ଘରେ ପ୍ରସ୍ତୁତ କରନ୍ତୁ ଓଟ୍‌ସ୍‌ ହାଲୱା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଘରେ ପ୍ରସ୍ତୁତ କରନ୍ତୁ ଓଟ୍‌ସ୍‌ ହାଲୱା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବ୍ରେକ୍ ଫାଷ୍ଟ୍‌ ପାଇଁ ଆଜି ଆମେ ଆପଣଙ୍କୁ ସ୍ୱାଦିଷ୍ଟ ଓଟ୍‌ସ୍‌ ହାଲୱାର ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ଆବଶ୍ୟକତା ଅନୁସାର ଓଟ୍‌ସ୍‌, ଚିନି, କ୍ଷୀର, ଦେଶୀ ଘିଅ, ଗୁଜୁରାତି, କେଶର, କାଜୁ, ଆଲ୍‌ମଣ୍ଡ ଓ କିସ୍‌ମିସ୍ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ୨-୩ ଚାମଚ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ଏଥିରେ ଓଟ୍‌ସ୍‌କୁ ପକାଇ ଭାଜନ୍ତୁ। ଓଟ୍‌ସ୍‌ର ରଙ୍ଗ ଟିକେ ପରିବର୍ତ୍ତନ ହେବା ଯାଏ ଏହାକୁ ଭାଜନ୍ତୁ।

ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀର ନେଇ ସେଥିରେ କିଛି ଚିନି ପକାଇ ଏହି ମିଶ୍ରଣକୁ ଫୁଟାନ୍ତୁ।

କ୍ଷୀର ଭଲଭାବେ ଫୁଟିଗଲେ ଓ ଚିନି ଏଥିରେ ମିଳାଇଗଲେ, ଏଥିରେ ପୂର୍ବରୁ ଭଜା ହୋଇ ରହିଥିବା ଓଟ୍‌ସ୍‌କୁ ପକାଇ ଦିଅନ୍ତୁ।

ଏବେ ଏଥିରେ ଗୁଜୁରାତି ଗୁଣ୍ଡ ଓ ଅଳ୍ପ ଘିଅ ପକାନ୍ତୁ। ଏହାର ସୁଗନ୍ଧ ଓ ଭଲ ରଙ୍ଗ ଆସିବା ପାଇଁ ଏଥିରେ କିଛି କେଶର ପକାନ୍ତୁ। ଏବେ ଏହାକୁ ଭଲଭାବେ ଗୋଳାନ୍ତୁ ଓ ହାଲକା ଆଞ୍ଚରେ ବସାନ୍ତୁ। ହାଲୱା ଶୁଖି ଆସିଲେ ଚୁଲା ବନ୍ଦ କରିଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଯାଇଛି ସ୍ୱାଦିଷ୍ଟ ଓଟ୍‌ସ୍‌ ହାଲୱା। ଏହି ହାଲୱା ଉପରେ ଆଲମଣ୍ଡ୍‌, କାଜୁ ଓ କିସ୍‌ମିସ୍‌ ପକାଇ ଏହାକୁ ଗରମ ଗରମ ପରସନ୍ତୁ।



from Odisha Reporter https://ift.tt/2NQQfoU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages