ଗାଧୋଇବାକୁ ଯାଇଥିବା ବେଳେ ମହିଳାଙ୍କୁ ଟାଣିନେଲା ବାଘୁଣୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଗାଧୋଇବାକୁ ଯାଇଥିବା ବେଳେ ମହିଳାଙ୍କୁ ଟାଣିନେଲା ବାଘୁଣୀ!

ଅନୁଗୋଳ (ବିରଜା ଦାସ): ମହିଳାଙ୍କୁ ଟାଣିନେଲା ବାଘୁଣୀ! ସାତକୋଶିଆ ଅଭୟାରଣ୍ୟରେ ଆଜି ଏପରି ଘଟଣା ଘଟିଛି। ମୃତ ମହିଳା ହେଲେ କୈଳାଶ ସାୟା। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ କ୍ଷତିଗ୍ରସ୍ତ ପ୍ରଜାସଂଘ ଦାବି କରିଛି।
ଆଜି ସକାଳେ ଟିକରପଡ଼ା ରେଞ୍ଜ୍ ହାତୀବାରିର କୈଳାଶ ସାୟା ଗାଁ ପାଖ ନାଳକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ଏକ ବାଘୁଣୀ ଟାଣି ନେଇଥିଲା! ତେବେ ଘରକୁ ଫେରିବାରେ ବିଳମ୍ୱ ହେଉଥିବା ଦେଖି ପରିବାର ଲୋକେ କୈଳାଶଙ୍କୁ ଚାରିଆଡେ ଖୋଜିଥିଲେ। ମାତ୍ର ତାଙ୍କର ପତ୍ତା ମିଳିନଥିଲା।
ତେବେ ତାଙ୍କ କ୍ଷତବିକ୍ଷତ ମୃତଦେହ ଜଙ୍ଗଲ ଭିତରେ ଦେଖିବାକୁ ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ପୁରୁଣାକୋଟ୍‌ ଓ ଟିକରପଡ଼ା ରେଞ୍ଜ ଅଫିସ ଆଗରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବି ଓ ବାଘଙ୍କ ଆକ୍ରମଣରୁ ସୁରକ୍ଷା ଦାବିରେ କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ସାତକୋଶିଆ ଅଭୟାରଣ୍ୟବାସୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ବନ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରିନି।
ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ଉଦ୍ଦେଶ୍ୟରେ ଗୋଟିଏ ବାଘ ଓ ଗୋଟିଏ ବାଘୁଣୀ ଛଡ଼ା ଯାଇଥିଲା। ତେବେ ଏହାକୁ ସାତକୋଶିଆ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ  ଗ୍ରାମର ଅଧିବାସୀମାନେ ବିରୋଧ କରିଥିଲେ।


from Odisha Reporter https://ift.tt/2p2QtLA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages