ଡକା ଡକି ହୋଇଗଲେ, ବିଷ ପିଇଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଡକା ଡକି ହୋଇଗଲେ, ବିଷ ପିଇଦେଲେ

ମୋହନା (ମିହିର ଜତି): ଖେଳ କୁଦ ଓ ପାଠ ପଢ଼ିବା ବୟସରେ ପ୍ରେମ କ’ଣ ଜାଣିନଥିଲେ। କଥା ହେଉ ହେଉ ପ୍ରେମରେ ପଡ଼ିଗଲେ। ଆଉ ଏଥିରେ ବାଧକ ସାଜିଲେ ପରିବାର ଲୋକେ। ଝିଅକୁ ବୁଝାଇବା ପରିବର୍ତ୍ତେ ତାଗିଦ୍‌ କଲେ। କିଛି ବୁଝିବା ଆଗରୁ ନିଜେ ନିଜେ ନିଷ୍ପତ୍ତି ନେଇଗଲେ ପ୍ରେମୀ ଯୁଗଳ।

ଏ ଦୁନିଆ ଛାଡ଼ି ଚାଲିଗଲେ ଆଉ ଏକ ଦୁନିଆକୁ। ଡକା ଡକି ହୋଇ ଦୁହେଁ ଗାଁ ମୁଣ୍ଡକୁ ଗଲେ ଓ ବିଷ ପିଇଦେଲେ।

ଆଜି ଏପରି ହୃଦୟବିଦାରକ ଘଟଣା ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ଘଟିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ୧୪ ବର୍ଷର ଝିଅଟି ସପ୍ତମ ଶ୍ରେଣୀରେ ପଢ଼ୁଥିଲା। ଝିଅଟି ଭଲ ପାଠ ପଢ଼ୁଥିବାରୁ ପରିବାର ଲୋକେ ତାକୁ ଛାତ୍ରାବାସରେ ରଖିଥିଲେ। ଛୁଟିରେ ସେ ଘରକୁ ଆସିଥିଲା। ମାସେ ହେଲା ସେ ଘରେ ରହୁଥିଲା। ଏହି ସମୟରେ ତାର ଦେଖା ହୋଇଥିଲା ଜଣେ ଯୁବକଙ୍କ ସହିତ। ପ୍ରଥମ ଦେଖାରେ ହୋଇଥିଲା ପ୍ରେମ। ଉଭୟ ଦେଖାହେଉଥିଲେ ଏବଂ କଥାବାର୍ତ୍ତା ମଧ୍ୟ କରୁଥିଲେ।

ଯେତେବେଳେ ପ୍ରେମ ସମ୍ପର୍କରେ ଉଭୟ ପରିବାର ଲୋକେ ଜାଣିବାକୁ ପାଇଲେ, ସେତେବେଳେ ବାରଣ କରିଥିଲେ। କଥାବାର୍ତ୍ତା ନହେବା ପାଇଁ ତାଗିଦ୍‌ କରିଥିଲେ। ମାତ୍ର ଦୁଇ ପ୍ରେମ ପକ୍ଷୀ ଚାହୁଁଥିଲେ ମୁକ୍ତାକାଶରେ ଉଡିବାକୁ। ହେଲେ ସୁଯୋଗ ମିଳୁନଥିଲା। ଶେଷରେ ନେଲେ ଚରମ ନିଷ୍ପତ୍ତି। ଆଜି ଦୁଇ ଜଣ ଡକାଡକି ହୋଇ ଏକତ୍ର ହୋଇଥିଲେ। ପ୍ରଥମେ କିଛି ସମୟ ଉଭୟ କଥା ହୋଇଥିଲେ। ତା’ପରେ ମିଳି ମିଶି ବିଷ ପିଇ ଦେଇ ନିଜ ନିଜ ଘରକୁ ଫେରି ଯାଇଥିଲେ।

ବିଷ ପିଇଥିବା ସମ୍ପର୍କରେ ଉଭୟ ପରିବାର ଲୋକେ ଜାଣିପାରି ଆର.ଉଦୟଗିରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ନାବାଳିକାକୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ପ୍ରେମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜି.ଉଦୟଗିରି ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିଲା। ହେଲେ ବାଟରେ, ଗଣ୍ଡାହାତୀ ନିକଟରେ ଯୁବକଙ୍କ ମୃତ୍ୟୁ ଘଟିଛି।

ଏନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରେମ ସମ୍ପର୍କକୁ ନେଇ ଦୁଇଜଣ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।



from Odisha Reporter https://ift.tt/2OdaQE5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages