
ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକ୍ର ଆସିଲା ଆଉ ଏକ ଭିଡିଓ। ପିଓକେରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଏହି ସର୍ଜିକାଲ ଷ୍ଟ୍ରାଇକ୍କୁ ଆଉ ୨ ଦିନ ପରେ ଦୁଇ ବର୍ଷ ପୁରିବାକୁ ଥିବା ବେଳେ ତା’ପୂର୍ବରୁ ଏହି ଭିଡିଓ ଜାରି କରାଯାଇଛି। ଦୁଇ ବର୍ଷ ତଳେ ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ରେ ପାକ୍ ଅଧିକୃତ କାଶ୍ମୀରରେ କିପରି ସେନା ପକ୍ଷରୁ ଆକ୍ରମଣ କରାଯାଉଛି ତାହା ସ୍ପଷ୍ଟ ଭାବେ ଦର୍ଶାଯାଇଛି ।
ଏହି ନୂତନ ଭିଡିଓରେ ଭାରତୀୟ ସେନାର ସିକ୍ରେଟ୍ ଅପରେସନ୍ର ଚିତ୍ର ଦୃଶ୍ୟମାନ ହେଉଛି। ୨୦୧୬ ସେପ୍ଟେମ୍ବର ୨୯ରେ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା । ଏଥିରେ ୧୫୦ଜଣ ସ୍ୱତନ୍ତ୍ର ପାରା କମାଣ୍ଡୋ ସାମିଲ ହୋଇଥିଲେ। ପାକିସ୍ତାନ ସୀମାର ପ୍ରାୟ ୩କିଲୋମିଟର ଭିତରକୁ ଯାଇ ଆକ୍ରମଣ କରିଥିଲା ଭାରତୀୟ ସେନା।
ମୁଖ୍ୟତଃ ଭାରତୀୟ ସ୍ଥଳସେନାର ପାରା ସ୍ପେଶାଲ ଫୋର୍ସର କମାଣ୍ଡୋମାନେ ମଧ୍ୟରାତ୍ରୀରେ ଭାରତ-ପାକ୍ ସୀମାରେ ଥିବା ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ ରେଖାକୁ ଅତିକ୍ରମ କରି ଆତଙ୍କବାଦୀଙ୍କର ୪ଟି ଆଡ୍ଡାକୁ ଧ୍ୱଂଶ କରିଥିଲେ। ଏଥିରେ ୭ଟି ଆତଙ୍କବାଦୀ ଲଞ୍ଚପ୍ୟାଡ ଧ୍ୱଂସ ହୋଇଯାଇଥିଲା। ୩୮ଜଣ ଆତଙ୍କବାଦୀ ଓ ପାକିସ୍ତାନ ସେନାର ଦୁଇଜଣ ସୈନିକ ମଧ୍ୟ ନିହତ ହୋଇଥିଲେ।
ଭିଡିଓ: ସୌଜନ୍ୟ ଏନ୍ଆଇ
#WATCH: More visuals of Surgical strike footage of 29/9/2016 from Pakistan Occupied Kashmir (PoK) pic.twitter.com/GZSMH5Hct6
— ANI (@ANI) September 27, 2018
from Odisha Reporter https://ift.tt/2IlLYog
No comments:
Post a Comment