ଆସନ୍ତାକାଲି ରାଜ୍ୟର ସବୁ ଔଷଧ ଦୋକାନ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ଆସନ୍ତାକାଲି ରାଜ୍ୟର ସବୁ ଔଷଧ ଦୋକାନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇ-ଫାର୍ମାସି ଓ ଅନଲାଇନ୍‌ ଔଷଧ ବିକ୍ରି ପ୍ରକ୍ରିୟାକୁ ବିରୋଧ କରି ଆସନ୍ତା ୨୮ ତାରିଖ ଶୁକ୍ରବାର ‘ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ’ ଡ଼ାକିଥିବା ୨୪ ଘଣ୍ଟିଆ  ଔଷଧ ବ୍ୟବସାୟ ବନ୍ଦ ଡାକରାକୁ ‘ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ’ ସଂଘ ସମର୍ଥନ ଜଣାଇ ରାଜ୍ୟର ୨୨ ହଜାର ଔଷଧ ଦୋକାନୀ ଏଥିରେ ସାମିଲ ହେବାକୁ ଯାଉଛନ୍ତି। ଫଳରେ କେବଳ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଥିବା ଔଷଧ ଦୋକାନଗୁଡ଼ିକୁ ବାଦ୍ ଦେଲେ ରାଜ୍ୟର ସବୁ ଔଷଧ ଦୋକାନ ବନ୍ଦ ରହିବ।

ସଂଘର କହିବା ଅନୁଯାୟୀ, ଅନଲାଇନ୍‌ ଔଷଧ ବ୍ୟବସାୟ କେବଳ ବାଣିଜ୍ୟିକ ଦୃଷ୍ଟିକୋଣରୁ ନୁହେଁ ବରଂ ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ଖରାପ ପ୍ରଭାବ ପକାଇବ। ଏହା ଦ୍ୱାରା ଆଗାମୀ ପିଢ଼ି ଅଧିକ କ୍ଷତିଗ୍ରସ୍ତ ହେବେ। ରାଜ୍ୟ ସଂଘର ଭାରପ୍ରାପ୍ତ ସମ୍ପାଦକ ଓ ସଭାପତିଙ୍କ କହିବାନୁଯାୟୀ ବାରମ୍ବାର ‘ଅଖିଳ ଭାରତୀୟ ମହାସଂଘ’ ଏହି ବ୍ୟବସ୍ଥାକୁ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ନିବେଦନ ଓ ଅଭିଯୋଗ କରିବା ସହ ସ୍ମାରକପତ୍ର ଦେବା ସତ୍ତ୍ୱେ, ସରକାର ଏଥିପ୍ରତି କୌଣସି ଦୃଷ୍ଟି ନଦେବାରୁ ସଂଘ ଦୃତୀୟ ଥର ପାଇଁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି।

ଏହି ଅନଲାଇନ୍‌ ବ୍ୟବସ୍ଥା ଦ୍ୱାରା ବଡ଼ ବ୍ୟବସାୟୀମାନେ କେନ୍ଦ୍ରସରକାରଙ୍କ ଔଷଧ ବିତରଣ ଆଇନ୍‌କୁ ଖୋଲାଖୋଲି ଉଲଂଘନ କରିଚାଲିଛନ୍ତି ଏବଂ ଅନଲାଇନ୍‌, ଟେଲିଭିଜନ ଓ ସୋଶାଲ ମିଡିଆରେ ବିଜ୍ଞାପନ ସହ ବେଧଡକ ପ୍ରଚାର ପ୍ରସାର କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ଏଥିପ୍ରତି ସରକାରଙ୍କ ନିଷ୍କ୍ରିୟତା ସର୍ବଭାରତୀୟ ସ୍ତରରେ ଥିବା ୧୦ ଲକ୍ଷ ଔଷଧ ବ୍ୟବସାୟୀଙ୍କୁ ପ୍ରଭାବିତ କରିଛି। ଏଥିପାଇଁ ସଂଘ ରାସ୍ତାକୁ ଓଲ୍ଲାଇବାକୁ ନିଷ୍ପତ୍ତି ନେଇଛି।

‘ଅଖିଳ ଭାରତୀୟ ସଙ୍ଘ’ର କହିବା ଅନୁଯାୟୀ ଯଦି ଆଗମୀ ଦିନରେ ସରକାର ଏଥିପ୍ରତି କୌଣସି ଦୃଷ୍ଟି ନଦେବେ, ତେବେ ସଂଘ ଅନିର୍ଦ୍ଧିଷ୍ଟ କାଳ ପାଇଁ ଔଷଧ ଦୋକାନ ବନ୍ଦ ରଖିବ ବୋଲି ଚେତାବନୀ ଦେଇଛି। ବନ୍ଦ ଦ୍ୱାରା ପ୍ରଭାବିତ ଜନସାଧାରଣଙ୍କ ଅସୁବିଧା ଓ କଷ୍ଟ ପାଇଁ ମଧ୍ୟ ସଙ୍ଘ ଆଗୁଆ ଦୁଃଖପ୍ରକାଶ ମଧ୍ୟ କରିଛି।

ବନ୍ଦ ସମୟରେ ଜରୁରୀକାଳୀନ ସେବା ଯୋଗାଇଦେବାକୁ ସରକାରୀ ଓ ବେସରକାରୀ ଡାକ୍ତରଖାନା ଭିତରେ ଥିବା ଔଷଧ ଦୋକାନଗୁଡିକୁ ଖୋଲା ରଖିବାକୁ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା କେନ୍ଦ୍ର ସରକାର ଡ୍ରଗ୍ ପ୍ରାଇସ୍‌ କଣ୍ଟ୍ରୋଲ୍‌ ନିୟମ ଅନୁଯାୟୀ ଖୁଚୁରା ବ୍ୟବସାୟୀଙ୍କ ଲାଭାଂଶ ୧୬% ଓ ପାଇକାରୀ ଔଷଧ ବ୍ୟବସାୟୀଙ୍କର ୮% ସ୍ଥିର କରିଥିଲା ବେଳେ ସେମାନେ କିପରି ୩୦% ରୁ ୫୦ % ପର୍ଯନ୍ତ ରିହାତି ଯୋଗାଉଛନ୍ତି? ଏହା ଔଷଧର ଗୁଣବତ୍ତା ଓ ମାନଦଣ୍ଡ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ଅନଲାଇନ୍‌ ବ୍ୟବସାୟ ଦ୍ଵାରା ୧୦ ଲକ୍ଷ ଔଷଧ ବ୍ୟବସାୟୀ, ତାଙ୍କ ପରିବାର ଓ କର୍ମଚାରୀଙ୍କ ପରିବାରବୃନ୍ଦଙ୍କୁ ମିଶାଇ ପ୍ରାୟ ଏକ କୋଟି ପରିବାରର ଭବିଷ୍ୟତ ଅନ୍ଧାର ହୋଇପଡ଼ିଛି। ଅଗାମୀ ଦିନରେ ଏଥିପ୍ରତି ସରକାର ଦୃଷ୍ଟି ନଦେଲେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବ ଓ ଏହାର ପରିଣାମ ସରକାର ଭୋଗିବେ ବୋଲି ସଂଘ ଚେତାବନୀ ଦେଇଛି ।



from Odisha Reporter https://ift.tt/2IjllA8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages