ଓକିଲ-ଶିକ୍ଷକ-କର୍ମଚାରୀ ଆନ୍ଦୋଳନ ପ୍ରସଙ୍ଗ: ନବୀନଙ୍କୁ ନିରଞ୍ଜନଙ୍କ ସମାଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଓକିଲ-ଶିକ୍ଷକ-କର୍ମଚାରୀ ଆନ୍ଦୋଳନ ପ୍ରସଙ୍ଗ: ନବୀନଙ୍କୁ ନିରଞ୍ଜନଙ୍କ ସମାଲୋଚନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଓକିଲ, ଶିକ୍ଷକ ଓ ସରକାରୀ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ଜାରି ରହିଥିବା ଅଚଳାବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବର୍ଷିଛନ୍ତି।

ଦଳୀୟ ରାଜନୀତିକ କାର୍ଯ୍ୟରେ ଅତ୍ୟଧିକ ବ୍ୟସ୍ତଥିବା ଯୋଗୁ ରାଜ୍ୟର ଲୋକମାନେ କିଭଳି ପ୍ରଶାସନିକ ଓ ନ୍ୟାୟପାଳିକା ସେବାରୁ ବଞ୍ଚିତ ହେଉଛନ୍ତି ତାହା ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିପାରୁନି ବୋଲି ନିରଞ୍ଜନ କଟାକ୍ଷ କରିଛନ୍ତି।

ସେ କହିଛନ୍ତି ଯେ ୨୫ଦିନ ହେଲା ହାଇକୋର୍ଟ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ୩୯ଦିନ ହେଲା ବିଭାଗୀୟ ମୁଖ୍ୟ ଦପ୍ତର ଅଚଳ ହୋଇ ରହିଛି। ସ୍କୁଲଗୁଡ଼ିକରେ ଶିକ୍ଷାଦାନ ଠପ୍ ହୋଇ ରହିଛି।ଏସବୁ ସମାଧାନ ଦିଗରେ ସରକାର ଆନ୍ତରିକତା ଦେଖାଉନଥିବାରୁ ସାଧାରଣ ଲୋକଙ୍କୁ ବିଭିନ୍ନ ସେବା ପାଇଁ ବ୍ୟାପକ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଓକିଲଙ୍କୁ ପୁଲିସ ମାଡ଼ ମାରିବା ଅଭିଯୋଗରେ ଚାଲିଥିବା ଓକିଲଙ୍କ ଆନ୍ଦୋଳନର ସମାଧାନ କରିବା ଦିଗରେ ସରକାର ପଦକ୍ଷେପ ନେଉନାହାନ୍ତି। ସମସ୍ତ ବାର୍ ଆସୋସିଏସନ୍ ଆନ୍ଦୋଳନକୁ ଓହ୍ଲାଇଥିବାରୁ ସାଧାରଣ ଲୋକଙ୍କୁ ଆଇନ ସେବାରୁ ବଞ୍ଚିତ ହେବାକୁ ପଡ଼ିଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ପଶ୍ଚିମ ଓଡ଼ିଶାରେ ମାସାଧିକ ସମୟ ଧରି ଆନ୍ଦୋଳନ ଚାଲିଛି।

ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ନିରଞ୍ଜନ କହିଛନ୍ତି ଯେ ନବୀନବାବୁ କେବଳ ବିଜେଡିର ସଭାପତି ନୁହନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ। ନିର୍ବାଚନୀ ରାଜନୀତି ପାଇଁ ସେ ବ୍ୟସ୍ତ ରୁହନ୍ତୁ, କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନୈତିକ,ରାଜନୀତିକ ଓ ପ୍ରଶାସନିକ ଉତ୍ତରଦାୟିତ୍ୱ ତୁଲାଇ ଓକିଲଙ୍କ ଆନ୍ଦୋଳନ ସମେତ ଅନ୍ୟାନ୍ୟ ସମସ୍ୟାର କିଭଳି ଶୀଘ୍ର ସମାଧାନ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ନିରଞ୍ଜନ ଦାବି କରିଛନ୍ତି।

ସେହିପରି ଶିକ୍ଷକ-ଅଧ୍ୟାପକଙ୍କ ଦୀର୍ଘବର୍ଷର ଦାବି ପୂରଣ ଦିଗରେ ସରକାରଙ୍କ ଆନ୍ତରିକତା ନଥିବାରୁ ସ୍କୁଲ,କଲେଜରେ ପାଠପଢ଼ା ଏକପ୍ରକାର ଠପ୍ ହୋଇପଡ଼ିଛି। ଆଜକୁ ୩୯ଦିନ ଧରି ରାଜ୍ୟ ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀ ଓ ଜିଲ୍ଲା କର୍ମଚାରୀମାନଙ୍କ ଆନ୍ଦୋଳନ ଯୋଗୁ ସରକାରୀ କାର୍ଯ୍ୟ ବସ୍ତୁତଃ ସମ୍ପୂର୍ଣ୍ଣ ସ୍ଥାଣୁ ଅବସ୍ଥାକୁ ଆସିଯାଇଛି।

ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ଶୀଘ୍ର ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବରିଷ୍ଠ ପ୍ରଶାସନିକ ସହଯୋଗୀମାନେ ପଦକ୍ଷେପ ନେବେ ବୋଲି କଂଗ୍ରେସ ଆଶା କରିଥିଲା।କିନ୍ତୁ ଯାହା ଜଣାପଡ଼ୁଛି, ରାଜ୍ୟର କୋଟି କୋଟି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାର ସମାଧାନ ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କ ଆଦୌ ପ୍ରାଥମିକତା ନୁହେଁ। ତେଣୁ ବାଧ୍ୟହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟରେ କଂଗ୍ରେସ ଏସବୁ ଜ୍ୱଳନ୍ତ ଦାବିଗୁଡ଼ିକର ସମାଧାନ ପାଇଁ ନିବେଦନ କରୁଛି।

ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ନିରଞ୍ଜନ କହିଛନ୍ତି ଯେ ନବୀନବାବୁ କେବଳ ବିଜେଡିର ସଭାପତି ନୁହନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ। ନିର୍ବାଚନୀ ରାଜନୀତି ପାଇଁ ସେ ବ୍ୟସ୍ତ ରୁହନ୍ତୁ, କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନୈତିକ,ରାଜନୀତିକ ଓ ପ୍ରଶାସନିକ ଉତ୍ତରଦାୟିତ୍ୱ ତୁଲାଇ ଓକିଲଙ୍କ ଆନ୍ଦୋଳନ ସମେତ ଅନ୍ୟାନ୍ୟ ସମସ୍ୟାର କିଭଳି ଶୀଘ୍ର ସମାଧାନ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ନିରଞ୍ଜନ ଦାବି କରିଛନ୍ତି।



from Odisha Reporter https://ift.tt/2xB2lcy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages