ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୫ ଆତଙ୍କବାଦୀ ନିପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୫ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ୍‌ରେ ଶନିବାର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଗୋଟିଏ ଦିନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଉପତ୍ୟକାରେ ହଇଚଇ ସୃଷ୍ଟି କରୁଥିବା ୫ ଜଣ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅପରାହ୍ଣରେ ହୋଇଥିବା ଏନ୍‌କାଉଣ୍ଟ୍‌ରରେ ଆଉ ୨ ଜଣଙ୍କ ଜୀବନ ଯାଇଛି।

ଏନ୍‌କାଉଣ୍ଟର୍‌ ସ୍ଥଳରୁ ସୁରକ୍ଷାକର୍ମୀମାନେ ବିପୁଳ ପରିମାଣର ବିସ୍ଫୋରକ ଓ ବନ୍ଧୁକ ଜବତ କରିଛନ୍ତି।

ନିହତ ୫ ଜଣ ଆତଙ୍କବାଦୀ ପାକିସ୍ତାନରେ ସକ୍ରିୟ ଲସ୍କର-ଏ-ତାଇବା ଓ ହିଜବୁଲ୍‌ ମୁଜାହିଦ୍ଦିନର ସଦସ୍ୟ। ନିହତଙ୍କ ମଧ୍ୟରେ ଥିବା ଜଣେ ଆତଙ୍କବାଦୀ ଗତବର୍ଷ ବ୍ୟାଙ୍କର କ୍ୟାଶ୍ ଭ୍ୟାନ୍‌ ଉପରେ ହୋଇଥିବା ଆତଙ୍କୀ ହମ୍‌ଲାରେ ସାମିଲ ଥିଲା। ଏଥିରେ ୫ ଜଣ ପୁଲିସ୍‌ କର୍ମଚାରୀ ଓ ୨ ଜଣ ବ୍ୟାଙ୍କ ଗାର୍ଡ ପ୍ରାଣ ହରାଇଥିଲେ।

କୁଲଗାମ୍‌ର ଚୌଗାମ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇଥିଲେ। ହେଲେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ତୁରନ୍ତ ଜବାବ ଦିଆଯାଇ ନଥିଲା। ପ୍ରଥମେ ଏନ୍‌କାଉଣ୍ଟର ସ୍ଥଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ପରେ ଆତଙ୍କବାଦୀଙ୍କ ମୁକାବିଲା କରାଯାଇଥିଲା। ତଥାପି କିଛି ସ୍ଥାନୀୟ ଲୋକ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ।

ଏନ୍‌କାଉଣ୍ଟ୍‌ର ପରେ ବାରମୁଲ୍ଲା ଓ କ୍ୱାଜିଗୁଣ୍ଡ ମଧ୍ୟରେ ରେଳସେବାକୁ ବନ୍ଦ ରଖାଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ଉପରେ ରୋକ ଲଗାଯାଇଛି।



from Odisha Reporter https://ift.tt/2xfrisI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages