ବିଜେଡିର ଜିଲ୍ଲାୱାରି ସମୀକ୍ଷା: ବଲାଙ୍ଗିର-ସୋନପୁର ସଂଗଠନ ପ୍ରସଙ୍ଗରେ ବିଚାରବିମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ବିଜେଡିର ଜିଲ୍ଲାୱାରି ସମୀକ୍ଷା: ବଲାଙ୍ଗିର-ସୋନପୁର ସଂଗଠନ ପ୍ରସଙ୍ଗରେ ବିଚାରବିମର୍ଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ବିଜେଡିର ଜିଲ୍ଲାୱାରି ସମୀକ୍ଷା ଆଜିଠୁ ନବୀନ ନିବାସରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବଲାଙ୍ଗିର ଓ ସୋନପୁର ଜିଲ୍ଲାର ଦଳୀୟ ସଂଗଠନର ସ୍ଥିତାବସ୍ଥା ଉପରେ ସମୀକ୍ଷା ହୋଇଛି।

ତେବେ ପ୍ରାୟ ଦେଢ଼ଘଣ୍ଟା ଧରି ଏହି ଦୁଇ ଜିଲ୍ଲାର ବିଧାୟକ, ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ସଂଗଠନ ପ୍ରସଙ୍ଗରେ ବିଚାରବିମର୍ଶ ହୋଇଥିଲେ ମଧ୍ୟ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଉପସ୍ଥିତ ନେତାମାନଙ୍କୁ ମୁହଁ ଦେଖାଇ ପଳାଇଥିବା ଜଣାପଡ଼ିଛି।

ଏପରିକି ଦୁଇ ଜିଲ୍ଲାର ନେତାଙ୍କ ପାଖରେ ଦଳର ସୁପ୍ରିମୋ ୨ ମିନିଟ ବି ରହିନଥିବା ସୂଚନା ମିଳିଛି।

ନବୀନ ନିବାସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ହ୍ୱାଟସଅପ୍ ଗ୍ରୁପ୍, ୱାର୍ଡ କମିଟି ଗଠନ ଓ ହାଉସ୍ ଟ୍ୟାଂଗିଗର ଅଗ୍ରଗତିର ସମୀକ୍ଷା ନିମନ୍ତେ ଆଜି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସୋନପୁର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବରିଷ୍ଠ ପଦ୍ମନାଭ ବେହେରାଙ୍କ ସମେତ ବଲାଙ୍ଗିର ଜିଲ୍ଲାରୁ ବିଧାୟକ ଯୋଗେନ୍ଦ୍ର ବେହେରା, ଟୁକୁନି ସାହୁ , ଆୟୁବ ଖାନ୍, ଶ୍ରୀମୟୀ ମିଶ୍ର, ଅର୍କେଶ ସିଂହଦେଓ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ସୂର୍ଯ୍ୟନାରାୟଣ ପାତ୍ର ସାମିଲ ହୋଇଥିଲେ।

ତେବେ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଦଳରେ ନୂତନ ଭାବେ ସାମିଲ ହୋଇଥିବା ପୂର୍ବତନ ଏଜି ଅମର ପଟ୍ଟନାୟକ ବିଭିନ୍ନ ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିଥିଲେ।ଏହା ସହିତ ଦଳର ହ୍ୱାଟସଅପ୍ ଗ୍ରୁପ୍ ସମ୍ପର୍କରେ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଚନ୍ଦ୍ରଶେଖର ବେହେରାଙ୍କ ବ୍ୟକ୍ତିଗତ ସଚିବ ରବୀନ୍ଦ୍ର ସେଠୀ(ଓଏଏସ) ନେତାମାନଙ୍କୁ ଜବାବ ତଲବ କରିଥିଲେ।

ବୈଠକରେ ଉପସ୍ଥିତ ଥିବା ବିଜେଡିର  ଜଣେ ବରିଷ୍ଠ ନେତା ଏଭଳି ଢଙ୍ଗରେ ସମୀକ୍ଷାକୁ ନାପସନ୍ଦ କରିବା ସହ ଦଳ ଓ ସଂଗଠନ ସମ୍ପର୍କରେ ସାମାନ୍ୟ ଜ୍ଞାନ ନଥିବା ବ୍ୟକ୍ତିମାନେ ଏବେ ତାଙ୍କୁ ଗୁରୁଜ୍ଞାନ ଦେଉଛନ୍ତି ବୋଲି କଟାକ୍ଷ କରିଛନ୍ତି।ତେବେ ଏହି ବୈଠକରେ ଆଗାମୀ ନିର୍ବାଚନ ପାଇଁ ଟିକେଟ୍ ବଣ୍ଟନ କିମ୍ବା ବାଦ୍ ପଡ଼ିବା ପ୍ରସଙ୍ଗ ଆଲୋଚନା ହୋଇନଥିବା ଜଣାପଡ଼ିଛି।

ଆଜିଠୁ ଆରମ୍ଭ ହୋଇଥିବା ଏହି ଜିଲ୍ଲା ୱାରୀ ସମୀକ୍ଷା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।



from Odisha Reporter https://ift.tt/2O6qSfs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages