
ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗରରେ ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ ଧୀରେ ଧୀରେ ଉତ୍ତର-ପଶ୍ଚିମ ମୁହାଁ ହେଉଛି। ଗତ ୬ ଘଣ୍ଟା ମଧ୍ୟରେ ଏହାର ଘଣ୍ଟାପ୍ରତି ବେଗ ପ୍ରାୟ ୨୩ କିମି ରହିଛି। ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଏହି ସ୍ଥିତାବସ୍ଥା ଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ଆକଳନ କରାଯାଇଛି।
ଆଇଏମ୍ଡି ପକ୍ଷରୁ ନାଇଟ୍ ବୁଲେଟିନ୍ରେ ଏହି ତଥ୍ୟ ଅପଡେଟ୍ କରାଯାଇଛି।
ବର୍ତ୍ତମାନ ଏହି ଡିପ୍ ଡିପ୍ରେସନ୍ କଳିଙ୍ଗପାଟନାମ୍ଠାରୁ ୧୭୦ କିମି ଏବଂ ଗୋପାଳପୁରଠାରୁ ୧୩୦ କିମି ଦୂରରେ ରହିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଝଡ଼ ବାତ୍ୟାର ରୂପ ନେଇପାରେ।
ଆଜି ମଧ୍ୟରାତ୍ରିରେ ଏହା ଗୋପାଳପୁର ସ୍ଥଳଭାଗରେ ଛୁଇଁବ। ଏହି ସମ୍ଭାବ୍ୟ ଝଡ଼ବାତ୍ୟା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ତଥା ତଥା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରଦେଇ ଗତି କରିବାର ଆକଳନ କରାଯାଇଛି। ଏହାର ପ୍ରଭାବରେ ଅତିବେଶୀରେ ଘଣ୍ଟାପ୍ରତି ୮୦ କିମି ବେଗରେ ପବନ ବହିପାରେ ବୋଲି ଆଇଏମ୍ଡି ପକ୍ଷରୁ ଆକଳନ କରାଯାଇଛି।
from Odisha Reporter https://ift.tt/2MMQPiQ
No comments:
Post a Comment