଉଥିଲା। ଟି-ଲିଙ୍କରେ ଥିବା ପୁଲିସ ବାବୁ ଓ ଅଫିସରଙ୍କୁ ଖୁସି କରିବାକୁ ଏହି ଗେଷ୍ଟ ହାଉସର ହେଉଥିଲା ବ୍ୟବହାର।
ତେବେ ଏଠି ପ୍ରଶ୍ନ ଉଠୁଛି, କେଉଁ ପୁଲିସ ବାବୁ ଓ ଅଫିସର ସେକ୍ସ କାରବାରର ମଉଜ କରୁଥିଲେ। ଭିଜିଲାନ୍ସ ଦ୍ୱାରା ଗିରଫ ଆଇଆଇସି ସଂଜୀବ ମହାନ୍ତିଙ୍କ ସହ ଗ୍ୟାଙ୍ଗଷ୍ଟର ଟିଟୋର ଲିଙ୍କ ନେଇ ମଧ୍ୟ ଦୀପ୍ତି ଖୁଲାସା କରିଛି। ଆଇଆଇସି ସଂଜୀବ, ଟିଟୋ ଓ ଆଉ କିଛି ବ୍ୟକ୍ତି ଫ୍ଲାଇଟରେ ବହୁବାର ଗୋଆ ଯାଇଥିବା ଦୀପ୍ତି କହିଛି।
ସେପଟେ ଆଇଆଇସି ସଂଜିବଙ୍କ ଗୋଆ ଲିଙ୍କ ନେଇ ଭିଜିଲାନ୍ସ ଖୋଳତାଡ୍ ଆରମ୍ଭ କରିଛି। ଦୀପ୍ତି ଦାସକୁ ଏନେଇ ଭିଜିଲାନ୍ସ ପଚରା ଉଚରା କରିଛି। ଟି-ଲିଙ୍କରେ ଦୀପ୍ତି ଓ ଟାଙ୍ଗୀର ହାବୁଲି ଓରଫ ଚିତ୍ତ ସାହୁକୁ ଏସ୍ଟିଏଫ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଟିଟୋର ପ୍ରମୁଖ ସହଯୋଗୀ ତପୁର ଏକାଧିକ କଂପାନୀର ମ୍ୟାନେଜର ଭାବେ କାମ କରୁଥିଲା ହାବୁଲି।
ହାବୁଲି ୨୦୧୫ ଜଣେ ସରପଞ୍ଚଙ୍କୁ ଗୁଳିମାଡ଼ ସହ ଦାଦାବଟି, ଟେଣ୍ଡର କାରବାରରେ ସମ୍ପୃକ୍ତ ଅଛି। ଟି ଲିଙ୍କରେ ଅନ୍ୟତମ ସହଯୋଗୀ ତପୁକୁ ଏବେ କ୍ରାଇମବ୍ରାଞ୍ଚ ଖୋଜୁଛି।
from Odisha Reporter https://ift.tt/2ObJ5s3
No comments:
Post a Comment