ବିଷ୍ଣୁଙ୍କ ଦମ୍ଭୋକ୍ତି: ‘ଦାମ ବାବୁଙ୍କର ଆଉ କ’ଣ ଅଛି ଯେ ସେ ଟକ୍କର ଦେବେ?’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ବିଷ୍ଣୁଙ୍କ ଦମ୍ଭୋକ୍ତି: ‘ଦାମ ବାବୁଙ୍କର ଆଉ କ’ଣ ଅଛି ଯେ ସେ ଟକ୍କର ଦେବେ?’

bishnu

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ଦମୋଦର ରାଉତ ବହିଷ୍କୃତ ହେବା ପରେ ପାରାଦୀପ ବିଧାନସଭା ଆସନ ଉପରେ ଆଖି ପକାଇଛନ୍ତି ବିଷ୍ଣୁ ଦାସ।

ସେ କହିଛନ୍ତି,“ପାରାଦୀପରେ ଯଥେଷ୍ଟ ସଂଖ୍ୟକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ। ଯଦି ପାରାଦୀପରେ ମୋତେ ପ୍ରାର୍ଥୀ କରନ୍ତି, ତାହାହେଲେ ମୁଁ ମଧ୍ୟ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି।”

ପାରାଦୀପରେ ଦାମ ବାବୁ ଟକ୍କର ଦେବା କଥା ସାମ୍ବାଦିକମାନେ ପଚାରିବାରୁ ସେ କହିଛନ୍ତି,“ଦାମ ବାବୁଙ୍କର ଆଉ କ’ଣ ଅଛି ଯେ ସେ ଟକ୍କର ଦେବେ? ସେ ଦଳରେ ନାହାନ୍ତି ଓ କିମ୍ବା ଦଳୀୟ କର୍ମୀ ତାଙ୍କ ସାଙ୍ଗରେ ନାହାନ୍ତି। ସେ ଆଉ କ’ଣ ଟକ୍କରକୁ ଆସିବେ?”

ବିଷ୍ଣୁ କହିଛନ୍ତି,“ଯଦି ଦଳ ମୋତେ ଟିକେଟ ଦିଏ ,ତାହାହେଲେ ଦାମ ବାବୁ ପାରାଦୀପରେ ମୋ ସମକକ୍ଷ ସଂଗ୍ରାମରେ ଆସିପାରିବେ ନାହିଁ। ଦାମ ଏକୁଟିଆ, ଆମ ପାଖରେ ଦଳ ଓ ସଂଗଠନ ଅଛି। ଜିଲ୍ଲାର ଅନେକ କର୍ମୀଙ୍କୁ ଦାମ ଡରାଇ ରଖିଥିଲେ। ଏବେ ସେମାନେ ସ୍ୱେଚ୍ଛାକୃତ ଭାବେ ଆସି ଦଳକୁ ଆଗେଇ ନେବେ।”



from Odisha Reporter https://ift.tt/2NWodIu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages