ଅବସର ଘୋଷଣା କଲେ ସର୍ଦ୍ଦାର ସିଂହ, ଖେଳିବେନି ବିଶ୍ୱକପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଅବସର ଘୋଷଣା କଲେ ସର୍ଦ୍ଦାର ସିଂହ, ଖେଳିବେନି ବିଶ୍ୱକପ୍‌

ଚଣ୍ଡିଗଡ଼: ନଭେମ୍ବର ମାସରେ ହେବାକୁ ଥିବା ହକି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ଏକ ଜବରଦସ୍ତ ଝଟ୍‌କା ଲାଗିଛି। ଭାରତୀୟ ହକି ଟିମ୍‌ର ସବୁଠାରୁ ବରିଷ୍ଠ ତଥା ନିର୍ଭରଯୋଗ୍ୟ ମିଡ୍‌ ଫିଲ୍ଡର୍‌ ଓ ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହ ଅବସର ଘୋଷଣା କରିଛନ୍ତି।
ସଦ୍ୟ ସମାପ୍ତ ଏସିଆ କପ୍‌ ଭାରତୀୟ ହକି ସ୍କ୍ୱାଡ୍‌ରେ ସ୍ଥାନ ପାଇଥିବା ସର୍ଦ୍ଦାର କହିଛନ୍ତି, ଏବେ ପରବର୍ତ୍ତୀ ପିଢ଼ିକୁ ସୁଯୋଗ ଦେବାର ସମୟ ଆସିଯାଇଛି। ଯୁବଗୋଷ୍ଠୀ ଭାରତୀୟ ହକି ଟିମ୍‌ର ଭବିଷ୍ୟତ ବୋଲି ସେ କହିଛନ୍ତି।
ହିନ୍ଦୁସ୍ତାନ ଟାଇମ୍ସକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସର୍ଦ୍ଦାର କହିଛନ୍ତି, “ମୁଁ ୧୨ ବର୍ଷ ହେଲା ଦେଶ ପାଇଁ ହକି ଖେଳୁଛି। ଏବେ ସମୟ ଆସି ଯାଇଛି ପରବର୍ତ୍ତୀ ପିଢ଼ି ଦେଶର ହକିକୁ ଆଗକୁ ନେବେ। ମୁଁ ଅବସର ନେବାକୁ ନିଷ୍ପତ୍ତି ନେଇଛି।”
୩୨ ବର୍ଷୀୟ ସର୍ଦ୍ଦାର ଭାରତ ପାଇଁ ୩୫୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ଭାରତୀୟ ଟିମ୍‌ର ଅଧିନାୟକ ଭାବେ କାର୍ଯ୍ୟ କରିଥିଲେ। ତେବେ ଫିଟନେସ୍‌ ଅଭାବରୁ ତାଙ୍କୁ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବେଳେ ଟିମ୍‌ ଇଣ୍ଡିଆରୁ ବାଦ୍‌ ଦିଆଯାଇଥିଲା। କିନ୍ତୁ ଏଥିରେ ହତୋତ୍ସାହିତ ନ ହୋଇ ସର୍ଦ୍ଦାର କଠିନ ପରିଶ୍ରମ କରିଥିଲେ ଏବଂ ଚାମ୍ପିୟନସ ଟ୍ରଫି ବେଳେ ଦଳକୁ କମ୍‌ବ୍ୟାକ୍‌ କରିଥିଲେ। ଚାମ୍ପିୟନସ ଟ୍ରଫିରେ ଭାରତକୁ ରୌପ୍ୟ ପଦକ ଦେବାରେ ସର୍ଦ୍ଦାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା।
ହରିଆଣାରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଥିବା ସର୍ଦ୍ଦାର ସିଂହ କହିଛନ୍ତି, “ ଅହୁରି ଏକାଧିକ ବର୍ଷ ହକି ଖେଳିବା ପାଇଁ ମୁଁ ଫିଟ୍‌ ରହିଛି। କିନ୍ତୁ ସବୁବେଳେ ତୁମ ସ୍ଥାନ କିଏ ଓ କେତେବେଳେ ନେବ, ସେକଥା ଯୋଜନା କରିବା ଦରକାର। ତେଣୁ ପରବର୍ତ୍ତୀ ପିଢ଼ିଙ୍କ କଥା ଚିନ୍ତା କରିବାର ଏହା ହେଉଛି ପ୍ରକୃତ ସମୟ। ଏ ବିଷୟରେ ମୁଁ ହକି ଇଣ୍ଡିଆ ଓ ଜାତୀୟ ହକି ଟିମ୍‌ର କୋଚ୍‌ ହରେନ୍ଦର ସିଂହଙ୍କ ଆଲୋଚନା କରିଛି। ସେମାନେ ମଧ୍ୟ ମୋ ନିଷ୍ପତ୍ତିରେ ଏକମତ ହୋଇଛନ୍ତି। ଏବେ ମୁଁ କେବଳ ପୁଲିସ୍‌ ବିଭାଗ ଓ ରାଜ୍ୟ ପାଇଁ ଖେଳିବି।”
ସର୍ଦ୍ଦାର ୨୦୦୩-୨୦୦୪ରେ ଭାରତୀୟ ଜୁନିୟର ହକି ଟିମ୍‌ରେ ପ୍ରଥମ ଥର ସ୍ଥାନ ପାଇଥିଲେ। ଏହାପରେ ୨୦୦୬ରେ ସିନିୟର ଟିମ୍‌ରେ ସ୍ଥାନ ପାଇଁ ପାକିସ୍ତାନ ବିରୋଧରେ ପ୍ରଥମ ମ୍ୟାଚ୍‌ ଖେଳିଥିଲେ।


from Odisha Reporter https://ift.tt/2x5Rtmt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages