
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ସରିଲା। ହେଲେ ପୂରଣ ହେଲାନି ଶିକ୍ଷକ ଓ ଅଧ୍ୟାପକଙ୍କ ଦାବି। ଆଜି ୩ ଜଣ ମନ୍ତ୍ରୀ ଶିକ୍ଷକଙ୍କ ପ୍ରତିନଧି ମଣ୍ଡଳୀ ସହିତ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ବିଫଳ ହୋଇଛି। ସରକାର କୌଣସି ଦାବି ମାନିବାକୁ ରାଜି ନାହାନ୍ତି ବୋଲି ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ ଅଭିଯୋଗ କରିଛି।
ଲଘୁଚାପ ପ୍ରଭାବରେ ଆଜି ରାଜଧାନୀରେ ପ୍ରବଳ ବର୍ଷା ହୋଇଛି। ଏଥିରେ ଭିଜି ଭିଜି ପୁଣି ଗର୍ଜ୍ଜିଛନ୍ତି ଶିକ୍ଷକ। ବର୍ଷାକୁ ଖାତିର ନକରି ମହାସମାବେଶରେ ରଣହୁଙ୍କାର ଦେଇଛନ୍ତି। ଦୀର୍ଘ ୩୫ ଦିନ ଧରି ଧାରଣାରେ ବସିଥିଲେ ମଧ୍ୟ ଶିକ୍ଷକଙ୍କ ଦାବି ପୂରଣ କରିନାହାନ୍ତି ସରକାର।
ଆଜି ସକାଳେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ରେ ଏକତ୍ର ହୋଇଥିଲେ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀ। ପରେ ଏକ ବିଶାଳ ଶୋଭାଯାତ୍ରାରେ ଲୋୟର ପିଏମ୍ଜିରେ ଏକାଠି ହୋଇଥିଲେ ହଜାର ହଜାର ଶିକ୍ଷକ। ସେମାନେ ଅଭିଯୋଗ କରିଥିଲେ, ଅଭିଜିତ ଆୟାର ମିତ୍ରଙ୍କ ଭଳି ଜଣେ ଲୋକଙ୍କ ପାଇଁ ବିଧାନସଭାରେ ହଙ୍ଗାମା ହେଉଛି। ହେଲେ ୬୦ ହଜାର ଶିକ୍ଷକ ଓ ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପ୍ରତି ସରକାର ଆଖି ବୁଜି ଦେଇଛନ୍ତି।
ସେପଟେ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଗଲା ୧୩ ଦିନ ଧରି ରାଜ୍ୟର ସମସ୍ତ ବ୍ଲକ୍ ଗ୍ରାଣ୍ଟ୍ ସ୍କୁଲ-କଲେଜରେ ଶିକ୍ଷାଦାନ ଠପ୍ ହୋଇଯାଇଛି।
from Odisha Reporter https://ift.tt/2NpHMcJ
No comments:
Post a Comment