ହନିମୁନ୍‌ ଟ୍ରିପ୍‌ ପାଇଁ ସମ୍ପୂର୍ଣ୍ଣ ଟ୍ରେନ୍‌କୁ ବୁକିଂ କଲେ ବ୍ରିଟିଶ୍ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ହନିମୁନ୍‌ ଟ୍ରିପ୍‌ ପାଇଁ ସମ୍ପୂର୍ଣ୍ଣ ଟ୍ରେନ୍‌କୁ ବୁକିଂ କଲେ ବ୍ରିଟିଶ୍ ଦମ୍ପତି

nilgiri-mountain1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଦକ୍ଷିଣ ଭାରତର ନୀଳଗିରି ପର୍ବତମାଳାରେ ହନିମୁନ୍‌ କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍‌କୁ ସଂପୂର୍ଣ୍ଣ ବୁକିଂ କରି ଏକ ନବବିବାହିତ ବ୍ରିଟିଶ୍ ଦମ୍ପତି ଏବେ ଚର୍ଚ୍ଚା ସୃଷ୍ଟି କରିଛନ୍ତି।

ନୀଳଗିରି ପର୍ବତମାଳା ଭ୍ରମଣ ପାଇଁ ଭାରତୀୟ ଦକ୍ଷିଣତଟ ରେଳବାଇ ପକ୍ଷରୁ ମିଟ୍ଟୁପଲାୟମ୍‌ରୁ ଉଡାଙ୍ଗମଣ୍ଡଳମ୍‌(ଉଟି) ଯାଏ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍‌ର ସମସ୍ତ ବଗିକୁ କେବଳ ଯିବା ପାଇଁ ଏହି ବ୍ରିଟିଶ୍‌ ଦମ୍ପତି ବୁକିଂ କରିଥିଲେ। ଏହି ବାବଦରେ ଏହି ଦମ୍ପତି ଭାରତୀୟ ରେଳବାଇକୁ ସମୁଦାୟ ୩ ଲକ୍ଷ ଟଙ୍କା ଦେଇଛନ୍ତି। ସ୍ୱତନ୍ତ୍ର ଟ୍ରେନ୍‌କୁ ଏଭଳି ୱାନ୍‌ ୱେ ବୁକିଂ କରିବାରେ ଏହି ଦମ୍ପତି ପ୍ରଥମ ବୋଲି କୁହାଯାଉଛି।

nilagiri2ଏହି ନବବିବାହିତ ବ୍ରିଟିଶ୍‌ ଦମ୍ପତି ହେଉଛନ୍ତି ଗ୍ରାହାମ୍‌ ୱିଲିୟମ୍‌ ଲିନ୍(୩୦) ଏବଂ ସିଲ୍‌ଭିୟା ପ୍ଲାସିକ୍‌। ନିକଟରେ ସେ ଦୁହେଁ ବିବାହ କରିଛନ୍ତି। ତେବେ ସେମାନଙ୍କ ହନିମୁନ୍‌କୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ କରିବା ପାଇଁ ସେମାନେ ଭାରତୀୟ ରେଳବାଇ ଏବଂ ଟୁରିଜିମ୍‌ କର୍ପୋରେସନ୍‌ ୱେବ୍‌ସାଇଟ୍‌ ଜରିଆରେ ଏହି ସ୍ୱତନ୍ତ୍ର ଟ୍ରେନ୍‌ର ସମସ୍ତ ବଗିକୁ ବୁକ୍‌ କରିଥିଲେ।

nilagiri3

ଏଭଳି ନିଆରା ଓ ସ୍ମରଣୀୟ ଯାତ୍ରାରେ ବାହାରିବାବେଳେ ଏହି ବ୍ରିଟିଶ୍‌ ଦମ୍ପତିଙ୍କୁ ମିଟ୍ଟୁପଲାୟମ୍‌ ଏବଂ କୁନୁର୍‌ ଷ୍ଟେସନ୍‌ରେ ଶୁକ୍ରବାର ଭାରତୀୟ ରେଳବାଇ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା।  ନବବିବାହିତଙ୍କୁ ଧରି ଟ୍ରେନ୍‌ଟି ମିଟ୍ଟୁପଲାୟମ୍‌ ଷ୍ଟେସନ୍‌ରୁ ସକାଳ୯ଟା ୧୦ରେ ଛାଡ଼ି ଉଟିରେ ଅପରାହ୍ନ ୨ଟା ୪୦ ମିନିଟ୍‌ରେ ପହଞ୍ଚିଥିଲା।

ହିଲ୍‌ ଟୁରିଜିମ୍‌ର ପ୍ରସାର ପାଇଁ ଭାରତୀୟ ରେଳବାଇ ବୋର୍ଡ୍‌ ସାଲେମ୍‌ ଡିଭିଜନ୍‌କୁ ନୀଳଗିରି ପର୍ବତାଞ୍ଚଳରେ ୧୨୦ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ସ୍ୱତନ୍ତ୍ର ଟ୍ରେନ୍‌ର ପରିଚାଳନା ଭାର ଦେଇଛି।



from Odisha Reporter https://ift.tt/2NCJSC7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages