ନବଗ୍ରହଙ୍କୁ ଶାନ୍ତ କରିବାର ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ନବଗ୍ରହଙ୍କୁ ଶାନ୍ତ କରିବାର ଉପାୟ

nabagrahpuja

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୃଥିବୀର ପ୍ରତ୍ୟେକ ପ୍ରାଣୀ, ସେ ମଣିଷ ହେଉ କି ପଶୁପକ୍ଷୀ, ଗଛଲତା ଅଥବା ନିର୍ଜୀବ ବସ୍ତୁ- ସମସ୍ତଙ୍କ ଉପରେ ଗ୍ରହର ପ୍ରଭାବ ପଡ଼ିଥାଏ। ଚନ୍ଦ୍ରମାଙ୍କ ରୂପ ବଦଳିଲେ ଯେମିତି ସମୁଦ୍ରରେ ଜୁଆର ବା ଭଟ୍ଟା ଆସିଥାଏ। ଠିକ ସେହିପରି ଗ୍ରହ ଚଳନ ବଦଳିଲେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଦୈବୀ ଦୁର୍ବିପାକ ଆସିଥାଏ। ମଣିଷ ସମେତ ସମସ୍ତଙ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ।

ମଣିଷ ଜୀବନରେ ଯେମିତି କିଛି ବାଧାବିଘ୍ନ ନଆସିବ, ସାରା ଜୀବନ ସୁସ୍ଥ ରହିବେ, ଧନର ଅଭାବ ରହିବ ନାହିଁ, ସେଥିପାଇଁ ନବଗ୍ରହଙ୍କ ପୂଜା କରିବାକୁ ଶାସ୍ତ୍ରରେ କୁହାଯାଇଛି। ଏଥିପାଇଁ କାହାରି ଜୀବନରେ ଯେତେବେଳେ କିଛି ସମସ୍ୟା ଆସିଥାଏ ତାଙ୍କୁ ନବଗ୍ରହଙ୍କୁ ଶାନ୍ତ କରିବାକୁ ପରାମର୍ଶ ଦିଆଯାଇ ଥାଏ।

1କେମିତି କରିବେ ନବଗ୍ରହ ଶାନ୍ତି ପୂଜା

ନବଗ୍ରହ ଶାନ୍ତି ପୂଜା ସେତେବେଳେ କରାଯାଏ ଯେତେବେଳେ ପରିବାର ଉପରେ ସଙ୍କଟ ଆସିଥାଏ, ହେଉଥିବା କାମ ଖରାପ ହୋଇଯାଏ, ଅର୍ଥାଭାବ ଲାଗି ରହେ, ପରିବାରରେ କେହି ନା କେହି ସବୁ ବେଳେ ବେମାର ରହେ। ସେ ସମୟରେ ନବଗ୍ରହଙ୍କୁ ଶାନ୍ତ କରିବାକୁ ଜ୍ୟୋତିଷମାନେ ପରାମର୍ଶ ଦେଇଥାନ୍ତି।

ଏଥିପାଇଁ ପୂଜାପାଠ ଓ ଯଜ୍ଞ କରାଯାଇଥାଏ। ଏଥିରେ ସମସ୍ତ ୯ଟି ଗ୍ରହଙ୍କ ପ୍ରତିନିଧି ଗଛ, ଫୁଲ, ପତ୍ର, ଡାଳ, ଛାଲ ଓ ଚେର ବ୍ୟବହାର କରାଯାଇଥାଏ। ନବଗ୍ରହଙ୍କ ସହ ଜଡ଼ିତ ଅନ୍ନ ଓ ସାମଗ୍ରୀକୁ ଆହୂତି ଦିଆଯାଇଥାଏ। ଅଲଗା ଅଲଗା କାର୍ଯ୍ୟ ପାଇଁ ଅଲଗା ଅଲଗା ସଂଖ୍ୟାରେ ଆହୂତି ଦିଆଯାଇଥାଏ। ଏପରି କରିବା ଦ୍ୱାରା ନବଗ୍ରହ ଶାନ୍ତ ହୋଇଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

2ନବଗ୍ରହ ଯନ୍ତ୍ର ସ୍ଥାପନ

ଘର କିମ୍ବା ପ୍ରତିଷ୍ଠାନରେ ସିଦ୍ଧ ହୋଇଥିବା ନବଗ୍ରହ ଯନ୍ତ୍ର ସ୍ଥାପନ କଲେ ଗ୍ରହପୀଡ଼ାରୁ ମୁକ୍ତି ମିଳିଥାଏ। ବିଶେଷ କରି ବ୍ୟବସାୟରେ ବାରମ୍ବାର କ୍ଷତି ହେଉଥିଲେ, କଠିନ ପରିଶ୍ରମ କରି ମଧ୍ୟ ଚାକିରିରେ ପଦୋନ୍ନତି ହେଉ ନଥିଲେ, କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ ଅଧିକାରୀ ହଇରାଣ କରୁଥିଲେ ନବଗ୍ରହ ଯନ୍ତ୍ର ସ୍ଥାପନ କରନ୍ତୁ।

ପ୍ରତିଦିନ ଏହା ସମ୍ମୁଖରେ ନବଗ୍ରହ ସ୍ତୋତ୍ର କିମ୍ବା ଵୀଜମନ୍ତ୍ର ଜପ କଲେ ପରିସ୍ଥିତି ଆପେ ଆପେ ଅନୁକୁଳ ହୋଇଯିବ। ସଙ୍କଟର କଳା ବାଦଲ ହଟିଯିବ ଓ ଆପଣଙ୍କ ବ୍ୟବସାୟ ଓ ଚାକିରିରେ ଉନ୍ନତି ଘଟିବ।

3ନବଗ୍ରହ ମୁଦି ଓ ପେଣ୍ଡେଣ୍ଟ ପିନ୍ଧିବା

ଘରେ କିମ୍ବା ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳୁ ନଥିଲେ, ଆପଣଙ୍କ ନିଷ୍ପତ୍ତିକୁ କେହି ଗ୍ରହଣ କରୁ ନଥିଲେ ନବଗ୍ରହ ମୁଦି କିମ୍ବା ପେଣ୍ଡେଣ୍ଟ ପିନ୍ଧନ୍ତୁ। ନବଗ୍ରହ ମୁଦିରେ ସବୁ ଗ୍ରହଙ୍କ ରତ୍ନକୁ ଏକ ବିଶେଷ କ୍ରମ ଏବଂ ଗ୍ରହଙ୍କ ଦିଗ ଅନୁସାରେ ରଖାଯାଇଥାଏ। ଏହାକୁ ପିନ୍ଧିବା ପୂର୍ବରୁ ଏହାର ଶୁଦ୍ଧିକରଣ ଜରୁରୀ ହୋଇଥାଏ।

ଯେକୌଣସି ଦିନରେ ଭୋର ସମୟରେ ମୁଦିକୁ ନିଜ ପୂଜା ଘରେ ଗଙ୍ଗାଜଳ ଓ କଞ୍ଚା କ୍ଷୀରରେ ଧୋଇ ଦିଅନ୍ତୁ। ଏହାପରେ ନବଗ୍ରହ ସ୍ତୋତ୍ର ଜପ କରନ୍ତୁ। ଧୂପ, ଦୀପ, ଫୁଲ ଅର୍ପଣ କରି ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରାର୍ଥନା କରି ମୁଦି କିମ୍ବା ପେଣ୍ଡେଣ୍ଟକୁ ପିନ୍ଧିନିଅନ୍ତୁ। ଏଥିରେ ତୁରନ୍ତ ଓ ପ୍ରଭାବୀ ଲାଭ ମିଳିଥାଏ।

4ନବଗ୍ରହ ବାଟିକା ପୂଜା

ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହଙ୍କୁ ଗୋଟିଏ ଗୋଟିଏ ଗଛ କୁହାଯାଇଛି। ଏକାଧିକ ସହରରେ ନବଗ୍ରହ ବାଟିକା ନିର୍ମାଣ କରାଯାଉଛି। ଏଠାରେ ସବୁ ଗ୍ରହଙ୍କ ପ୍ରତିନିଧି ଗଛଲତାଙ୍କୁ ବିଧିବିଧାନ ଅନୁସାରେ ଲଗାଯାଇଥାଏ। ଏହି ବାଟିକାକୁ ଯାଇ ଗଛଙ୍କ ପୂଜା କରିହେବ। ନବଗ୍ରହ ବାଟିକାରେ ବସି ମନ୍ତ୍ର ଜପ କଲେ ସମସ୍ୟାର ସମାଧାନ ହୋଇଥାଏ। ଏହି ମନ୍ତ୍ରର ପ୍ରଭାବ ଅନ୍ୟ ଉପାୟ ଠାରୁ ଅଧିକ ଶୀଘ୍ର ପଡ଼ିଥାଏ ବୋ



from Odisha Reporter https://ift.tt/2DiQZPz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages