ଧୋନିଙ୍କ କ୍ୟାପ୍ଟେନ୍‌ଶିପ୍‌ର ପ୍ରଥମ ମ୍ୟାଚ୍‌ ମଧ୍ୟ ଟାଇ ହୋଇଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଧୋନିଙ୍କ କ୍ୟାପ୍ଟେନ୍‌ଶିପ୍‌ର ପ୍ରଥମ ମ୍ୟାଚ୍‌ ମଧ୍ୟ ଟାଇ ହୋଇଥିଲା

ଦୁବାଇ: ମହେନ୍ଦ୍ର ସିଂହ ଧୋନି ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ଶିପ୍‌ ପଦରୁ ଅବସର ନେଇଥିଲେ ହେଁ ମଙ୍ଗଳବାର ଏସିଆ କପ୍‌ରେ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ଦଳର ନେତୃତ୍ୱ ନେଇଥିଲେ। ଧୋନି ଭାରତ ପାଇଁ ୨୦୦ ତମ ମ୍ୟାଚ୍‌ରେ ଅଧିନାୟିକତ୍ୱ କରିବାର ଏକ ବିରଳ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଥିଲେ।

ତେବେ ଧୋନିଙ୍କ କ୍ୟାପ୍ଟେନିଶପ୍‌ର ୨୦୦ ତମ ମ୍ୟାଚ୍‌ଟି ମଧ୍ୟ ଟାଇରେ ଶେଷ ହୋଇଛି। ଅର୍ଥାତ ଆଫ୍‌ଗାନିସ୍ତାନ ୨୫୨ ରନ୍‌ କରିଥିବା ବେଳେ ଭାରତ ମଧ୍ୟ ସମାନ ୨୫୨ ରନ୍‌ କରିଥିଲା।

ଏଭଳି ଟାଇ ରହିବା ଫଳରେ ଚାରିଆଡ଼େ ଧୋନିଙ୍କ ଅଧିନାୟିକତ୍ୱରେ ଏହି ୨୦୦ ତମ ମ୍ୟାଚ୍‌କୁ ନେଇ ଚର୍ଚ୍ଚା। ତେବେ ଆପଣମାନେ ଜାଣିଛନ୍ତି କି, ଧୋନିଙ୍କ କ୍ୟାପ୍ଟେନଶିପ୍‌ରେ ଭାରତ ଖେଳୁଥିବା ପ୍ରଥମ ମ୍ୟାଚ୍‌ଟି ମଧ୍ୟ ଟାଇରେ ଶେଷ ହୋଇଥିଲା ବୋଲି?

ଧୋନିଙ୍କୁ ୨୦୦୭ରେ ପୂର୍ଣ୍ଣକାଳୀନ ଭାବେ ଟିମ୍‌ ଇଣ୍ଡିଆର ଲିମିଟେଡ୍‌ ଫର୍ମାଟର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ଧୋନିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ୨୦୦୭ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିଥିଲା। ଏହି ମ୍ୟାଚ୍‌ଟି ଟାଇ ହୋଇଥିଲା।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୪୧ ରନ୍‌ କରିଥିଲା। ପାକିସ୍ତାନ ମଧ୍ୟ ସମାନ ୧୪୧ ରନ୍‌ କରିଥିଲା। ଫଳରେ ମ୍ୟାଚ୍‌ଟି ଟାଇ ହୋଇଥିଲା। ୨୦୦୭ ସେପ୍ଟେମ୍ବର ୧୪ରେ ଏଭଳି ଘଟଣା ଘଟିଥିଲା। ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ବଲ୍‌ ଆଉଟ୍‌ ଜରିଆରେ ଭାରତ ପାକିସ୍ତାନକୁ ହରାଇ ବିଜୟ ହୋଇଥିଲା।



from Odisha Reporter https://ift.tt/2OR7jZa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages