ଡାଇବେଟିସ୍‌ ପାଇଁ ଉପକାରୀ କନ୍ଦମୂଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଡାଇବେଟିସ୍‌ ପାଇଁ ଉପକାରୀ କନ୍ଦମୂଳ

kandamula1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯଦି ଆପଣ ଡାଇବେଟିସ୍‌ ରୋଗରେ ପୀଡ଼ିତ, ତେବେ ଡାକ୍ତର ଆପଣଙ୍କୁ ଆଳୁ ନଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି। ଏହାର କାରଣ, ଆଳୁରେ ଅଧିକ ମାତ୍ରାରେ ‘ଗ୍ଲାଇକେମିକ୍‌ ଏସିଡ୍‌’ ରହିଛି। ଅଧିକ ‘ଗ୍ଲାଇକେମିକ୍‌ ଏସିଡ୍‌’ ଥିବା ଖାଦ୍ୟ ଖାଇଲେ, ମେଟାବଲାଇଜ୍‌ଡ ହୋଇଥାଏ ଏବଂ ଶରୀରରେ ସୁଗାର୍‌ର ମାତ୍ରା ବଢ଼ି ଯାଇଥାଏ। କିନ୍ତୁ ଏହାର ଅର୍ଥ ନୁହେଁ କି, ଆପଣ ଅନ୍ୟ ମିଠା ଲାଗୁଥିବା ଫଳ ମୂଳ ଆଦି ଖାଇବା ସଂପୂର୍ଣ୍ଣ ଛାଡ଼ିଦେବେ। କନ୍ଦମୂଳ ବା ମିଠା ଆଳୁକୁ ନିଜ ଖାଦ୍ୟରେ ସାମିଲ୍‌ କରନ୍ତୁ, ଏହାଦ୍ୱାରା ଆପଣଙ୍କ ଶରୀରରେ ସୁଗାର୍‌ ନିୟନ୍ତ୍ରଣରେ ରହିବ।potato22

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କନ୍ଦମୂଳରେ ଫାଇବର୍‌ ଏବଂ ଭିଟାମିନ୍‌ ସି’, ଏ’ ଓ ଜିଙ୍କ୍‌ ପରି ଆଣ୍ଟିଅକ୍ସିଡାଣ୍ଟ୍‌ ରହିଛି। ଏଥିରେ ଭିଟାମିନ୍‌ ବି’, ଆଇରନ୍‌, ପୋଟାସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ମଧ୍ୟ ଅଧିକ ମାତ୍ରାରେ ରହିଛି।

ଏହା ସହ ଡାଇବେଟିସ୍‌ ମେଟାବଲିକ୍‌ ରୋଗ ମଧ୍ୟରୁ ଗୋଟିଏ, ଯାହା ରକ୍ତରେ ଅଧିକ ସୁଗାର୍‌ର ସ୍ତର ବଢ଼ିବା କାରଣରୁ ହିଁ ହୋଇଥାଏ। ଏଣୁ ଡାଇବେଟିସ୍‌ ରୋଗୀମାନେ ସର୍ବଦା ଫାଇବର୍‌ଯୁକ୍ତ ଖାଦ୍ୟ ଖାଇବା ଉଟିତ୍‌। ଏହି କାରଣରୁ କନ୍ଦମୂଳ, ଡାଇବେଟିସ୍‌ରେ ପୀଡ଼ିତ ରୋଗୀମାନଙ୍କ ପାଇଁ ଖୁବ୍‌ ଦରକାରୀ ଖାଦ୍ୟ।_Potato7

କନ୍ଦମୂଳ ଶରୀରରେ ସୁଗାର୍‌ର ସ୍ତରକୁ ବାରମ୍ୱାର ହ୍ରାସ ବୃଦ୍ଧି ହେବାରୁ ରକ୍ଷା କରିଥାଏ। କନ୍ଦମୂଳରେ ଏପରି ସ୍ଲୋ କାର୍ବୋହାଇଡ୍ରେଡ୍‌ ରହିଛି, ଯାହା ରକ୍ତରେ ସୁଗାର୍‌କୁ ବୃଦ୍ଧି କରିବାକୁ ଦେଇ ନଥାଏ।

ଏଥିପାଇଁ କନ୍ଦମୂଳକୁ ପ୍ରତ୍ୟେକ ଡାଇବେଟିସ୍‌ ରୋଗୀ ତାଙ୍କ ଖାଦ୍ୟରେ ସାମିଲ୍‌ କରିବା ଉଚିତ୍‌।



from Odisha Reporter https://ift.tt/2xw9h9R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages