ସୂର୍ଯ୍ୟ-ଏୟୁଙ୍କ କବାଟକିଳା ଆଲୋଚନାକୁ ନେଇ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ସୂର୍ଯ୍ୟ-ଏୟୁଙ୍କ କବାଟକିଳା ଆଲୋଚନାକୁ ନେଇ ଚର୍ଚ୍ଚା

ମିଳିଥିବା ସୂଚନା ଅନୁସାରେ, ଗତ ୩ଦିନ ପୂର୍ବରୁ ବିଜେଡି ଉପସଭାପତି ଶ୍ରୀ ସିଂହଦେଓ ନିଜର ବାଲ୍ୟବନ୍ଧୁ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଜିଲ୍ଲା ସଂଗଠନରେ ତାଙ୍କୁ ହେଉଥିବା ଅଣଦେଖା ସମ୍ପର୍କରେ ଫେରାଦ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ତାଙ୍କୁ ଆବଶ୍ୟକ ଗୁରୁତ୍ୱ ଦେଉନଥିବା ଓ ବଲାଙ୍ଗିର ସହରରେ ଲାଗୁଥିବା ପୋଷ୍ଟରରେ ତାଙ୍କର ଛବି ରହୁନଥିବାକୁ ନେଇ ସେ ଅଭିଯୋଗ କରିଛନ୍ତି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ନିର୍ବାଚନରେ ନିଜର ଦୁଇ ପୁଅଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଥିବା ବରିଷ୍ଠ ବିଜେଡି ନେତା ଏୟୁ ସିଂହଦେଓ ଏବେ ନିଜର ପତିଆରା ହ୍ରାସକୁ ନେଇ କ୍ଷୁବ୍ଧ। ନିଜ ଜିଲ୍ଲା ବଲାଙ୍ଗିରର ଦଳୀୟ ସଂଗଠନରେ ତାଙ୍କୁ ଆବଶ୍ୟକ ଗୁରୁତ୍ୱ ମିଳୁନଥିବାରୁ ସେ ଏନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହେବା ସହ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଡାକି ଟ୍ୟୁସନ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତ ୩ଦିନ ପୂର୍ବରୁ ବିଜେଡି ଉପସଭାପତି ଶ୍ରୀ ସିଂହଦେଓ ନିଜର ବାଲ୍ୟବନ୍ଧୁ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଜିଲ୍ଲା ସଂଗଠନରେ ତାଙ୍କୁ ହେଉଥିବା ଅଣଦେଖା ସମ୍ପର୍କରେ ଫେରାଦ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ତାଙ୍କୁ ଆବଶ୍ୟକ ଗୁରୁତ୍ୱ ଦେଉନଥିବା ଓ ବଲାଙ୍ଗିର ସହରରେ ଲାଗୁଥିବା ପୋଷ୍ଟରରେ ତାଙ୍କର ଛବି ରହୁନଥିବାକୁ ନେଇ ସେ ଅଭିଯୋଗ କରିଛନ୍ତି।

ନୂଆଁଖାଇ ପର୍ବ ଅବସରରେ ବଲାଙ୍ଗିରର ପାଟଣାଗଡ଼ ବିଧାନସଭା ସିଟ୍ ପାଇଁ ଦଳର ସମ୍ଭାବ୍ୟ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପୋଷ୍ଟର ବଲାଙ୍ଗିର ସହରରେ ଲାଗିଥିବାବେଳେ ଏୟୁ କିମ୍ବା ତାଙ୍କ ସାଂସଦ ପୁତ୍ରଙ୍କ ଫଟୋକୁ ସ୍ଥାନିତ କରାଯାଇନି। ଏହା ଦ୍ୱାରା ଜିଲ୍ଲାରେ ତାଙ୍କର ପତିଆରା ହ୍ରାସ ପାଉଥିବାର ସନ୍ଦେଶ ଯାଉଛି, ଯାହାକି ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।

ତେଣୁ ଦଳର ସୁପ୍ରିମୋ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଥିଲେ।ଏହା ସହିତ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ନିଜ ଭୁବନେଶ୍ୱରସ୍ଥିତ ବାସଭବନକୁ ଡାକି ତାଙ୍କ ବିନା ସମ୍ମତିରେ ବଲାଙ୍ଗିରର ନିର୍ବାଚନମଣ୍ଡଳୀ ସମ୍ପର୍କରେ ରିପୋର୍ଟ ନଦେବା ପାଇଁ ଏୟୁ ତାଗିଦ୍ କରିଥିବା ଜଣାପଡ଼ିଛି। ଆଉ ଶ୍ରୀ ପାତ୍ର ବଲାଙ୍ଗିର ଜିଲ୍ଲାରେ ବହୁ ଗୋଷ୍ଠୀରେ ବିଭକ୍ତ ହୋଇଥିବା ବିଜେଡି ସଂଗଠନକୁ ସଜାଡ଼ିବା ପରିବର୍ତ୍ତେ ଏୟୁଙ୍କୁ ସୁହାଇବା ଭଳି କାମ କରିବାକୁ ସମ୍ମତି ଦେଇଥିବା କୁହାଯାଉଛି।

ସୂର୍ଯ୍ୟ ଓ ଏୟୁଙ୍କ ଏଭଳି କବାଟକିଳା ବୈଠକ ସମ୍ପର୍କରେ ଜଣାପଡ଼ିବା ପରେ ଜିଲ୍ଲାର ଦଳୀୟ ବିଧାୟକମାନଙ୍କ ମଧ୍ୟରେ ଏ ନେଇ ବ୍ୟାପକ ଚର୍ଚ୍ଚା ହୋଇଥିବା ଜଣାପଡିଛି।



from Odisha Reporter https://ift.tt/2MM7vH7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages