
ନୂଆଦିଲ୍ଲୀ: ବନ୍ଦ ଓ ବିକ୍ଷୋଭ ସତ୍ତ୍ୱେ ତୈଳଦର କମିବାର ନାଁ ଧରୁନି। ଆଜି ପ୍ରଥମଥର ପାଇଁ ଦିଲ୍ଲୀରେ ପେଟ୍ରୋଲର ଲିଟର୍ ପିଛା ଦର ୮୦ ଟଙ୍କା ଡେଇଁଛି। ମଙ୍ଗଳବାର ତୈଳଦର ୧୪ ପଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର୍ ପିଛା ଦର ୮୦.୮୭ ଟଙ୍କା ହୋଇଥିବା ବେଳେ ଡିଜେଲ୍ର ଲିଟର ପିଛା ଦର ୭୨.୯୭ ଟଙ୍କା ହୋଇଛି।
ସେହିପରି ମୁମ୍ବାଇରେ ପେଟ୍ରୋଲର ଲିଟର୍ ପିଛାଦର ୧୪ ପଇସା ବଢ଼ିଥିବା ବେଳେ ଡିଜେଲ୍ର ଲିଟର୍ ପିଛା ୧୫ ପଇସା ମହଙ୍ଗା ହୋଇଛି। ଏହାପରେ ପେଟ୍ରୋଲର୍ ଲିଟର ପିଛା ଦର ୮୮.୨୬ ଟଙ୍କା ହୋଇଥିବା ବେଳେ ଡିଜେଲ୍ର ଲିଟର୍ ୭୭.୪୭ ଟଙ୍କା ହୋଇଛି।
ଚେନ୍ନାଇରେ ପେଟ୍ରୋଲର୍ ଲିଟର୍ ପିଛା ଦର ୮୪.୦୫ ଟଙ୍କା ହୋଇଥିବା ବେଳେ କୋଲକାତାରେ ଏହା ୮୩.୭୫ ଟଙ୍କା ରହିଛି। ଏହି ଦୁଇ ସହରରେ ପେଟ୍ରୋଲର ଲିଟର୍ ପିଛା ଦର ୧୪ ପଇସା ବଢ଼ିଛି। ଚେନ୍ନାଇରେ ଡିଜେଲ୍ର ଲିଟର୍ ୧୫ ପଇସା ମହଙ୍ଗା ହୋଇଥିବା ବେଳେ କୋଲକାତାରେ ଏହା ୧୪ ପଇସା ବଢିଛି।
ଅନ୍ୟପକ୍ଷରେ କେନ୍ଦ୍ର ସରକାର ତୈଳଦର ଉପରେ ବସାଇଥିବା ଉତ୍ପାଦ ଶୁଳ୍କକୁ ହ୍ରାସ କରିବାକୁ ମନା କରିଦେଇଥିବାରୁ ଏବେ ରାଜ୍ୟ ସରକାରମାନେ ଯଦି ଭ୍ୟାଟ୍ ହ୍ରାସ ନ କରନ୍ତି, ତା’ହେଲେ ନିକଟ ଭବିଷ୍ୟତରେ ପେଟ୍ରୋଲ ଓ ଡିଜେଲ୍ ଦରରେ ହ୍ରାସ ଘଟିବାର ସମ୍ଭାବନା ନାହିଁ ବୋଲି କୁହାଯାଉଛି।
from Odisha Reporter https://ift.tt/2p4CVzn
No comments:
Post a Comment