
ନୂଆଦିଲ୍ଲୀ: ମୁସଲିମ୍ ଧର୍ମରେ ପ୍ରଚଳିତ ବହୁ ପୁରାତନ ଟ୍ରିପଲ୍ ତଲାକ ପ୍ରଥାକୁ ଆଜି କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ଅପରାଧ ଶ୍ରେଣୀଭୁକ୍ତ କରିଦେଇଛନ୍ତି। ଏବେ ଟ୍ରିପଲ ତଲାକକୁ ଏକ ଅପରାଧିକ ମାମଲା ଭାବେ ବିବେଚନା କରିଯବ। ଆଜି ଏ ସଂକ୍ରାନ୍ତ ଏକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।
ଗତବର୍ଷ ସୁପ୍ରିମକୋର୍ଟ ଇନ୍ଷ୍ଟାଣ୍ଟ ଟ୍ରିପଲ୍କୁ ସୁପ୍ରିମକୋର୍ଟ ବେଆଇନ୍ ଦର୍ଶାଇବା ସହ କେନ୍ଦ୍ର ସରକାରଙ୍କୁ ଏହି କୁପ୍ରଥାକୁ ଉଚ୍ଛେଦ କରିବା ପାଇଁ ବିଲ୍ ଆଣିବାକୁ ପରାମର୍ଶ ଦେଇଥିଲେ।
ତଦ୍ନୁଯାୟୀ, କେନ୍ଦ୍ର ସରକାର ଟ୍ରିପଲ୍ ତଲାକକୁ ବେଆଇନ୍ ଦର୍ଶାଇବାକୁ ଏକ ବିଲ୍ ଆଣିଥିଲେ। ଏହା ଲୋକସଭାରେ ପାସ୍ ହୋଇଥିଲେ ହେଁ ବିରୋଧୀଙ୍କ ଅସହଯୋଗ ଯୋଗୁ ରାଜ୍ୟସଭାରେ ପାସ୍ ହୋଇପାରି ନଥିଲା। ଫଳରେ ଆଜି କେନ୍ଦ୍ର ସରକାର ଅଧ୍ୟାଦେଶ ଜରିଆରେ ଟ୍ରିପଲ ତଲାକକୁ ଅପରାଧ ବୋଲି ଦର୍ଶାଇଛନ୍ତି। ରାଷ୍ଟ୍ରପତି ଏହା ଉପରେ ମୋହର ମାରିଲେ, ଏହା କାର୍ଯ୍ୟକାରୀ ହେବ।
ଅଧ୍ୟାଦେଶ ଅନୁଯାୟୀ, ଟ୍ରିପଲ୍ ତଲାକ୍ ଏକ ଜାମିନ୍ ବିହୀନ୍ ଅପରାଧ। କିନ୍ତୁ ଟ୍ରିପଲ୍ ତଲାକ ଦେଉଥିବା ଅଭିଯୁକ୍ତଙ୍କୁ କେବଳ ଜଣେ ମାଜିଷ୍ଟ୍ରେଟ୍ ଜାମିନ୍ ଦେଇପାରିବେ। ପୁଲିସ୍ ଷ୍ଟେସନ୍ରେ ଅଭିଯୁକ୍ତକୁ ଜାମିନ୍ ମିଳିପାରିବ ନାହିଁ।
ଏଥିସହ ଯଦି ପରବର୍ତ୍ତୀ ଅବସ୍ଥାରେ ଉଭୟ ପକ୍ଷ ଆପୋସ ବୁଝାମଣା ପାଇଁ ରାଜି ହୁଅନ୍ତି, ତା’ହେଲେ ପୁଣି ସେମାନେ ଏକାଠି ରହିପାରିବେ। ସେହିପରି ପୀଡ଼ିତା କିମ୍ବା ତାଙ୍କ ପରିବାର ଲୋକମାନେ ହିଁ କେବଳ ପୁଲିସ୍ରେ ଟ୍ରିପଲ୍ ତଲାକର ଶିକାର ହୋଇଥିବା ଏଫ୍ଆଇର୍ ଦେଇପାରରିବେ।
ଅଧ୍ୟାଦେଶରେ ଟ୍ରିପଲ୍ ତଲାକ୍ ଦେଉଥିବା ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍ଦଣ୍ଡ ଏବଂ ଜୋରିମାନାର ବ୍ୟବସ୍ଥା ରହିଛି।
ବିଲ୍ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, କଂଗ୍ରେସ ମୁସଲିମ୍ ମହିଳା ବିବାହ ସୁରକ୍ଷା ଅଧିକାର ବିଲ୍କୁ ସମର୍ଥନ କରୁନାହିଁ। ବାରମ୍ବାର କେନ୍ଦ୍ର ସରକାର ମୁସଲିମ ମହିଳାଙ୍କୁ ନ୍ୟାୟ ଦେବାକୁ ଟ୍ରିପଲ୍ ତଲାକ ପ୍ରଥାକୁ ଉଚ୍ଛେଦ କରିବାକୁ ବିଲ୍ ଆଗତ କରୁଥିଲେ ହେଁ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରି ଆସୁଥିଲେ। ଫଳରେ କେନ୍ଦ୍ର ସରକାର ଆଜି ଅଧ୍ୟାଦେଶ ଆଣିଛନ୍ତି।
from Odisha Reporter https://ift.tt/2xlQ8rI
No comments:
Post a Comment