ପର୍‌ଭିନ୍‌ ବାବିଙ୍କ ସହ ରିଲେସନ୍‌ଶିପ୍‌ରେ ଥିଲେ ଏହି ଫିଲ୍ମ ନିର୍ଦ୍ଦେଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ପର୍‌ଭିନ୍‌ ବାବିଙ୍କ ସହ ରିଲେସନ୍‌ଶିପ୍‌ରେ ଥିଲେ ଏହି ଫିଲ୍ମ ନିର୍ଦ୍ଦେଶକ

mahesh

ମୁମ୍ବାଇ: କଣ୍ଟ୍ରଭର୍ସି, ଡ୍ରାମା ଓ ସସ୍‌ପେନ୍ସ କେବଳ ଫିଲ୍ମରେ ନଥାଏ, ଏହା ବାସ୍ତବ ଜୀବନର ବି ଅଂଶ।  ବଲିଉଡ୍‌ରେ ଏମିତି ଅନେକ ସେଲିବ୍ରିଟି ଅଛନ୍ତି, ଯାହା ଜୀବନ ଠିକ୍‌ ଫିଲ୍ମ୍‌ର କାହାଣୀ ଭଳି। ଏହି ସେଲିବ୍ରିଟିମାନଙ୍କ ମଧ୍ୟରେ ବି’ଟାଉନ୍‌ର ଜଣାଶୁଣା ନିର୍ଦ୍ଦେଶକ ଓ ପ୍ରଡ୍ୟୁସର ମହେଶ୍‌ ଭଟ୍ଟ ହେଉଛନ୍ତି ଅନ୍ୟତମ।

ଆଜି ହେଉଛି ଏହି ପ୍ରସିଦ୍ଧ ଫିଲ୍ମ ବ୍ୟକ୍ତିତ୍ୱଙ୍କ ଜନ୍ମ ଦିନ। ଆସନ୍ତୁ ଜାଣିବା ଜନ୍ମ ଦିନ ଅବସରରେ, ମେହଶ୍‌ ଭଟ୍ଟଙ୍କ ସମ୍ପର୍କରେ କିଛି ଖାସ୍‌ କଥା।

– କଣ୍ଟ୍ରଭର୍ସି କିଙ୍ଗ୍‌ କୁହା ଯାଉଥିବା ମହେଶ୍‌ ଭଟ୍ଟଙ୍କ ମା’ ଓ ବାପାଙ୍କ ମଧ୍ୟରେ ବିବାହ ହୋଇନଥିଲା। ଏହାର ପ୍ରଭାବ ମହେଶ୍‌ଙ୍କ ଜୀବନ ଉପରେ ବି ପଡ଼ିଥିଲା। ବୋଧହୁଏ ଏଥିପାଇଁ ହିଁ ବ୍ୟକ୍ତିଗତ ଜୀବନରେ ସେ ବିବାହକୁ କେବେ ସେତେଟା ଗୁରୁତ୍ୱ ଦେଇ ନାହାନ୍ତି।

-୨୦ ବର୍ଷର ମହେଶ୍‌ ଯେତେବେଳେ କଲେଜ୍‌ରେ ପଢ଼ୁଥିଲେ, ସେତେବେଳେ ତାଙ୍କ ଅଫେୟାର୍‌ ଲୋରିଏନ୍‌ ବ୍ରାଇଡ୍‌ଙ୍କ ସହ ଆରମ୍ଭ ହୋଇଥିଲା। ବ୍ରାଇଡ୍‌ଙ୍କ ପରେ କିରଣଙ୍କ ସହ ମହେଶ ଭଟ୍ଟଙ୍କ ରୋମାନ୍ସ୍‌ ଚାଲିଥିଲା। ପରେ ମହେଶ୍ ଓ କିରଣ ବିବାହ ବି କରିଥିଲେ। ରାହୁଲ୍‌ ଓ ପୂଜା ଭଟ୍ଟ ହେଉଛନ୍ତି ମହେଶ୍ ଓ କିରଣ ଭଟ୍ଟଙ୍କ ସନ୍ତାନ। । ତେବେ କିରଣ ଓ ମହେଶ୍‌ଙ୍କ ସମ୍ପର୍କରେ ୭୦ ଦଶରେ ଫାଟ ସୃଷ୍ଟି ହୋଇଥିଲା। ଉଭୟେ କିନ୍ତୁ ଅଲଗା ହୋଇ ନଥିଲେ। ତେବେ ଏହି ସମୟରେ ମହେଶ୍‌ଙ୍କ ଜୀବନ ପରିଧିକୁ ଆସିଥିଲେ ସେତେବେଳର ଚର୍ଚ୍ଚିଚ ଅଭିନେତ୍ରୀ ପର୍‌ଭିନ୍‌ ବାବି।

ପର୍‌ଭିନ୍‌ ବାବିଙ୍କ ସହ କିଛି ବର୍ଷ ରିଲେସନ୍‌ଶିପ୍‌ରେ ରହିବା ପରେ ମହେଶଙ୍କ ଏହି ସଂପର୍କ କିନ୍ତୁ ବିଗିଡ଼ି ଯାଇଥିଲା ସେତେବେଳେ ତାଙ୍କ  ଲାଇଫ୍‌ରେ ଏଣ୍ଟ୍ରି କରିଥିଲେ ସୋନୀ ରାଜ୍‌ଦାନ୍‌।  ସୋନୀଙ୍କ ସହ ଅଫେୟାର ଚାଲିଥିବା ସମୟରେ ବି ମହେଶ୍‌ ଆଉ କିରଣ ଏକାଠି ରହୁଥିଲେ। ଆଇନ୍‌ତଃ ଦୁହେଁ ଅଲଗା ହୋଇ ନଥିଲେ। ପରେ ମହେଶ୍‌ ସୋନୀ ରାଜ୍‌ଦାନ୍‌ଙ୍କୁ ବିବାହ କରିଥିଲେ। ଶାହିନ୍‌ ଓ ଆଲିଆ ଭଟ୍ଟ ହେଉଛନ୍ତି ମହେଶ୍‌-ସୋନୀଙ୍କ ଦୁଇ ଝିଅ।

-ଝିଅ ପୂଜା ଭଟ୍ଟଙ୍କ ସମ୍ପର୍କରେ ବିବାଦୀୟ କଥା କହି ମହେଶ୍‌ କଣ୍ଟ୍ରଭର୍ସିରେ ବି ରହିଥିଲେ। ପୂଜାଙ୍କ ସହ ମହେଶ୍‌ଙ୍କ ଲିପ୍‌ ସିନ୍‌ ଘଟଣା ଅନେକ ଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ଥିଲା। ଏକ ମ୍ୟାଗାଜିନ୍‌ କୁ ଦେଇଥିବା ସାକ୍ଷାତକାରରେ ମହେଶ୍‌ କହିଥିଲେ,‘ଯଦି ପୂଜା ମୋ ଝିଅ ହୋଇ ନଥାନ୍ତା, ତେବେ ମୁଁ ତାକୁ ବିବାହ କରିଥା’ନ୍ତି।’

-ମହେଶ୍‌ ଓ ସୋନୀଙ୍କ ଝିଅ ସାହିନ୍‌ ଭଟ୍ଟ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ସେ କ୍ୟାରିୟର୍‌ରେ ଫିଲ୍ମ ‘ଜହର୍‌’ରୁ ନେଇ ‘ଜିସ୍ମ-୨’ ପର୍ଯ୍ୟନ୍ତ ଅନେକ ଫିଲ୍ମ ପାଇଁ ସ୍କ୍ରିପ୍ଟ୍‌ ଲେଖିଛନ୍ତି। ଏହା ଛଡ଼ା ‘ରାଜ୍‌-୩’ରେ ସାହିନ୍‌ ଆସିଷ୍ଟାଣ୍ଟ୍‌ ନିର୍ଦ୍ଦେଶକଭାବେ କାମ ବି କରିଛନ୍ତି।

mahesh-2-ପୁଅ ରାହୁଲ୍‌ ଭଟ୍ଟଙ୍କ ସହ ମହେଶ୍‌ଙ୍କ ସମ୍ପର୍କ ଏତେ ଭଲ ନହେଁ । ରାହୁଲ୍‌ଙ୍କ କହିବା ଅନୁଯାୟୀ, ଯେତେବେଳେ ତାଙ୍କ ପାଇଁ ବାପାଙ୍କର ଆବଶ୍ୟକତା ଥିଲା ସେତେବେଳେ ବାପା ତାଙ୍କ ସାଥ୍ ଦେଇ ନଥିଲେ।

-ମହେଶ୍‌ ଭଟ୍ଟ ସବୁବେଳେ ନିଜ ଲଭ୍‌ ଲାଇଫ୍‌କୁ ବଡ଼ ପରଦାରେ ଦେଖାଇବାକୁ ଚେଷ୍ଟା କରିଛନ୍ତି।  ଫିଲ୍ମ ‘ଆସିକି’ରେ କରିଣ ଭଟ୍ଟଙ୍କ ସହ ତାଙ୍କ ରୋମାନ୍‌ସ୍‌ର କାହାଣୀକୁ ସେ ପରଦା ଉପରକୁ ଆଣିଥିବାବେଳେ ଫିଲ୍ମ ‘ୱ ଲମ୍‌ହେ’ର କାହାଣୀ ମହେଶ୍‌ ଓ ପର୍‌ଭିନ୍‌ ବାବିଙ୍କ ରିଲେସନ୍‌ଶିପ୍‌କୁ ନେଇ ହୋଇଥିବା କୁହାଯାଉଛି।



from Odisha Reporter https://ift.tt/2xDRIog

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages