
ସମ୍ଭଲ୍(ୟୁପି): ସମାଜବାଦୀ ପାର୍ଟିର ଜଣେ ନେତାଙ୍କୁ ତାଙ୍କ ପତ୍ନୀଙ୍କ ପ୍ରେମିକ ଗୁଳିକରି ହତ୍ୟା କରିଛନ୍ତି।
ଚନ୍ଦୌସି ପୁଲିସ୍ ଷ୍ଟେସନ୍ ଅନ୍ତର୍ଗତ ନୂଆ ବସ୍ତି ଅଞ୍ଚଳରେ ସମାଜବାଦୀ ପାର୍ଟିର ନେତା ଜବଦୀଶ ମାଲି(୩୫) ଓ ତାଙ୍କ ପତ୍ନୀଙ୍କ ପ୍ରେମିକ ଦିଲ୍ଲୀପଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଦିଲ୍ଲୀପ ନିଜ ପାଖରେ ରଖିଥିବା ବନ୍ଧୁକରେ ଜଗଦୀଶଙ୍କ ଉପରକୁ ଗୁଳି କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସ୍ଥାନୀୟ ଏସ୍ପି ଯମୁନା ପ୍ରସାଦ କହିଛନ୍ତି।
ଜଗଦୀଶଙ୍କ ଭାଇ ଏନେଇ ଅଭିଯୋଗ କରିବା ପରେ ପୁଲିସ୍ ଦିଲ୍ଲୀ ଓ ନିହତ ନେତା ଜଗଦୀଶଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଛି।
ପୁଲିସ୍ ଜଗଦୀଶଙ୍କ ପତ୍ନୀଙ୍କୁ ଗିରଫ କରିଥିବା ବେଳେ ଏଯାଏ ଦିଲ୍ଲୀପଙ୍କୁ ଠାବ କରିପାରିନାହିଁ।
from Odisha Reporter https://ift.tt/2MBcXgd
No comments:
Post a Comment