ଫୋନ୍‌ ହଜିଯାଇଛି କି ! ଗୁଗୁଲ୍‌ ମ୍ୟାପ୍‌ ସାହାଯ୍ୟରେ ଟ୍ରାକ୍‌ କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଫୋନ୍‌ ହଜିଯାଇଛି କି ! ଗୁଗୁଲ୍‌ ମ୍ୟାପ୍‌ ସାହାଯ୍ୟରେ ଟ୍ରାକ୍‌ କରନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଏପରି ସମୟ ଆସିଛି ଯେ ଆପଣଙ୍କ ପାଖରୁ ସ୍ମାର୍ଟ ଫୋନ୍‌ ହଜିଗଲେ ବା ଚୋରି ହୋଇଗଲେ, ସବୁ କାମ ଠପ୍‌ ହୋଇଯିବା ଭଳି ଅବସ୍ଥା ସୃଷ୍ଟି ହେବ। ଫୋନ୍‌ ହଜିଗଲେ ଏଥିରେ ଥିବା ଡାଟା, ଫଟୋ ଏବଂ ଅନ୍ୟ ଜରୁରୀ ସୂଚନା ନଷ୍ଟ ହୋଇଯିବାର ଚିନ୍ତା ମଧ୍ୟ ଘାରି ଥାଏ।

ତେବେ ଯଦି ଆପଣଙ୍କ ସ୍ମାର୍ଟ ଫୋନ୍‌ ହଜି ଯାଇଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ କିଛି ଏପରି ଷ୍ଟେପ୍ କହିବୁ, ଯାହା ସାହାଯ୍ୟରେ ଆପଣ ନିଜର ଚୋରି ଅବା ହଜି ଯାଇଥିବା ସ୍ମାର୍ଟ ଫୋନ୍‌କୁ ସହଜରେ ଖୋଜି ପାଇ ପାରିବେ।

ସ୍ମାର୍ଟ୍‌ ଫୋନ୍‌ ହଜି ଗଲେ, ଆପଲ୍‌ ଫୋନ୍‌ ଓ ଆଣ୍ଡ୍ରଏଡ୍‌ ସ୍ମାର୍ଟ ଫୋନ୍ ୟୁଜର୍ସଙ୍କ ପାଇଁ ‘Find My Phone’ ଫିଚର୍ ଜରିଆରେ ଏହାକତୁ ଟ୍ରାକ୍‌ କରିହେବ। ଯେଉଁ ଯେଉଁ ସ୍ଥାନକୁ ଫୋନ୍‌ ନେଇ ଆପଣ ଯାଇଥିଲେ, ଏହି ଫିଚର୍‌ ସେହି ସ୍ଥାନ ଏବଂ ଲୋକେସନ୍‌କୁ ଟ୍ରାକ୍‌ କରିଥାଏ।

ଏବେ ଆସନ୍ତୁ ଜାଣିବା, Google Maps ସାହାଯ୍ୟରେ ଆପଣ କିପରି ନିଜର ହଜି ଯାଇଥିବା ସ୍ମାର୍ଟ ଫୋନ୍‌ର ଲୋକେସନ୍‌ ଜାଣିପାରିବେ। ଲୋକେସନ୍‌ ଟ୍ରାକ୍‌ କରିବା ସମୟରେ ଆପଣଙ୍କୁ କିଛି ଜରୁରୀ କଥାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ। google34

Google Mapsରୁ ଏପରି ଖୋଜନ୍ତୁ ଆପଣଙ୍କ ସ୍ମାର୍ଟଫୋନ୍‌:

– Google Mapsରୁ ହଜି ଯାଇଥିବା ଫୋନ୍‌କୁ ଖୋଜିବା ପାଇଁ ପ୍ରଥମେ ଆପଣଙ୍କୁ ଆଣ୍ଡ୍ରଏଡ୍‌ର ମୋବାଇଲ୍‌ ଏବଂ ଲାପ୍‌ଟପ୍‌ ବା କମ୍ପ୍ୟୁଟର୍‌ ପାଖରେ ରଖିବାକୁ ପଡ଼ିବ ଏବଂ ସେଥିରେ ଇଣ୍ଟର୍‌ନେଟ୍‌ କନେକ୍‌ସନ୍‌ ଥିବା ଦରକାର।
– ଏହା ସହ ଆପଣଙ୍କୁ Gmail ଆକାଉଣ୍ଟ୍‌ର ଆଇଡି ଏବଂ ପାସ୍‌ୱାର୍ଡ ମନେ ରଖିବାକୁ ପଡ଼ିବ।
– ସର୍ବପ୍ରଥମେ ଗୁଗୁଲ୍‌ରେ www.maps.google.co.in ଟାଇପ୍‌ କରନ୍ତୁ।
– ଏହା ପରେ Google Maps ଖୋଲିଯିବ। ଏହି ମ୍ୟାପ୍‌ରେ ଆପଣଙ୍କୁ ଗୁଗୁଲ୍‌ ଆଇଡି ଦେବାକୁ ପଡ଼ିବ, ଯାହା ଆପଣଙ୍କ ହଜି ଯାଇଥିବା ସ୍ମାର୍ଟଫୋନ୍‌ ସହିତ ଲିଙ୍କ୍‌ ଥିବ।
– ଆଇଡିକୁ ସାଇନ୍‌-ଇନ୍‌ କରିବା ପରେ ଆପଣଙ୍କ ଫୋନ୍ କିମ୍ୱା ଲାପ୍‌ଟପ୍‌ର ଡାହାଣ ପାର୍ଶ୍ୱରେ ଆପଣ ୩ଟି ଡଟ୍‌ ଦେଖିବାକୁ ପାଇବେ। ଏହା ଉପରେ କ୍ଲିକ୍‌ କରନ୍ତୁ।
– ଏହା ପରେ ଆପଣ‘Your timeline’ଅପ୍‌ସନ୍‌ ଦେଖିବାକୁ ପାଇବେ। ଏହି ଅପ୍‌ସନ୍‌କୁ କ୍ଲିକ୍‌ କରିବା ପରେ ଆପଣ ଯେଉଁଦିନର ଲୋକେସନ୍‌ ହିଷ୍ଟ୍ରି ଜାଣିବାକୁ ଚାହୁଁଛନ୍ତି, ସେହି ଦିନର ମସିହା, ମାସ ଏବଂ ତାରିଖ ଦିଅନ୍ତୁ।
– ସବୁ ଡାଟା ଦେବା ପରେ ଆପଣ ଲୋକେସନ୍ ହିଷ୍ଟ୍ରି ସମୟ ସହିତ ଦେଖିବାକୁ ପାଇବେ।
– ଆପଣ ଚାହିଁଲେ, ଏହି ଫିଚର୍‌କୁ ଯେକୌଣସି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଥିବା Google Maps ସାହାଯ୍ୟରେ ଆକ୍ଟିଭ୍‌ କରିପାରିବେ।
– Google Mapsରେ ସେହି ଆଇଡି ସାଇନ୍‌ କରନ୍ତୁ, ଯାହା ଆପଣଙ୍କ ଫୋନ୍‌ ସହିତ ଲିଙ୍କ୍‌ ଥିଲା।
– ଏହି ଫିଚର୍‌କୁ ମୋବାଇଲ୍‌ ଫୋନ୍‌ରେ ବ୍ୟବହାର କରିବା ମଧ୍ୟ ଏକା କଥା। ଏହି ଫିଚର୍‌ ସେତେବେଳେ କାମ କରିବ, ଯେତେବେଳେ ଆପଣ ମୋବାଇଲ୍‌ ଫୋନ୍‌ରେ ଥିବା ଲୋକେସନ୍‌ ସର୍ଭିସ୍‌ ଫିଚର୍‌କୁ ଅନ୍‌ ରଖିଥିବେ।



from Odisha Reporter https://ift.tt/2QBgqhK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages