ସ୍ମୃତି ମନେପଡ଼ିଲା, କାନ୍ଦି ପକାଇଲେ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ସ୍ମୃତି ମନେପଡ଼ିଲା, କାନ୍ଦି ପକାଇଲେ କେନ୍ଦ୍ରମନ୍ତ୍ରୀ

b7

ନୂଆଦିଲ୍ଲୀ: ନିକଟରେ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଆଖିରେ ଲୁହ ଦେଖିବାକୁ ମିଛି। ତେବେ ଇରାନୀଙ୍କର ଏହି କାନ୍ଦିବା ପଛର କାରଣ ହେଉଛି, ଦୀର୍ଘ ୩୫ ବର୍ଷ ପରେ ଗୁରୁଗ୍ରାମରେ ଥିବା ନିଜର ପୁରୁଣା ଘରକୁ ଯାଇଥିବାବେଳେ ସେଠାରେ ସେ କାଟିଥିବା ଅତୀତକୁ ମନେ ପକାଇ ଭାବପ୍ରବଣ ହୋଇ ପଡ଼ିଥିଲେ।

ଏହି ଭିଡିଓଟିକୁ ସ୍ମୃତି ନିଜ ଟ୍ୱିଟର୍‌ ଆକାଉଣ୍ଟ୍‌ରେ ଶେୟାର୍‌ କରିଛନ୍ତି। ଟ୍ୱିଟର୍ ଆକାଉଣ୍ଟ୍‌ରେ ସେ ଏହି ଭିଡିଓଟିକୁ ‘ହୋମ୍‌’ କ୍ୟାପସନ୍‌ ଦେଇ ଶେୟାର୍‌ କରିଛନ୍ତି। ଭିଡିଓରେ ସେ ଗୁରୁଗ୍ରାମର ପୁରୁଣା ଗଳି ଏବଂ ତାଙ୍କ ପୁରୁଣା ଘରେ ବୁଲୁଥିବାର ଦେଖିବାକୁ ମିଳିଛି। ସ୍ମୃତିଙ୍କ ପିଲାଦିନ ଏହିଠାରେ ହିଁ କଟିଥିଲା।

ନିଜର ସେହି ପୁରୁଣା ସ୍ଥାନକୁ ଦେଖିବା ପରେ ଅତୀତକୁ ମନେ ପକାଇ ସ୍ମୃତିଙ୍କ ଆଖିରେ ଲୁହ ଆସିଯାଇଥିଲା। ଯେଉଁଠାରେ ସେ ପୂର୍ବରୁ ରହୁଥିଲେ, ସେଠାରେ ଏବେ ସବୁକିଛି ପରିବର୍ତ୍ତନ ହୋଇସାରିଛି।

ଯେଉଁଠି ତାଙ୍କର ଘର ଥିଲା, ସେଠାରେ ଅନ୍ୟ କିଛି ତିଆରି ହୋଇଛି। ଘର ଭିତରକୁ ଯିବା ପରେ ଅତୀତର ସ୍ମୃତିକୁ ମନେ ପକାଇ ସେଠାରେ କେନ୍ଦ୍ର ମନ୍ତ୍ରୀ ଇରାନୀ ନିଜ କୋହକୁ ସମ୍ଭାଳି ପାରିନଥିଲେ। ତାଙ୍କ ଶୋଇବା ଘର ଏବଂ ରୋଷେଇ ଘର ବଦଳି ଯାଇଥିବାର ଦେଖି ସେ କାନ୍ଦିବା ଆରମ୍ଭ କରିଥିଲେ।

smritiiraniଏହାପରେ ନିଜ ପିଲାଦିନ କଟିଥିବା ଗଳିରେ ସ୍ମୃତି ବୁଲୁଥିବାର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି। ଏପରକି ଦୀର୍ଘ ୩୫ ବର୍ଷ ପରେ ଘର ଓ ଗଳିକୁ ଆସିଥିବାବେଳେ ସ୍ମୃତି ସେହି ଦୋକାନକୁ ଯାଇଥିଲେ, ଯେଉଁଠାରେ ସେ ପିଲାଦିନେ କଣ୍ଢେଇ ସବୁକୁ ଦେଖିବାକୁ ଯାଉଥିଲେ, କିନ୍ତୁ ଟଙ୍କା ନଥିବାରୁ ସେଗୁଡ଼ିକ କିଣି ପାରୁନଥିଲେ। ଭିଡିଓରେ ସେହି ଦୋକାନର ବୁଢ଼ା ମାଲିକକୁ ସ୍ମୃତି କହୁଛନ୍ତି, “ଆପଣ ଏବେ ମୋତେ ସେ କଣ୍ଢେଇଟିକୁ ଦେଇଦିଅନ୍ତୁ। ବର୍ତ୍ତମାନ ମୋ ପାଖରେ ୧୩୦ ଟଙ୍କା ଅଛି, ଯାହା ନଥିବାରୁ ମୁଁ ପିଲାଦିନେ ସେହି କଣ୍ଢେଇ କିଣି ପାରୁନଥିଲି।“

କେବଳ ଏତିକି ନୁହେଁ, ନିଜ ପୁରୁଣା ଗଳିରେ ବୁଲି ବୁଲି ସେ ରାସ୍ତାକଡ଼ରେ ଖାଇବାର ମଜା ନେଉଥିବା ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି।

ଅନ୍ୟ ଏକ ଟ୍ୱିଟ୍‌ରେ ସ୍ମୃତି ଇରାନୀ କହିଛନ୍ତି, ଗୁରୁଗ୍ରାମଠାରୁ ମୁମ୍ବାଇ ପର୍ଯ୍ୟନ୍ତ ସମୟ ଏବଂ ଘର ମଧ୍ୟ ବଦଳି ଯାଇଛି। କିନ୍ତୁ ସମ୍ପର୍କ ଏବଂ ସ୍ମୃତି ଆଜି ମଧ୍ୟ ଜୀବିତ ହୋଇ ରହିଛି।
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୂର୍ବରୁ ଷ୍ଟାର୍‌ ପ୍ଲସ୍‌ର ଲୋକପ୍ରିୟ ଧାରାବାହିକ ‘କିଉଁ କି ଶାଶ ଭି କଭି ବହୁ ଥି’ରେ ଅଭିନୟ କରି ସାରିଛନ୍ତି। ଏହି ସିରିଏଲ୍‌ରେ ସେ ତୁଳସୀ ବିରାନି ଚରିତ୍ରରେ ଅଭିନୟ କରିଥିଲେ ଏବଂ ସିରିଏଲ୍‌ର ପ୍ରଯୋଜକ ଥିଲେ ଏକତା କପୁର୍‌।ju3

ସୂଚନା ମିଳିଛି, ସ୍ମୃତି ଇରାନୀଙ୍କର ଏହି ଭିଡିଓ ଏକ ୱେବ୍‌ ସିରିଜ୍‌ ପ୍ରମୋସନ୍‌ର ଅଂଶବିଶେଷ। ପ୍ରଯୋଜିକା ଏକତା କପୁର୍‌ ଖୁବ୍‌ ଶୀଘ୍ର ‘ହୋମ୍‌’ ନାମରେ ୱେବ୍‌ ସିରିଜ୍‌ର ଆରମ୍ଭ କରିବାକୁ ଯାଉଛନ୍ତି। ଏହାର ପ୍ରମୋସନ୍‌ ପାଇଁ ସ୍ମୃତି ନିଜର ପୁରୁଣା ଘରର ‘ସ୍ମୃତି’କୁ ସୋଶାଲ ମିଡିଆରେ ଶେୟାର୍‌ କରିଛନ୍ତି। ସୂଚନା ଅନୁସାରେ, ଏହି ନୂଆ ୱେବ୍‌ ସିରିଜ୍‌ Alt balaji digital appରେ ୨୧ ସେପ୍ଟେମ୍ୱରରେ ରିଲିଜ୍‌ ହେବାକୁ ଯାଉଛି।



from Odisha Reporter https://ift.tt/2MDM3UY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages