ବାଂଲାଦେଶ ବିରୋଧରେ ଟିମ୍ ଇଣ୍ଡିଆର ସହଜ ବିଜୟ, ୭ ୱିକେଟ୍‌ରେ ଜିତିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ବାଂଲାଦେଶ ବିରୋଧରେ ଟିମ୍ ଇଣ୍ଡିଆର ସହଜ ବିଜୟ, ୭ ୱିକେଟ୍‌ରେ ଜିତିଲା

ଦୁବାଇ: ଏସିଆ କପ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଟିମ୍‌ ଇଣ୍ଡିଆର ବିଜୟ ଧାରା ଅବ୍ୟାହତ ରହିଛି। ଲିଗ୍‌ ପର୍ଯ୍ୟାୟରେ ହଂକଂ ଓ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ୍‌କୁ ମାତ ଦେଇଥିବା ଟିମ୍‌ ଇଣ୍ଡିଆ ଶୁକ୍ରବାର ସୁପର୍‌ ଫୋର୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ଧୂଳି ଚଟାଇଛି।

ପ୍ରଥମେ ବୋଲିଂ କରି ବାଂଲାଦେଶକୁ ମାତ୍ର ୧୭୩ ରନ୍‌ରେ ଅଲଆଉଟ୍‌ କରି ଦେଇଥିବା ଟିମ୍‌ ଇଣ୍ଡିଆ ୧୭୪ ରନ୍‌ର ଟାର୍ଗେଟକୁ ମାତ୍ର 36.2 ଓଭର୍‌ରେ 3 ୱିକେଟ୍‌ ହରାଇ ହାସଲ କରି ନେଇଛି।

ଭାରତ ପକ୍ଷରୁ ଶିଖର ଧଵନ ୪୦,ଅମ୍ବାତି ରାୟିଡୁ ୧୩ ଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୪ନଂ ସ୍ଥାନରେ ଆସିଥିବା ମହେନ୍ଦ୍ର ସିଂହ ଧୋନି ୩୭ ବଲରେ ୩୩ ରନ କରି ଆଉଟ ହେଇଥିଲେ। କିନ୍ତୁ ରୋହିତ୍ ୮୩  ରନ କରି ଶେଷ ପର୍ଯ୍ୟନ୍ତ ନଟ୍‌ ଆଉଟ୍‌ ରହି ଭାରତକୁ ୭ ୱିକେଟ୍‌ରେ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଧୋନିଙ୍କ ସ୍ଥାନରେ ଆସିଥିବା ଦିନେଶ କାର୍ତ୍ତିକ 1 ରନ କରି ନଟ ଆଉଟ ରହିଥିଲେ।

ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରି ୪ଟି ୱିକେଟ୍‌ ନେଇଥିବା ରବୀନ୍ଦ୍ର ଜାଡେଜା ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଛନ୍ତି।

ଆସନ୍ତା ୨୩ ତାରିଖରେ ଭାରତ ପୁଣିଥରେ ପାକିସ୍ତାନ ସହ ସୁପର୍‌ ଫୋର୍‌ରେ ମୁହାଁମୁହିଁ ହେବ।

ବାଂଲାଦେଶର ୧୭୪ ରନ୍‌ ଟାର୍ଗେଟକୁ ପିଛା କରିବାକୁ ମଇଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆର୍‌ ଦୁଇ ଓପନର୍‌ ବେଶ ସର୍ତକତାର ସହ ଇନିଂସ୍‌ ଆରମ୍ଭ କରିଥିଲେ। ତେବେ କିଛି ସମୟରେ ପ୍ରଥମେ ବାମହାତୀ ଶିଖର ଧୱନ୍‌ ନିଜର ବିସ୍ଫୋରକ ରୂପ ଦେଖାଇ ବାଂଲା ବୋଲରଙ୍କୁ ଆକ୍ରମଣ କରିଥିଲେ।

ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ବେଶ ଚମତ୍କାର ଢଙ୍ଗରେ ବାଂଲା ବୋଲର୍‌ଙ୍କୁ ମୁକାବିଲା କରିଥିଲେ।

ଉଭୟ ପ୍ରଥମ ୱିକେଟ୍‌ ପାଇଁ 61 ରନ୍‌ର ଭାଗିଦାରୀ କରି ଭଲ ମୁଳଦୂଆ ପକାଇଥିଲେ। ତେବେ ଦଳୀୟ ସ୍କୋର 61 ଥିବା ବେଳେ ସାକିବ ଧୱନ୍‌ଙ୍କୁ(40)ଙ୍କୁ ଆଉଟ୍‌ କରି ଭାରତକୁ ପ୍ରଥମ ଝଟ୍‌କା ଦେଥିଲେ। ଏହାପରେ ରୁବେଲ ହାସନ୍‌ ଅମ୍ବାତି ରାୟିଡୁ(13)ଙ୍କୁ ଆଉଟ୍‌ କରିଦେଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ମେହେଦି ହାସନ୍‌ଙ୍କ ୪୨ ଓ ଅଧିନାୟକ ମର୍ଶଫି ମୋର୍ତଜାଙ୍କ ୨୬ ରନ୍‌କୁ ଆଧାର କରି ୪୯.୧ ଓଭର୍‌ରେ ୧୭୩ ରନ୍‌ କରିଥିଲା।

ଭାରତ ପକ୍ଷରୁ ଟିମ୍‌କୁ କମ୍‌ ବ୍ୟାକ୍‌ କରିଥିବା ବାମହାତୀ ସ୍ପିନର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍ରା ୩ଟି ଲେଖାଏ ୱିକେଟ୍‌ ପାଇଛନ୍ତି।



from Odisha Reporter https://ift.tt/2xsL0SU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages