
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ସୋଶାଲ୍ ମିଡିଆରେ ଏବେ ଏକ ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ବଲିଉଡ୍ର କିଛି ଟପ୍ ରେଟେଡ୍ ଷ୍ଟାରଙ୍କୁ ଗୋଟିଏ ଫ୍ରେମ୍ରେ ଏକାଠି ଦେଖିବାକୁ ମିଳିଛି। ‘କିଙ୍ଗ୍ ଖାନ୍’ ଶାହାରୁଖ୍, ମିଷ୍ଟର ପରଫେକ୍ସନିଷ୍ଟ୍ ଆମୀର ଖାନ୍, ରଣବୀର କପୁର, ରଣଭୀର ସିଂହ, ସୁନ୍ଦରୀ ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋନଙ୍କ ସହ କରଣ ଜୋହର୍ ଗୋଟିଏ ଫ୍ରେମ୍ରେ ନଜର ଆସିଛନ୍ତି।
ଫଟୋଟିକୁ କରନ୍ ଜୋହର୍ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି “ଦ ବିଗେଷ୍ଟ୍ ବ୍ଲକ୍ବଷ୍ଟର୍ ଏଭର୍”। କରନ୍ ଏହି ଫଟୋକୁ ପୋଷ୍ଟ୍ କରିବାର ମାତ୍ର ୮ ଘଣ୍ଟା ମଧ୍ୟରେ ଏହାକୁ ୪ ଲକ୍ଷ ଲାଇକ୍ ମିଳିଛି। ପ୍ରେମିକ ରଣଭୀରଙ୍କ ସହ ଦୀପିକା ଏବଂ ରଣବୀରଙ୍କ ସହ ଆଲିଆଙ୍କୁ ଗୋଟିଏ ଫ୍ରେମ୍ରେ ଦେଖି ଉଭୟ ଯୋଡ଼ିଙ୍କ ଫ୍ୟାନ୍ମାନେ ମଧ୍ୟ ବେଶ୍ ଖୁସ୍।
ସୂଚନାଯୋଗ୍ୟ, ରଣବୀର କପୁର ଅନ୍ୟ ସମସ୍ତଙ୍କୁ ନିଜ ଘରକୁ ବୁଧବାର ନିମନ୍ତ୍ରଣ କରିଥିଲେ। । ଆଉ ବୁଧବାର ରାତିରେ ଏ ସମସ୍ତ ଷ୍ଟାର ଏକାଠି ହୋଇ ଏହି ଗ୍ରୁପ୍ ଫଟୋ ଉଠାଇଥିଲେ। ରଣବୀରଙ୍କ ଘରୁ ଫେରିବା ବେଳେ ମଧ୍ୟ ବଲିଉଡ୍ର ଏହି ନାମୀ ଦାମୀ ବ୍ୟକ୍ତିତ୍ୱମାନେ ସାମ୍ବାଦିକଙ୍କ କ୍ୟାମେରାରେ କଏଦ ହୋଇଥିଲେ।
from Odisha Reporter https://ift.tt/2OTgGHH
No comments:
Post a Comment