ମ୍ୟାଚ୍‌ ପୂର୍ବରୁ ଏମିତି କଥା କହିଲେ ପାକ୍‌ ଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ମ୍ୟାଚ୍‌ ପୂର୍ବରୁ ଏମିତି କଥା କହିଲେ ପାକ୍‌ ଅଧିନାୟକ

ଦୁବାଇ: ବୁଧବାର ଭାରତ-ପାକିସ୍ତାନ ମ୍ୟାଚ୍‌ ନ ହେଉଣୁ ଏହାକୁ ନେଇ ଏବେଠାରୁ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୧୭ରେ ଚାମ୍ପିୟନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେବାକୁ ଟିମ୍‌ ଇଣ୍ଡିଆ ଆସନ୍ତାକାଲି ଦୁବାଇ ପଡ଼ିଆକୁ ଓହ୍ଲାଇବ ବୋଲି କୁହାଯାଉଛି। 
 
କିନ୍ତୁ ଏଥର ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲି ସାମିଲ ହୋଇ ନଥିବାରୁ, ଦଳର ପ୍ରଦର୍ଶନ କେମିତି ରହିବ, ତାକୁ ନେଇ କ୍ରିକେଟ୍‌ ପଣ୍ଡିତମାନେ ନାନା ପ୍ରକାରର ମତ ଦେଉଛନ୍ତି। 
 
ଇତିମଧ୍ୟରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦ ବିରାଟ୍‌ଙ୍କ ଅନୁପସ୍ଥିତିକୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ବିରାଟ୍‌ଙ୍କ ଅନୁପସ୍ଥିତି ସତ୍ତ୍ୱେ  ଭାରତ ହେଉଛି ଏକ ଶକ୍ତିଶାଳୀ  ଟିମ୍‌। ଭାରତକୁ ହରାଇବା ସହଜ ନୁହେଁ।
ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସର୍ଫରାଜ କହିଛନ୍ତି, “ ବିରାଟ୍‌ ଟିମ୍‌ ଇଣ୍ଡିଆର ଅଧିନାୟକ ଏବଂ ଜଣେ ବିଶ୍ୱସ୍ତରୀୟ ଖେଳାଳି। ଏଥରେ ସନ୍ଦେହ ନାହିଁ। ତେବେ ମୁଁ ଭାବୁଛି, କୋହଲିଙ୍କ ବିନା ମଧ୍ୟ ଭାରତ ଭଲ ଖେଳ ପ୍ରଦର୍ଶନ କରିପାରିବ। ଭାରତୀୟ ଦଳରେ ଏକାଧିକ ଭଲ ଓ ପ୍ରତିଭାବାନ ଖେଳାଳି ରହିଛନ୍ତି। ତେଣୁ ବିରାଟ୍‌ଙ୍କ ଅନୁପସ୍ଥିତି ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ଉପରେ ସତେଟା ପ୍ରଭାବ ପକାଇବ ବୋଲି ମୁଁ ଭାବୁନି। ବିଶେଷ କରି ଭାରତର ବ୍ୟାଟିଂ ଲାଇନ୍‌ ଅପ୍‌ ବେଶ ଶକ୍ତିଶାଳୀ। ତେଣୁ ବୁଧବାର ନିଶ୍ଚିତ ଭାବେ ଏକ ଭଲ ମ୍ୟାଚ ଦେଖିବାକୁ ମିଳିବ।”
 
ପାକିସ୍ତାନ ଭାରତକୁ ହରାଇ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଦଖଲ କରିଥିଲା। ତେଣୁ ଟିମ୍‌ ଇଣ୍ଡିଆ ଏସିଆ କପ୍‌ରେ ଏହାର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ।
 
ଏ ସମ୍ପର୍କରେ ମତଦେଇ ସର୍ଫରାଜ କହିଛନ୍ତି, “ଆମେ କେବେ ଚାମ୍ପିୟନ୍ସ ଟ୍ରଫି ଜିତିବୁ ବୋଲି ଭାବି ନଥିଲୁ। ତଥାପି ଭାରତକୁ ହରାଇ ଟ୍ରଫିକୁ କବଜା କରିଥିଲୁ। କିନ୍ତୁ ସେଇଟା ଲଣ୍ଡନରେ ହୋଇଥିଲା। ସେଠାକାର ପରିବେଶ ଦୁବାଇ ପରିବେଶଠାରୁ ଭିନ୍ନ। ସେହିପରି ବର୍ଷକ ତଳେ ଏଭଳି ହୋଇଥିଲା। ଆମେ ଅତୀତକୁ ମନେ ନପକାଇ କେମିତି ଏସିଆ କପ୍‌ରେ ଭଲ କରିବୁ, ସେକଥା ଚିନ୍ତା କରୁଛୁ।”


from Odisha Reporter https://ift.tt/2MHmVN3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages