‘ସୁନ୍ଦରୀ’ କାଣ୍ଡର ଅନ୍ତ କେବେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

‘ସୁନ୍ଦରୀ’ କାଣ୍ଡର ଅନ୍ତ କେବେ?

ଅନୁଗୋଳ (ବିରଜା ଦାସ): ‘ସୁନ୍ଦରୀ’ କାଣ୍ଡ ଥମିବାର ନାଁ ଧରୁନି। ଗତକାଲି ‘ସୁନ୍ଦରୀ’ ଆଠମଲ୍ଲିକ ବନଖଣ୍ଡ ଧଣ୍ଡାଟୋପା ରେଞ୍ଜ ବିପ୍ରଡିହ ଗାଁରେ ପଶି ଗାଈ ଓ ବାଛୁରୀ ଖାଇଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଗାଁରେ ଏବେ ସୁଦ୍ଧା ଉତ୍ତେଜନା ପ୍ରକାଶ ପାଇଥିଲା। ସୁରକ୍ଷା ଦୃଷ୍ଟିରୁ ରାତିରେ ରେଞ୍ଜର୍ ଓ ପୁଲିସ ଗାଁରେ ପହଞ୍ଚ ସ୍ଥିତି ଯାଞ୍ଚ କରିଥିଲେ।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ‘ସୁନ୍ଦରୀ’ ଆଠମଲ୍ଲିକ ବନଖଣ୍ଡର ଘଞ୍ଚ ଜଙ୍ଗଲରେ ଘୂରି ବୁଲୁଛି। ଆଉ ସୁଯୋଗ ଦେଖି ଗ୍ରାମାଞ୍ଚଳରେ ପ୍ରବେଶ କରି ଶିକାର କରୁଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ସୁରକ୍ଷା ଦୃଷ୍ଟିରୁ ଲୋକେ ମାରଣାସ୍ତ୍ର ଧରି ବୁଲୁଥିବା କୁହାଯାଉଛି।

ତେବେ ‘ସୁନ୍ଦରୀ’ ସଂପର୍କରେ ଅତିରିକ୍ତ PCCF ସୁଦର୍ଶନ ପଣ୍ଡା କହିଛନ୍ତି-“ସୁନ୍ଦରୀର ଗତିବିଧି ଉପରେ ନଜର ରଖିବାକୁ ୨ଟି ଟିମ୍ ଗଠିତ ହୋଇଛି। ଏଥିରେ ୧୦ ଜଣ କ୍ଷେତ୍ର କର୍ମଚାରୀ ଓ ପୁଲିସ ଅଛନ୍ତି। ଏବେ ‘ସୁନ୍ଦରୀ’ ଆଠମଲ୍ଲିକ ବନଖଣ୍ଡର ଘଞ୍ଚ ଜଙ୍ଗଲରେ ବୁଲୁଛି। WCCB ଓ NTCA ଅଧିକାରୀମାନେ ସାତକୋଶିଆ ଆସୁଛନ୍ତି। ଗୋଟିଏ ଘଟଣା ପାଇଁ ପ୍ରକଳ୍ପ ବନ୍ଦ ହେବ ନାହିଁ। ବାଘ ସଂରକ୍ଷଣ ଓ ସ୍ଥାନାନ୍ତରଣ ପ୍ରକଳ୍ପ ଜାରି ରହିବ। ‘ସୁନ୍ଦରୀ’ର ଗତିବିଧି ଓ ଆଚରଣ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।”

ବାଘବଂଶ ବୃଦ୍ଧି ପାଇଁ ପ୍ରଥମେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ବାଘ ‘ମହାବୀର’କୁ ଅଣାଯାଇଥିଲା। ପରେ ବାନ୍ଧବଗଡ଼ ଅଭୟାରଣ୍ୟରୁ ‘ସୁନ୍ଦରୀ’କୁ ଅଣାଯାଇଥିଲା। ବାଘ ଓ ବାଘୁଣୀ ଆସିବା ପରେ ବନ ବିଭାଗ ଭାବିଥିଲା ଉଭୟ ସାଥୀ ହୋଇ ବୁଲିବେ। ମାତ୍ର ଫଳ ଓଲଟା ହେଲା। ପୂର୍ବରୁ ସାତକୋଶିଆରେ ଥିବା ବାଘୁଣୀମାନେ ବାଘ ‘ମହାବୀର’ ପ୍ରତି ଆକୃଷ୍ଟ ହୋଇଥିଲେ। ଯାହା ପୂର୍ବରୁ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ହୁଏତ ‘ସୁନ୍ଦରୀ’ ଆପେ ଆପେ ଦୂରେଇ ଯାଇଥିବା ବା ସେମାନେ ‘ସୁନ୍ଦରୀ’କୁ ଘଉଡ଼ାଇ ଦେଇଥିବା ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ବାନ୍ଧବଗଡ଼ ଅଭୟାରଣ୍ୟରେ ମାଆ ସହ ବିଚରଣ କରୁଥିଲା ‘ସୁନ୍ଦରୀ’। ଜଙ୍ଗଲ ଭିତରେ କେବେ ଏକାକୀ ଶିକାର କରିନଥିଲା। ତେବେ ସାତକୋଶିଆକୁ ଆସିବା ପରେ ‘ସୁନ୍ଦରୀ’ ନିଜେ ଶିକାର କରିବାରେ ବିଫଳ ହେଉଛି କି? ଏପରି ଅନେକ ପ୍ରଶ୍ନ ଏବେ ପରିବେଶବିତଙ୍କୁ ଚିନ୍ତାରେ ପକାଇ ଦେଇଛି।

ତିନି ଦିନ ତଳେ ଜଣେ ମହିଳାଙ୍କୁ ମୃତ୍ୟୁ ହୋଇଥିଲା। ‘ସୁନ୍ଦରୀ’ ସମ୍ପୃକ୍ତ ମହିଳାଙ୍କୁ ଟାଣିନେଇ ମାରିଦେଇଥିବା ଅଭିଯୋଗ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଏପରିକି ବନ ବିଭାଗର ବିଟ ହାଉସ ପୋଡ଼ାଜଳା ମଧ୍ୟ କରିଥିଲେ। ଶେଷରେ ପ୍ରଶାସନଠାରୁ ସୁନ୍ଦରୀର ସ୍ଥାନାନ୍ତରଣର ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

କିନ୍ତୁ ଏବେ ‘ସୁନ୍ଦରୀ’ର ସ୍ଥାନାନ୍ତରଣ ନେଇ ଦ୍ଵନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ତାକୁ ସାତକୋଶିଆରୁ ଅନ୍ୟତ୍ର ନିଆଯିବ କି ନାହିଁ ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳୁନାହିଁ । ତେଣୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିତରେ ଏବେ ବି ‘ସୁନ୍ଦରୀ’ ଆତଙ୍କ ଜାରି ରହିଛି।



from Odisha Reporter https://ift.tt/2pgjvrn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages