
ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଦେଓଗଡ ବାରକୋଟ ଝରବାହାଳ ଆଶ୍ରମ ସ୍କୁଲରେ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଘନଶ୍ୟମ ସାହୁ।
ଆଶ୍ରମ ସ୍କୁଲର ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଛାତ୍ର ଏବଂ ଶିକ୍ଷକମାନେ ପୋଖରୀକୁ ଯାଇଥିଲେ। ଏହି ସମୟରେ ପୋଖରୀରେ ଘନଶ୍ୟମଙ୍କ ପାଦ ଖସି ଯାଇଥିଲା। ତାଙ୍କୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
from Odisha Reporter https://ift.tt/2NjItED
No comments:
Post a Comment