
ଗତକାଲି ଠାରୁ ଆରମ୍ଭ ହୋଇଛି Redmi 6 Proର ପ୍ରଥମ ସେଲ୍। ନୂଆ ବଜେଟ୍ରେ ସ୍ମାର୍ଟଫୋନ୍ର ଟପ୍ ମଡେଲ୍ Redmi 6 Pro ନିକଟରେ ଲଞ୍ଚ୍ କରାଯାଇଥିଲା। କମ୍ପାନୀ ଏହି ସ୍ମାର୍ଟଫୋନ୍ର 3GB+32GB ଭ୍ୟାରିଆଣ୍ଟର ମୂଲ୍ୟ ୧୦,୯୯୯ ଟଙ୍କା ଓ 4GB+64GB ଭ୍ୟାରିଆଣ୍ଟର ମୂଲ୍ୟ ୧୨,୯୯୯ ଟଙ୍କା ରଖିଛି। ଏହି ସ୍ମାର୍ଟଫୋନ୍ରେ iPhone X ପରି ନଚ୍ ଡିସପ୍ଲେ ଦିଆଯାଇଛି। ଏହା ରେଡ୍ମି ସିରିଜ୍ର ପ୍ରଥମ ସ୍ମାର୍ଟଫୋନ୍ ଯେଉଁଥିରେ ନଚ୍ ଦିଆଯାଇଛି।
Redmi 6 Proର ପ୍ରଥମ ସେଲ୍ ଆଜି ଦିନ ୧୨ଟାରୁ ଆରମ୍ଭ ହୋଇଛି। ଗ୍ରାହକ ଏହାକୁ ସାଓମିର ଅଫିସିଆଲ୍ ୱେବ୍ସାଇଟ୍ ଓ ଆମାଜନ୍ ଇଣ୍ଡିଆରୁ କିଣିପାରିବେ। ପରବର୍ତ୍ତୀ ସମୟରେ ଏହାକୁ ରିଟେଲ୍ ଷ୍ଟୋର୍ରେ ଅଫଲାଇନ୍ରେ ସେଲ୍ କରାଯିବ।
ଲଞ୍ଚ୍ ଅଫର ଭାବେ ଗ୍ରାହକ ଯଦି HDFC କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ଼ ଏବଂ EMI ଟ୍ରାଞ୍ଜାକ୍ସନ କରନ୍ତି ତେବେ ୫୦୦ ଟଙ୍କାର ରିହାତି ପାଇବେ। ଏହି ସ୍ମାର୍ଟଫୋନ୍ଟି ରେଡ୍, ବ୍ଲାକ, ଗୋଲ୍ଡ ଓ ବ୍ଲୁ କଲରରେ ଉପଲବ୍ଧ। ଏହି ଫୋନ୍ରେ ଫେସ୍ ଅନ୍ଲକ୍ ସିଷ୍ଟମ ମଧ୍ୟ ଦିଆଯାଇଛି।

ଏଥିରେ ଡ୍ୟୁଆଲ୍ ରିୟର କ୍ୟାମେରା ସେଟ୍ଅପ୍ ଦିଆଯାଇଛି। ଏହାର ପ୍ରଥମ କ୍ୟାମେରା ୧୨ ମେଗାପିକ୍ସେଲ୍ ଓ ଦ୍ୱିତୀୟଟି ୫ ମେଗାପିକ୍ସେଲ୍ର ରହିଛି। ଏଥିସହ ଏଥିରେ LED ଫ୍ଲାସ୍ ମଧ୍ୟ ରହିଛି। ସେଲଫି ପାଇଁ ଏଥିରେ AI ପ୍ରୋଟେକ୍ଟ ମୋଡ୍ ଓ HDR ସହ ୫ ମେଗାପିକ୍ସେଲ୍ର କ୍ୟାମେରା ଦିଆଯାଇଛି।
ଏହି ସ୍ମାର୍ଟଫୋନ୍ରେ 3GB ଓ 4GB ଭଳି ୨ଟି ଭ୍ୟାରିଆଣ୍ଟର ଇଣ୍ଟରନାଲ୍ ମେମୋରି କ୍ରମେ 32GB ଓ 64GB ରହିଛି। ଯାହାକୁ ଏସ୍ଡି କାର୍ଡ଼ ସାହାଯ୍ୟରେ 256GB ଯାଏ ବଢ଼ାଯାଇପାରିବ। ଏହି ସ୍ମାର୍ଟଫୋନ୍ରେ 4000mAhର ବ୍ୟାଟେରୀ ଦିଆଯାଇଛି।
from Odisha Reporter https://ift.tt/2Oc9Ix7
No comments:
Post a Comment