ନୂଆ ସ୍ମାର୍ଟଫୋନ୍‌ରେ ପ୍ରଥମେ ଡାଉନ୍‌ଲୋଡ୍‌ କରନ୍ତୁ ଏହି ଆପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ନୂଆ ସ୍ମାର୍ଟଫୋନ୍‌ରେ ପ୍ରଥମେ ଡାଉନ୍‌ଲୋଡ୍‌ କରନ୍ତୁ ଏହି ଆପ୍‌

ନୂଆ ସ୍ମାର୍ଟଫୋନ୍‌ ନେବା ମାତ୍ରେ ହିଁ ଆମେ ସେଥିରେ ନୂଆ ନୂଆ ସେଟିଂ କରିଥାଉ। ଯେପରି ପରିବାର ବର୍ଗ ଓ ସାଙ୍ଗମାନଙ୍କ କଣ୍ଟାକ୍ଟ ନମ୍ବର ସେଭ୍‌ କରିବା, ପ୍ଲେ ଷ୍ଟୋର୍‌କୁ ଯାଇ ନାନା ପ୍ରକାର ଆପ୍‌ ଓ ଗେମ୍ ଡାଉନ୍‌ଲୋଡ କରିବା ଇତ୍ୟାଦି। ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଆପ୍ ବଷୟରେ କହିବୁ ଯାହାକୁ ଆପଣ ନୂଆ ଫୋନ୍‌ କିଣିଲେ ଅନ୍ୟ କୌଣସି ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ଏହାକୁ ଡାଉନ୍‌ଲୋଡ୍ କରିନେବା ଉଚିତ୍।

ଫାଇଣ୍ଡ ମାଇ ଡିଭାଇସ୍‌- ନିଜ ନୂଆ ସ୍ମାର୍ଟଫୋନ୍‌ରେ ପ୍ରଥମେ ‘ଫାଇଣ୍ଡ ମାଇ ଡିଭାଇସ୍‌’ ଆପ୍‌ଟିକୁ ଡାଉନ୍‌ଲୋଡ କରି ନିଅନ୍ତୁ। ଏହି ଆପ୍‌ଟି ଆପଣଙ୍କୁ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରେ ମିଳିଯିବ। ଆପଣ ଯଦି ଏହି ଆପ୍‌ଟିକୁ ଡାଉନ୍‌ଲୋଡ କରୁଛନ୍ତି, ତେବେ ଏହା ଆପଣଙ୍କ ଫୋନ୍‌ ହଜିଗଲେ ତାକୁ ଖୋଜିବାରେ କାମ ଦେବ।

କେମିତି କରେ କାମ?

ଆପଣ ଭାବୁଥିବେ ଯେ ଏହି ଆପ୍‌ କେମିତି କାମ କରେ। ଫୋନ୍‌ ହଜିଗଲେ ଏହାର ଅନ୍ତିମ ଲୋକେଶନ୍‌କୁ ଟ୍ରାକ୍‌ କରି ଫୋନ୍‌କୁ ଖୋଜାଯାଇପାରିବ।

ଗୁଗଲ୍‌ ଆକାଉଣ୍ଟ ସାଇନ୍‌ ଇନ୍‌-  ନୂଆ ଫୋନ୍‌ କିଣିଲେ ଏଥିରେ ଗୁଗଲ୍‌ ଆକାଉଣ୍ଟକୁ ଯାଇ ସାନ୍‌ ଇନ୍‌ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଡିଭାଇସ୍‌ ଆପଣଙ୍କ ଆକାଉଣ୍ଟ ସହ କନେକ୍ଟ ହୋଇଯିବ। ଆପଣଙ୍କ ହଜିଯାଇଥିବା ଫୋନ୍‌ର ସଠିକ୍‌ ଲୋକେଶନ୍‌ର ରେକର୍ଡ ହେବା ପାଇଁ ଏଥିରେ ୱାଇ-ଫାଇ ଓ ଜିପିଏସ୍‌ର ବ୍ୟବହାର ହୋଇଥାଏ। ଫଳରେ ଫୋନ୍‌ ହଜିଗଲେ ଏହା ସବୁଠୁ ଅଧିକ କାମ ଦେଇଥାଏ।

‘ଫାଇଣ୍ଡ ମାଇ ଡିଭାଇସ୍‌’ଟି କାମ କରିବା ଲାଗି ପ୍ରଥମେ ଜାଣି ରଖିନ୍ତୁ ଯେ, ହଜିଥିବା ଫୋନ୍‌ଟି ଆଣ୍ଡ୍ରଏଡ୍ ଫୋନ୍ ହୋଇଥିବା ଜରୁରୀ। ଏହାପରେ ଗୁଗଲ୍‌ ଆକାଉଣ୍ଟରେ ସାଇନ୍‌-ଇନ୍ ହେବା ସହ ଆପଣଙ୍କ ମୋବାଇଲ ଡାଟା କିମ୍ବା ୱାଇଫାଇ ସହ କନେକ୍ଟ ଥିବା ଉଚିତ୍‌। ଏସବୁ ବ୍ୟତୀତ ସବୁଠୁ ଜରୁରୀ ହେଲା ଆପଣଙ୍କ ମୋବାଇଲ୍‌ ଲୋକେଶନ୍‌ ଓ ଫାଇଣ୍ଡ ମାଇ ଡିଭାଇସ୍‌ ଆପ୍‌ଟି ମଧ୍ୟ ଅନ୍‌ ହୋଇଥିବା ଦରକାର।

ହଜିଯାଇଥିବା ଫୋନ୍‌କୁ ଖୋଜିବା ବହୁତ ସହଜ। ସେଥିପାଇଁ ପ୍ରଥମେ android.com/find କୁ ଯାଆନ୍ତୁ। ଏଠାରେ ଆପଣ ନିଜ ଡିଭାଇସର ଅନ୍ତିମ ଲୋକେଶନ୍‌କୁ ମ୍ୟାପ୍‌ରେ ଦେଖିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ ସେହି ଫୋନ୍‌କୁ ରିଙ୍ଗ ମଧ୍ୟ କରିପାରିବେ।

ଅନେକଥର ପରି ହୁଏ ଯେ ଆପଣଙ୍କ ଫୋନ୍‌ ସେଲ୍ୟୁଲର୍‌ କିମ୍ବା ୱାଇଫାଇ ସହ କନେକ୍ଟ  ନଥାଏ, ହେଲେ ଆପଣ ନିଜ ଡାଟାକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। ଏଥିପାଇଁ ଆପଣ ନିଜ ଫୋନ୍‌କୁ ରିମୋଟ୍‌ ଦ୍ୱାରା ମଧ୍ୟ କଣ୍ଟ୍ରୋଲ କରିପାରିବେ। ଏହା ଦ୍ୱାରା ଅଫ୍‌ଲାଇନ୍‌ ଥିବା ଅବସ୍ଥାରେ ମଧ୍ୟ ଆପଣ ନିଜ ଡିଭାଇସ୍‌ରୁ ଡାଟା ଡିଲିଟ୍ କରିପାରିବେ। ଏହାପରେ ଡିଭାଇସ୍‌ ସହ କନେକ୍ସନ୍ ଯୋଡ଼ି ହେବା ମାତ୍ରେ ଆପଣ ଡାଟା ରିଷ୍ଟୋର୍‌ କରିପାରିବେ।

କେବଳ ଫୋନ୍‌ ନୁହେଁ ଏହି ଆପ୍‌ ଦ୍ୱାରା ଆପଣ ନିଜର ସ୍ମାର୍ଟ ୱାଚ୍‌, ଟ୍ୟାବ୍‌ଲେଟ୍ କିମ୍ବା ଅନ୍ୟ ଡିଭାଇସ୍‌ ମଧ୍ୟ ଟ୍ରାକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଏଗୁଡ଼ିକୁ ଗୁଗଲ୍ ଆକାଉଣ୍ଟ ସହ ଯୋଡ଼ିବାକୁ ପଡ଼ିବ।



from Odisha Reporter https://ift.tt/2OsyvgK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages