ଆପ୍‌କୁ ନିର୍ବାଚନ କମିଶନଙ୍କ ନୋଟିସ୍‌, ଚାନ୍ଦା କେଉଁଠୁ ପାଉଥିଲ ଜଣାଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଆପ୍‌କୁ ନିର୍ବାଚନ କମିଶନଙ୍କ ନୋଟିସ୍‌, ଚାନ୍ଦା କେଉଁଠୁ ପାଉଥିଲ ଜଣାଅ

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)କୁ ଆଜି ନିର୍ବାଚନ କମିଶନଙ୍କ ଝଟ୍‌କା ଲାଗିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଦଳ ଚାନ୍ଦା ସୂତ୍ରରେ ପାଇଥିବା ଅର୍ଥର ହିସାବ ଦେବାକୁ ଆଜି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆପ୍‌କୁ ନୋଟିସ୍‌ କରାଯାଇଛି।
 
ଯଦି ୨୦ ଦିନ ମଧ୍ୟରେ ଦଳ ପକ୍ଷରୁ ନୋଟିସ୍‌ର କୌଣସି ଜବାବ ନ ମିଳେ, ତ’ହେଲେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦଳର ପଞ୍ଜୀକରଣ ରଦ୍ଦ କରାଯାଇ ପାରିବ କିମ୍ବା ଦଳକୁ ନିଲମ୍ବନ କରାଯିବା ଭଳି ବିକଳ୍ପ ରହିଛି।
 
ନୋଟିସ୍‌ରେ କୁହାଯାଇଛି ଯେ, ଜଣେ ହାୱାଲା ଅପେରେଟର୍‌ଙ୍କଠାରୁ ଆପ୍‌ ପକ୍ଷରୁ ୨ କୋଟି ଟଙ୍କାର ଚାନ୍ଦା ଗ୍ରହଣ କରାଯାଇଥିଲା। ଏହାକୁ ସ୍ୱେଚ୍ଛାକୃତ ଦାନ ବୋଲି କୁହାଯାଉଥିଲେ ହେଁ ଏହା ପଛରେ କିଛି ଭିତିରି କାରବାର ରହିଥିବା ଜଣାପଡ଼ିଛି। ଏଥିସହ ଦଳ ୧୩.୧୬ କୋଟି ଟଙ୍କା ଚାନ୍ଦା ଆକାରରେ ପାଇଥିଲେ ହେଁ ଏହାର ହିସାବ ଠିକ୍‌ ଭାବେ ଦର୍ଶାଇ ନାହିଁ ବୋଲି ନୋଟିସ୍‌ରେ କୁହାଯାଇଛି।
 
୨୦୧୫ ଫେବୃଆରୀ ମାସରେ ଆପ୍‌ ବେଆଇନ୍‌ ଭାବେ ବିଦେଶୀ ସୂତ୍ରରୁ ଚାନ୍ଦା ଗ୍ରହଣ କରୁଥିବା ଅଭିଯୋଗ ହୋଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ର ସରକାର ଦଳକୁ କ୍ଲିନ୍‌ଚିଟ୍‌ ଦେଇଥିଲେ। 


from Odisha Reporter https://ift.tt/2MhXlhb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages