ପୂର୍ବରୁ ଭାରତ କେଉଁସବୁ ନାଁରେ ପରିଚିତ ଥିଲା, ପଢ଼ନ୍ତୁ କ’ଣ କହେ ଇତିହାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ପୂର୍ବରୁ ଭାରତ କେଉଁସବୁ ନାଁରେ ପରିଚିତ ଥିଲା, ପଢ଼ନ୍ତୁ କ’ଣ କହେ ଇତିହାସ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ବିଶ୍ୱର ପ୍ରାଚୀନ ରାଷ୍ଟ୍ର ମଧ୍ୟରେ ଭାରତ ହେଉଛି ଅନ୍ୟତମ। ଭାରତ ହେଉଛି ବିଶ୍ୱର ଅନ୍ୟ ଏକ ବିରଳ ଦେଶ, ଯାହାର ଇଂରାଜୀ ନାମକରଣ ମଧ୍ୟ ଭିନ୍ନ। ଇଂରାଜୀରେ ଏହାର ନାଁ ‘ଇଣ୍ଡିଆ’। ଭାରତ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ରଭାବେ ମଧ୍ୟ ପରିଚିତ। କୁହାଯାଏ ସିନ୍ଧୁ ସଭ୍ୟତାର ଉତ୍‌ଥାନ ପ୍ରାଚୀନ ଭାରତରୁ ହିଁ ହୋଇଥିଲା।

ତେବେ ଆମ ଦେଶ ଭାରତ ପୂର୍ବରୁ ଅନ୍ୟ ବହୁ ନାଁରେ ପରିଚିତ ଥିଲା। ଅନେକ ନାମକରଣକୁ ଅତିକ୍ରମ କରି ଶେଷରେ ‘ଭାରତ’ ନାମକରଣ ହିଁ ଗ୍ରହଣୀୟ ହୋଇଛି। ଏବେ ଆସନ୍ତୁ ଜାଣିବା, ପୂର୍ବରୁ ଭାରତର ଅନ୍କେୟ କେଉଁସବୁ ନାଁ ଥିଲା।

କୁହାଯାଏ ଭାରତର ପ୍ରଥମ ନାଁ ଜମ୍ବୁଦୀପ ଥିଲା। କାରଣ ଏଠାରେ ଜମ୍ବୁ ଗଛ ବହୁଳଭାବରେ ଥିଲା। ଭାରତର ଅନ୍ୟ ଏକ ନାଁ ମଧ୍ୟ ଆର୍ଯ୍ୟବ୍ରତ ଥିଲା। ଅର୍ଥାତ ଏହାକୁ ଆର୍ଯ୍ୟମାନଙ୍କର ଦେଶ ବୋଲି କୁହାଯାଉଥିଲା। ପୁରାଣରେ ଏହି ମାଟିକୁ ଭାରତ ବର୍ଷ ବୋଲି କୁହାଯାଇଛି। ସମୁଦ୍ରର ଉତ୍ତର ଏବଂ ହିମାଳୟର ଦକ୍ଷିଣରେ ଅବସ୍ଥିତି କାରଣରୁ ଏହାକୁ ଭାରତ ବୋଲି କୁହାଗଲା।

ସେହିପରି ବେଦରେ ଭରତ ମୁନିଙ୍କ ନାଁରୁ ହିଁ ଦେଶର ନାଁ ଭାରତ ହୋଇଥିବା କୁହାଯାଏ। ତେବେ ଅନ୍ୟ ଏକ କାହାଣୀକ୍ରମେ, ଦୁଷ୍ମନ୍ତ ନାମକ ଜଣେ ରାଜାଙ୍କ ପୁଅ ଭରତଙ୍କ ନାଁରୁ ଭାରତ ନାମ ଉଦ୍ଧୃତ ହୋଇଥିବା ଜଣାଯାଏ। ଇରାନୀମାନେ ସିନ୍ଧୁ ନଦୀକୁ ଦୃଷ୍ଟିରେ ରଖି ଭାରତକୁ ହିନ୍ଦ୍‌ ବୋଲି କହୁଥିଲେ।

ଗ୍ରୀକ୍‌ରେ ସିନ୍ଧୁ ନଦୀକୁ ଇଣ୍ଡସ୍‌ ବୋଲି ବର୍ଣ୍ଣନା କରାଯାଇଛି। ଆଉ ଏହି ଇଣ୍ଡସ୍‌ ନଦୀ କାରଣରୁ ଇଣ୍ଡସ୍ ଭ୍ୟାଲି ବା ଏହି ଦେଶର ନାଁ ‘ଇଣ୍ଡିଆ’ ହୋଇଛି। ଆରବର ଲୋକେ ଆମ ଦେଶକୁ ‘ଅଲ୍‌ ହିନ୍ଦ୍‌’ ବୋଲି କହୁଥିଲେ। ଯେତେବେଳେ ଏହି ଦେଶକୁ ମୁସଲମାନମାନେ ଆସିଲେ, ସେବେଠାରୁ ଏହି ଦେଶକୁ ହିନ୍ଦୁସ୍ଥାନ ବୋଲି କୁହାଗଲା।

ଚୀନର ଅଧିବାସୀମାନେ ଆମ ଦେଶକୁ ‘ଇଣ୍ଟୋ’ ବୋଲି କହୁଥିଲେ। ସେହିପରି ପୂର୍ବରୁ ଆମ ଦେଶକୁ ‘ସୁନାର ଚିଡ଼ିଆ’ ବୋଲି କୁହାଯାଉଥିଲା। କାରଣ ସେ ସମୟରେ, ଭାରତ ଧନ ସମ୍ପତ୍ତିରେ ଭରପୂର ଥିଲା ଏବଂ ସମଗ୍ର ବିଶ୍ୱରେ ଏକ ସମୃଦ୍ଧ ରାଷ୍ଟ୍ରଭାବେ ପରିଗଣିତ ହେଉଥିଲା । ପରବର୍ତ୍ତୀ ସମୟରେ ବିଦେଶୀ ଶାସକ ଏବଂ ଲୁଟେରାମାନେ ଭାରତରୁ ଏହି ଧନ ସମ୍ପଦ ଲୁଟ୍ କରିଥିବା ଇତିହାସ କୁହେ।



from Odisha Reporter https://ift.tt/2xmO3Lx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages