
ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିସରରେ ଲାଗିଥିବା ଅବଢ଼ା ‘ରେଟ୍ ଚାର୍ଟ’କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ପ୍ରଦୀପ୍ତ ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସେ କହିଛନ୍ତି,“ ଏ ସମ୍ପର୍କରେ ମୁଁ କିଛି ଜାଣି ନାହିଁ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ‘ରେଟ୍ ଚାର୍ଟ’ ଲାଗି ନାହିଁ। କିଏ ଲଗାଇଛି ମୁଁ ଜାଣି ନାହିଁ।ମୁଁ ଏହାକୁ ଅନୁମୋଦନ କରି ନଥିବାରୁ ରେଟ୍ ଚାର୍ଟକୁ କାଢ଼ି ନିଆଯିବ।”
ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହିଁ ଅବଢ଼ା ‘ରେଟ୍ ଚାର୍ଟ’ ଲଗାଯାଇଛି ବୋଲି ଲୋକ ସଂପର୍କ ଅଧିକାରୀ କହିଥିଲେ। କିଛି ଦିନ ତଳେ ଖବର ଆସିଥିଲା ଯେ, ଥାଳି ଦରରେ ଅବଢ଼ା ମିଳିବ। ୭୦, ୮୦ ଓ ୧୨୦ ଟଙ୍କିଆ ଥାଳି ମିଳିବ। କେଉଁ ଦର ଅନୁସାରେ କ’ଣ କ’ଣ ମିଳିବତାହା ମଧ୍ୟ ଆଗୁଆ ଅବଗତ କରାଯିବ।
ଏହାସହ ପ୍ରସାଦ କୁଡୁଆର ଫଟୋ ସହିତ ଦର ତାଲିକା ଆନନ୍ଦ ବଜାର, ସିଂହଦ୍ୱାର ସମେତ ବାଇଶିପାହାଚ ଓ ଶ୍ରୀମନ୍ଦିର ଚାରି ଦ୍ୱାରରେ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲା। ସେହି ଆଧାରରେ ଅବଢ଼ା ‘ରେଟ୍ ଚାର୍ଟ’ ଲାଗିଥିଲା ।
ଏହା ଦ୍ୱାରା ଆଶା କରାଯାଉଥିଲା ସେବାୟତମାନେ ମନଇଚ୍ଛା ଦରରେ ଅବଢ଼ା ବିକ୍ରି କରିବେନାହିଁ ଏବଂ ଠିକ୍ରେ ଭକ୍ତଙ୍କୁ ଅବଢ଼ା ମିଳିବ। କିନ୍ତୁ ମୁଖ୍ୟ ପ୍ରଶାସକଙ୍କ ଏଭଳି ପ୍ରତିକ୍ରିୟା ପରେ ଏକ ଦ୍ଵନ୍ଦ୍ୱାତ୍ମକ ସ୍ଥିତି ଉତ୍ପନ୍ନ ହୋଇଛି ଏବଂ ମନ୍ଦିର ପ୍ରଶାସନରେ ସମନ୍ଵୟର ଘୋର ଅଭାବ ଥିବା ସ୍ପଷ୍ଟ ହୋଇଛି।
from Odisha Reporter https://ift.tt/2MNvndC
No comments:
Post a Comment