ନବୀନ ହେଉଛନ୍ତି ଦୁର୍ନୀତିଖୋରଙ୍କ ସର୍ଦ୍ଦାର: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ନବୀନ ହେଉଛନ୍ତି ଦୁର୍ନୀତିଖୋରଙ୍କ ସର୍ଦ୍ଦାର: ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାକ୍ତର ଦାମୋଦର ରାଉତ ଗୋଟିଏ ପରେ ଗୋଟିଏ ‘ଦୁର୍ନୀତି ‘ବାଣ ମାରି ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ। ଯେଉଁଥିପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଆଜି ଏହି ନିଆଁରେ ଘିଅ ଢାଳିଛି ବିଜେପି। ନବୀନ ପଟ୍ଟନାୟକଙ୍କୁ ଦୁର୍ନୀତିଖୋରଙ୍କ ସର୍ଦ୍ଦାର ବୋଲି ଅଭିହିତ କରିବା ସହିତ ଏକ ଫଟୋ ଦେଖାଇଛି। ଯେଉଁଥିରେ ମଝିରେ ନବୀନଙ୍କ ଫଟୋ ଥିବା ବେଳେ ତାଙ୍କ ଚାରି ପାଖରେ କିଛି ନେତାଙ୍କ ମୁହଁ ରହିଛି।

ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି-“ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରୁଛନ୍ତି। ଯାହା ବିରୋଧରେ ଦୁର୍ନୀତି ଅଭିଯୋଗ ଆସୁଛି, ସେମାନଙ୍କୁ ବିଦା କରୁଛନ୍ତି। କିଛି ଦିନ ପରେ ପୁଣି ଥରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କୋଳେଇ ନେଉଛନ୍ତି। ଆଉ ସମୟ ସୁବିଧା ଦେଖି ଭଲ ପବ-ପଦବୀରେ ଅବସ୍ଥାପିତ କରୁଛନ୍ତି।

“ଦୁର୍ନୀତିଖୋର୍‌ଙ୍କ ସର୍ଦ୍ଦାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛତାର ମୁଖା ପିନ୍ଧି ଓଡ଼ିଶା ବାସୀଙ୍କୁ ବୋକା ବନାଉଛନ୍ତି। ରାଜ୍ୟ ସରକାରଙ୍କ ତହବିଲରୁ ଲୁଟି ଚାଲିଛନ୍ତି। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ। ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କ ତହବିଲ୍‌ ବିଜେଡି ନା ନବୀନ ପଟ୍ଟନାୟକଙ୍କ ପୈତୃକ ସମ୍ପତ୍ତି? ବିଜେଡି ଯଦି ଭାବୁଥାଏ ଓଡ଼ିଆଙ୍କ କଷ୍ଟ ଉପାର୍ଜିତ ସମ୍ପତ୍ତି ବିଜେଡିର ଓ ଏହି ପ୍ରସଙ୍ଗରେ କେହି ମୁହଁ ଖୋଲିବେ ନାହିଁ, ତେବେ ତାହା ତାଙ୍କର ଦିବାସ୍ୱପ୍ନ।”

ଦୁର୍ନୀତିଖୋରଙ୍କ ଉଦାହରଣ ଦେଇ ସମୀର ମହାନ୍ତି କହିଛନ୍ତି-“ପ୍ରଶାନ୍ତ ନନ୍ଦଙ୍କୁ ଦୁର୍ନୀତିର ଆରୋପ ଲଗାଇ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିଲା। ପରେ ତାଙ୍କୁ ମୁଖପାତ୍ର ଓ ସାଂସଦ ପଦ ଦେଇ ରାଜ୍ୟସଭାକୁ ପଠାଗଲା। ସେହିପରି ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ବଳବନ୍ତରାୟ, ପ୍ରଭାତ ବିଶ୍ୱାଳ, ଅମର ଶତପଥୀ ଓ ପ୍ରଭାତ ତ୍ରିପାଠୀଙ୍କୁ ଦଳର ମୁଖିଆ ମୁଖ୍ୟ ପରିଚାଳକ ଭାବେ ବ୍ୟବହାର କରୁନାହାନ୍ତି କି? ସେମାନେ ଦଳ ଚଳାଉ ନାହାନ୍ତି କି?

“ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ସରକାରୀ ପ୍ରୋତ୍ସାହନରେ ଦୁର୍ନୀତିରେ ଜଡ଼ିତ ନୁହନ୍ତି କି? ବର୍ତ୍ତମାନ ରାଜ୍ୟରେ ହୋଇଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରକୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ କେତେକ ମନ୍ତ୍ରୀ ଘଣ୍ଟ ଘୋଡାଇବା ପଛରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ କାର୍ପଟଦାର ସାଜିଛନ୍ତି। ଯାହାକୁ ରାଜ୍ୟବାସୀ ଭଲଭାବେ ବୁଝି ସାରିଲେଣି,” ବୋଲି ଶ୍ରୀ ମହାନ୍ତି କହିଛନ୍ତି।



from Odisha Reporter https://ift.tt/2xcwKNN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages