
ଚେନ୍ନାଇ: ଆପଣ ନିଜ୍ ବାଇକ୍ରେ ଟାଙ୍କି ଭର୍ତ୍ତି ପର୍ଯ୍ୟନ୍ତ ତେଲ ଭରୁଛନ୍ତି କି? ଯଦି ହଁ, ତେବେ ସାବଧାନ ହୋଇ ଯାଆନ୍ତୁ । ଏବେ ଆପଣଙ୍କୁ ଆମେ ଏମିତି ଏକ ଏକ ଭିଡିଓ ଦେଖାଇବୁ ଯାହା ଦେଖିଲେ ଆପଣ ଆଚମ୍ବିତ ହୋଇଯିବେ। ଆଉ ଏହି ଦୃଶ୍ୟକୁ ଦେଖିଲା ପରେ ଆପଣ କେବେ ବି ଆଉ ପେଟ୍ରୋଲ ଟାଙ୍କିରେ ଟାଙ୍କି ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ତେଲ ପକାଇବେ ନାହିଁ। କାରଣ ଟାଙ୍କି ଭର୍ତ୍ତି କରି ତେଲ ପକାଇବାର ଭୟଙ୍କର ପରିଣତି ତାମିଲନାଡ଼ୁର ଏକ ତେଲ ଟାଙ୍କିରେ ଦେଖିବାକୁ ମିଳିଛି।
ତାମିଲନାଡ଼ୁର ତିରୁନେଲଭେଲି ଏକ ଟାଙ୍କିରେ ଜଣେ ଯୁବକ ଟାଙ୍କିରେ ତେଲ ଫୁଲ କରି ଷ୍ଟାର୍ଟ ମାରିବା ବେଳେ ହଠାତ୍ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ତେବେ ଯୁବକ ଜଣକ ବାଇକ୍ରୁ ଡେଇଁ ସୌଭାଗ୍ୟ କ୍ରମେ ବର୍ତ୍ତି ଯାଇଥିଲେ। ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ କଏଦ୍ ହୋଇଥିଲା।
ତେବେ ଏଥିରେ ଯାହା ଦୃଶ୍ୟମାନ ହେଉଛି ଯୁବକ ଜଣକ ବାଇକ୍ରେ ବସି ତେଲ ଭରୁଛନ୍ତି। ଆଉ ସରିବା ପରେ ଗାଡ଼ି ଷ୍ଟାର୍ଟ ମାରିବାକ୍ଷଣି ହଠାତ୍ ନିଆଁ ଲାଗି ଯାଉଛି। ଆଉ ସଙ୍ଗେ ସଙ୍ଗେ ଯୁବକ ଜଣକ ବାଇକ୍ରୁ ଡେଇଁ ପଡ଼ୁଛନ୍ତି। ଏହି ଭୟଙ୍କର ଘଟଣାକୁ ନେଇ ସେଠାରେ ଆତଙ୍କ ଖେଳି ଯାଇଥିବା ବେଳେ ଅନ୍ୟ କିଛି କ୍ଷତି ଘଟି ନାହିଁ। କୁହାଯାଉଛି ଆବଶ୍ୟକଠାରୁ ଅଧିକ ତେଲ ଭର୍ତ୍ତି କରିବାରୁ ଏହା ଲିକ୍ ହୋଇ ନିଆଁ ଲାଗିବାର କାରଣ ପାଲଟିଥିଲା।
ଭିଡିଓ: ସୌଜନ୍ୟ ଏନ୍ଆଇ
#WATCH: Bike and its rider catch fire when biker starts it after refuelling at a petrol pump in Tirunelveli. The man sustained burn injuries. #TamilNadu (CCTV Visuals) pic.twitter.com/ME9pqd3MSB
— ANI (@ANI) September 14, 2018
from Odisha Reporter https://ift.tt/2MANpQ0
No comments:
Post a Comment