ଅମିତାଭ୍‌ଙ୍କ ଫିଲ୍ମ ପସନ୍ଦ ନ ଆସିଲେ, ଜୟା ଏମିତି କରନ୍ତି ରିଆକ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ଅମିତାଭ୍‌ଙ୍କ ଫିଲ୍ମ ପସନ୍ଦ ନ ଆସିଲେ, ଜୟା ଏମିତି କରନ୍ତି ରିଆକ୍ଟ

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌):‘କୌନ୍ ବନେଗା କରୋଡ୍‌ପତି’ର ନୂଆ ସିଜିନ୍ ସୋମବାରଠୁ ଆରମ୍ଭ ହୋଇଯାଇଛି।  ଶୋ’ ଆରମ୍ଭ ହେବା ଦିନଠାରୁ ଶୋ’ର ହୋଷ୍ଟ୍‌ ଅମିତାଭ ବଚ୍ଚନଙ୍କର କିଛି ନା କିଛି ଗୁମର ଖୋଲୁଛି। ଗୋଟିଏ ଏପିସୋଡ୍‌ରେ  ଅମିତାଭ ତାଙ୍କ ବାପାଙ୍କ ସହ ଜଡ଼ିତ କିଛି ଅନୁଭୂତି ଶେୟାର କରିଥିଲେ।

ଗତକାଲି ତଥା ଶୋ’ର ଚତୁର୍ଥ ଦିନରେ ନିଜ ପତ୍ନୀ ଜୟା ବଚ୍ଚନଙ୍କ ବିଷୟରେ ସେ ଏକ ବଡ଼ ଖୁଲାସା କରିଥିଲେ।

ଶୋ’ରେ ଅମିତାଭ୍‌ କହିଥିଲେ, ‘‘ଜୟାଙ୍କୁ ତାଙ୍କ ଫିଲ୍ମ ଖୁବ୍‌ କମ୍‌ ପସନ୍ଦ ଆସେ। ଆଉ  ଯେତେବେଳେ ତାଙ୍କୁ ମୋର କୌଣସି ଫିଲ୍ମ ପସନ୍ଦ ଆସି ନ ଥାଏ, ସେ ଚୁପ ହୋଇଯାଆନ୍ତି। କିଛି ବି କୁହନ୍ତି ନାହିଁ।’’

ଅମିତାଭ୍‌ ଆହୁରି କହିଛନ୍ତି, ‘‘ଯେତେବେଳେ ମୋ ଫିଲ୍ମ ‘ଲାୱାରିସ୍‌’ର ‘ମେରେ ଆଙ୍ଗନ୍‌ ମୈ ତୁମ୍‌ହାରା କାମ୍‌ କ୍ୟା ହୈ’’ ଗୀତରେ  ମହିଳାଙ୍କ ପୋଷାକ ପିନ୍ଧି ନାଚିବାର ଜୟା ଦେଖିଥିଲେ, ତାଙ୍କୁ ଆଦୌ ଭଲ ଲାଗି ନ ଥିଲା। ସେ ଖୁବ୍‌ ରାଗିଯାଇଥିଲେ। ଆଉ କହିଥିଲେ ଏଭଳି ପୋଷାକ ତ ଆପଣଙ୍କ ଦେହରେ ଶୋଭା ପାଉନି।’’

ଏହା ସତ୍ୱେ ଅମିତାଭ ଯେଉଁଠିକି ବି ଯାଉଥିଲେ, ସେଠାରେ ଏହି ଫିଲ୍ମର ଗୀତ ବଜାଇବାକୁ କହୁଥିଲେ, ଯାହାର ବୋଲ୍ ଥିଲା ‘‘ଜିସ୍‌କି ବିୱି ଛୋଟି…..’’।



from Odisha Reporter https://ift.tt/2wPngY8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages