କାହା ସହ ମେଣ୍ଟ କରିବେନି କେସିଆର୍‌, ବିଜେପି କହିଲା ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

କାହା ସହ ମେଣ୍ଟ କରିବେନି କେସିଆର୍‌, ବିଜେପି କହିଲା ଏମିତି କଥା

ନୂଆଦିଲ୍ଲୀ: କାର୍ଯ୍ୟକାଳ ଶେଷ ହେବା ଆଗରୁ ବିଧାନସଭା ଭାଙ୍ଗି ଦେଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଗାମୀ ନିର୍ବାଚନରେ କାହା ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। 
 
ଏପରି କି ସେ ୧୦୫ ଜଣ ଦଳୀୟ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରିଛନ୍ତି। କେସିଆର୍‌ଙ୍କ ଏହି ମତ ପରେ ବିଜେପି କହିଛନ୍ତି, କେସିଆର୍‌ ମେଣ୍ଟ୍‌ ନ କଲେ, ତାଙ୍କରି ହିଁ କ୍ଷତି ହେବ। ବିଜେପିର କୌଣସି ଅସୁବିଧା ହେବନାହିଁ।  
 
କେସିଆର୍‌ କହିଛନ୍ତି, ତେଲେଙ୍ଗାନାର ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟକାଳ ଶେଷ ହେବା ଆଗରୁ ବିଧାନସଭାକୁ ଭଙ୍ଗ କରାଯାଇଛି। ରାଜ୍ୟର ବିକାଶ ହେଉଛି ପ୍ରଧାନ ଲକ୍ଷ୍ୟ ବୋଲି ସେ କହିଛନ୍ତି। 
 
କେସିଆର୍ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିବାରୁ ବିଜେପି ସହ ତାଙ୍କ ଦଳ ମେଣ୍ଟ କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ କେସିଆର୍‌ କହିଛନ୍ତି, ଟିଆର୍‌ଏସ୍‌ କାହା ସହ ମେଣ୍ଟ କରିବ ନାହିଁ। ଦଳ ଶତପ୍ରତିଶତ ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ରହିଛି। 
 
ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାହିଁକି ଭେଟିଥିଲେ ବୋଲି ପ୍ରଶ୍ନର ଉତ୍ତର ଦେଇ କେସିଆର୍‌ କହିଛନ୍ତି, ମେଣ୍ଟ ପାଇଁ ନୁହେଁ ବରଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ସେ ମୋଦିଙ୍କୁ ଭେଟିଥିଲେ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ କୁହାଯାଇଛି ଯେ କେସିଆର୍‌ ଯଦି ମେଣ୍ଟ କରିଥାଆନ୍ତେ, ତା’ହେଲେ ପୂର୍ବାପେକ୍ଷା  ଅଧିକ ଆସନରେ ଜିତି ଥାଆନ୍ତେ। କିନ୍ତୁ ସେ ଯଦି ମେଣ୍ଟ କରିବାକୁ ଚାହୁଁନାହାନ୍ତି, ତା’ହେଲେ ଏଥିରେ ଅସୁବିଧା କିଛି ନାହିଁ। କାରଣ ବିଜେପି ଏଥର ତେଲେଙ୍ଗାନାରେ ସରକାର ଗଢ଼ିବ।



from Odisha Reporter https://ift.tt/2M5TBPS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages