ଫୋନ୍‌ ଆସିଲା, କିନ୍ତୁ ନିଆଁ ଲିଭାଇବାକୁ ଗଲେନି ଅଗ୍ନିଶମ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଫୋନ୍‌ ଆସିଲା, କିନ୍ତୁ ନିଆଁ ଲିଭାଇବାକୁ ଗଲେନି ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମରିଗଲା ମାନବିକତା। ନିଆଁ ଲାଗିଥିବା ଖବର ପାଇ ସୁଦ୍ଧା ଗଲେନି ଅଗ୍ନିଶମ କର୍ମଚାରୀ। ଏପରିକି କୂଅରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ମଧ୍ୟ ଗଲେ ନାହିଁ। ଆଜି ଏପରି ଦୁଇଟି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଶ୍ରୀରାମପୁର ଗାଁର ସୋମବାର ରାତିଅଧରେ ନିଆଁ ଲାଗିଥିଲା। ଗାଁ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ଅଫିସ୍‌ ଫୋନ୍‌ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ଫୋନ୍‌ ରିସିଭ୍‌ ମଧ୍ୟ କରିଥିଲେ। ମାତ୍ର ଆନ୍ଦୋଳନ ଚାଲିଥିବାରୁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳ ଯିବାକୁ ରୋକଠୋକ୍ ମନା କରିଦେଇଥିଲେ। ଫଳରେ ନିଆଁର ଆଁକୁ ଚାଲିଗଲା ୫ ବଖରା। ଜଳିଗଲା ସେଥିରେ ଥିବା ସବୁ ଧନସମ୍ପତ୍ତି।

ଠିକ୍‌ ସେମିତି ଆନ୍ଦୋଳନ ନାଁରେ ମାନବିକତାକୁ ଜଳାଞ୍ଜଳି ଦେବାର ଆଉ ଏକ ହୃଦୟ ବିଦାରକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ାର ଡାକୋଇ ଗାଁରେ। ଏକ ୩ ବର୍ଷର ଶିଶୁ କୂଅରେ ପଡ଼ିଯାଇଥିବା ସମ୍ପର୍କରେ ଅଗ୍ନିଶମ କର୍ମଚାରୀଙ୍କୁ ପରିବାର ଲୋକେ ଖବର ଦେଇଥିଲେ। ମାତ୍ର ଉଦ୍ଧାର ପାଇଁ ସେମାନେ ଆସିନଥିଲେ। ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ପିଲାଟିକୁ ଉଦ୍ଧାର କରିଥିଲେ। ସେତେବେଳକୁ ସବୁ ସରି ଯାଇଥିଲା। ଉଦ୍ଧାରରେ ବିଳମ୍ବ ଯୋଗୁ ପିଲାଟିର ପ୍ରାଣବାୟୁ ଉଡ଼ିଯାଇଥିଲା।

ଓଡ଼ିଶା ପୁଲିସ କର୍ମଚାରୀଙ୍କ ଭଳି ସମାନ ଦରମା ଓ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ଭଳି ୬ ଦଫା ଦାବିରେ ଦ୍ୱିତୀୟ ଦିନରେ ପହଞ୍ଚିଛି ଅଗ୍ନିଶମ କର୍ମଚାରୀ ସଂଘର ଆନ୍ଦୋଳନ। ରାଜ୍ୟର ସବୁ ସ୍ଥାନରେ ଠପ୍ ହୋଇଛି ଫାୟାର ସର୍ଭିସ୍।

ତେବେ ମୁଖ୍ୟ ଆଗ୍ନିକ ସୁକାନ୍ତ କୁମାର ସେଠୀ କହିଛନ୍ତି-“ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଚାଲିଛି। ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି।”

ବୈଜୟନ୍ତଙ୍କ କଡ଼ା ପ୍ରତିକ୍ରିୟା

ଏପଟେ ଅଗ୍ନିଶମ କର୍ମଚାରୀଙ୍କ ଅବହେଳାରୁ ନୟାଗଡ଼ରେ ୫ ପରିବାର ସର୍ବସ୍ୱାନ୍ତ ହେବା ଘଟଣାରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଟ୍ୱିଟ୍‌ରେ ଲେଖିଛନ୍ତି-“ଯଦି ଅଭିଯୋଗ ସତ ହୋଇଥାଏ ତେବେ, ଏଭଳି କର୍ମଚାରୀଙ୍କୁ ନିଲମ୍ବନ ନୁହେଁ, ବହିଷ୍କାର କରାଯିବା ଉଚିତ। ସେହିଭଳି ରାଜ୍ୟ ସରକାର ଆନ୍ଦୋଳନକୁ ଏସମା ବଳରେ କାହିଁକି ବେଆଇନ ଘୋଷଣା କଲେନି ଓ ଘଟଣା ପାଇଁ ଦାୟୀ କିଏ” ବୋଲି ପ୍ରଶ୍ନ କରିଛନ୍ତି।



from Odisha Reporter https://ift.tt/2xDbP6R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages