ବାହାଘର ପୂର୍ବରୁ ବର ଫେରାର, ପ୍ରେମିକା ନୁହେଁ ପ୍ରେମିକଙ୍କୁ ନେଇ ଚମ୍ପଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ବାହାଘର ପୂର୍ବରୁ ବର ଫେରାର, ପ୍ରେମିକା ନୁହେଁ ପ୍ରେମିକଙ୍କୁ ନେଇ ଚମ୍ପଟ୍‌

ହରିୟାଣା(ଓଡ଼ିଶା ରିପୋର୍ଟର):  ହରିୟାଣାର ଯମୁନାନଗରରେ ଏକ ଅଜବ ଘଟଣା ଘଟିଛି। ଏହି ଗ୍ରାମର ଜଣେ ଯୁବକ ବିବାହ ପୂର୍ବରୁ କନ୍ୟାକୁ ଛାଡ଼ି ଆଉ ଜଣଙ୍କ ସହ ଫେରାର ହୋଇ ଯାଇଛନ୍ତି।

ହେଲେ ଯାହା ସହ ଫେରାର ହୋଇଛନ୍ତି ସିଏ କିଏ ଜାଣନ୍ତି? ଆମ ପ୍ରଶ୍ନ ଶୁଣି ଆପଣ ଭାବୁଥିବା ଇଏ ପ୍ରେମ ଜନିତ ମାମଲା। ଏଣୁ ଯୁବକ ଜଣଙ୍କ କାହାକୁ ଭଲ ପାଉଥିବେ ଆଉ ବାହାଘର ପୂର୍ବରୁ ସେହି ପ୍ରମିକାଙ୍କୁ ନେଇ ଚମ୍ପଟ ମାରିଥିବେ।

ହେଲେ ଆଜ୍ଞା, ଆପଣଙ୍କ ବିଚାର ପୂରା ଭୁଲ୍‌। ଯୁବକ ଜଣକ ପ୍ରେମିକା ନୁହେଁ ନିଜ ପ୍ରେମିକଙ୍କୁ ନେଇ ଫେରାର ହୋଇ ଯାଇଛନ୍ତି। ଏଥର ଆପଣ ଠିକ୍‌ ବୁଝି ପାରିଥିବେ।

ଏଇ ନିକଟରେ ସୁପ୍ରିମ୍‌କୋର୍ଟ ଅଙ୍କୁଶ ହଟାଇଛନ୍ତି ପରା। ତେଣୁ ବୋଧହୂଏ ଯୁବକ ଜଣକ ଏମିତି କରିବାକୁ ନିଷ୍ପତ୍ତି ନେଇଛନ୍ତି।

କଥା ଯାହା ହେଉନା କାହିଁକି ମାମଲା ଏବେ ଥାନାରେ। ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ, ଫେରାର ବରପାତ୍ର ଜଣକ ସମଲିଙ୍ଗୀ ଥିଲେ। ଅନ୍ୟ ଜଣେ  ଯୁବକଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା।

ସୂଚନାଯୋଗ୍ୟ, ଯମୁନାନଗର କାଂଶାପୁର ରୋଡସ୍ଥିତ ଏକ କଲୋନୀ ବାସିନ୍ଦା ଏହି ୨୫ ବର୍ଷୀୟ ଯୁବକଙ୍କ ବିବାହ ପଞ୍ଜାବର ମୁବାରକପୁରର ଜନୈକା ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ଗତ ୧୧ ତାରିଖରେ ବିବାହ ହୋଇଥାନ୍ତା। କିନ୍ତୁ ବାହାଘର ପୂର୍ବଦିନ ସମ୍ପୃକ୍ତ ବର ଆଉ ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଛନ୍ତି। ବରଙ୍କ ମା’ କହିଛନ୍ତି, ଗତ କିଛିଦିନ ହେଲା ତାଙ୍କ ପୁଅର ବିବାହକୁ ନେଇ ଘର ପାଖ ଜଣେ ନାବାଳକ ଅରାଜି ଥିଲେ। ଥରେ ଫୋନ୍‌ରେ ବିବାହ ନ କରିବା ପାଇଁ ମଧ୍ୟ ଧମକ ଦେଇଥିଲେ। ଦୁହେଁ ବାହାରେ କିଛି ମାସ ଏକାଠି ରହୁଥିଲେ। ଗତ କିଛିଦିନ ହେବ ସେମାନଙ୍କ ଚାଲିଚଳନରେ ପାର୍ଥକ୍ୟ ରହୁଥିଲା। ପୋଲିସ ଏବେ ଦୁହିଁଙ୍କୁ ଖୋଜିବା ଆରମ୍ଭ କରିଛି।



from Odisha Reporter https://ift.tt/2xb5i3i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages