ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ: କୋର୍ଟ ଅଚଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ: କୋର୍ଟ ଅଚଳ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ। ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଅଧିକାଂଶ ଜିଲ୍ଲାରେ କୋର୍ଟ କାର୍ଯ୍ୟ ଠପ୍‌। ନା ମିଳୁଛି ଆଇନ୍‌ସେବା ନା ବିଚାର ହୋଇପାରୁଛି କୌଣସି ମାମଲା। ହାଇକୋର୍ଟ ଆଇନ୍‌ଜୀବୀଙ୍କୁ ପୋଲିସର ମାଡ଼ ଅଭିଯୋଗ ହେଉ କିମ୍ବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ହେଉ ଆଇନଜୀବୀମାନେ ଜିଦ୍‌ରେ ଅଟଳ ଥିବାରୁ ଦୀର୍ଘ ଦିନ ହେଲାଣି ଅଧିକାଂଶ କୋର୍ଟ ବନ୍ଦ ରହିଛି ।

ଫଳରେ ଆଇନ୍‌ସେବା ନପାଇ ଲୋକେ ନାହିଁନଥିବା ସମସ୍ୟା ଭୋଗୁଥିବାବେଳେ ସ୍ଥିତିକୁ ନେଇ ଗୃହ ବାହାରେ ଏବଂ ଭିତରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ। ସେପଟେ ଡିଆଇଜି ପାହ୍ୟାର ଜଣେ ପୋଲିସ ଅଧିକାରୀଙ୍କ ଦ୍ୱାରା କଟକରେ ଆଇନ୍‌ଜୀବୀଙ୍କୁ ମାଡ଼ ଘଟଣାର ତଦନ୍ତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୮ ତାରିଖରେ ହାଇକୋର୍ଟର ଜଣେ ଆଇନ୍‌ଜୀବୀଙ୍କୁ ପୋଲିସ୍‌ର ମାଡ଼ ଅଭିଯୋଗ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି ହାଇକୋର୍ଟ ବାର୍ ଆସୋସିଏସନ୍। ସଂଘର କେବଳ ଗୋଟିଏ ଦାବି ତୁରନ୍ତ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଉ। ଆଉ ଏହି ଦାବିକୁ ସମର୍ଥନ ଜଣାଇ ରାଜ୍ୟର ପ୍ରାୟ ୧୬୪ଟି ଓକିଲ ସଂଘ ମଧ୍ୟ ଜାରି ରଖିଛନ୍ତି ଆନ୍ଦୋଳନ।

ଆଉ ଏପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ସ୍ଥାପନ ଦାବିରେ ଧାରଣା ଏବଂ ବିକ୍ଷୋଭ ପରେ ୧୦ ଦିନିଆ  କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟି । ଫଳରେ ସମ୍ବଲପୁର ଜିଲ୍ଲା ସମେତ ଅନ୍ୟାନ୍ୟ ସ୍ଥାନରେ କୋର୍ଟ କାର୍ଯ୍ୟ ବନ୍ଦ ରହିଛି । ଏପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ରାଜ୍ୟରେ ବିଚାର ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଲାଣି ।

ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ।  ସେହିପରି ବିଜେପି ବିଧାୟକ ଦଳ ନେତା କେଭି ସିଂଦେଓ କହିଛନ୍ତି, କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ପୂର୍ଣ୍ଣାଙ୍ଗ ବିଧି ବ୍ୟବସ୍ଥା ସହ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦେଇଥିଲେ ବି ଏଯାଏଁ ରାଜ୍ୟ ସରକାର ଚୁପ୍ ରହିଛନ୍ତି । ସରକାର ଜଷ୍ଟିସ ସି.ଆର. ପାଲଙ୍କ ରିପୋର୍ଟ ବିଧାନସଭାରେ ପ୍ରକାଶ କରନ୍ତୁ ବୋଲି ଦାବି କରିଛନ୍ତି।

 



from Odisha Reporter https://ift.tt/2xmFpxp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages